ଯିଶାଇୟ Chapter 40

For English

Read ଯିଶାଇୟ Chapter 40 Online

Read ଯିଶାଇୟ Chapter 40 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.

Choose a Chapter

ଯିଶାଇୟ 40

ଅଧ୍ୟାୟ 40

1. ତୁମ୍ଭର ପରମେଶ୍ବର ଏହା କୁହନ୍ତି, "ମାେ ଲୋକମାନଙ୍କୁ ସାନ୍ତ୍ବନା ଦିଅ, ସାନ୍ତ୍ବନା ଦିଅ।

2. ତୁମ୍ଭମାନେେ ୟିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ଯ କୁହ। "ତାହାର ସଂଗ୍ରାମ ଶଷେ ହାଇେଛି ଓ ତାହାର ପାପକୁ କ୍ଷମା କରାୟାଇଛି।' ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଚାର କର।

3. ଏକ ବ୍ଯକ୍ତିର ଉଚ୍ଚସ୍ବର ଶୁଣ, "ତୁମ୍ଭମାନେେ ପ୍ରାନ୍ତର ରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ରାଜପଥ ସଳଖ ଓ ଚିକ୍କଣ କର।

4. ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର, ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର। ବକ୍ର ରାସ୍ତାକୁ ସଳଖ କର ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର।

5. ତାହା ହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହବେ। ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ। କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।'

6. ପୁଣି ଏକ ସ୍ବର ଶୁଣାଗଲା, "ପ୍ରଚାର କର।' ଜଣେ ବ୍ଯକ୍ତି କହିଲା, "କ'ଣ ପ୍ରଚାର କରିବା?" ସେ ସ୍ବରଟି କହିଲା, "ମନୁଷ୍ଯ ଚିରଦିନ ପାଇଁ ବଞ୍ଚିବ ନାହିଁ। ସମାନେେ ତୃଣତୁଲ୍ଯ ଓ ସମାନଙ୍କେର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ଯ।

7. ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଲାନ ହୁଏ। କାରଣ ତାହା ଉପ ରେ ସଦାପ୍ରଭୁଙ୍କର ଶ୍ବାସବାଯୁ ବ ହେ।" ତେଣୁ ଲୋକମାନେ ନିଶ୍ଚତ ତୃଣ ସ୍ବରୂପ।

8. "ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ, ମାତ୍ର ଆମ୍ଭମାନଙ୍କ ପରମେଶ୍ବରଙ୍କ ବାକ୍ଯ ଅନନ୍ତକାଳସ୍ତାଯୀ।'

9. ହେ ଲୋକମାନେ, ସିଯୋନ ରେ ସୁସମାଚାର ପ୍ରଚାର କର, ଉଚ୍ଚ ପର୍ବତକୁ ୟାଅ। ଉଚ୍ଚ ସ୍ବର ରେ କୁହ, ହେ ଲୋକମାନେ ୟିରୁଶାଲମ ନିକଟରେ "ସୁସମାଚାର ପ୍ରଚାର କର।" ଜାରେ ରେ କୁହ, ଭୟ କର ନାହିଁ। ଯିହୁଦା ନଗରୀକୁ କୁହ, " ଦେଖ, ଏହିଠା ରେ ତୁମ୍ଭର ପରମେଶ୍ବର।

10. ଦେଖ, ମାରେପ୍ରଭୁ ସଦାପ୍ରଭୁ ସମସ୍ତ ପରାକ୍ରମ ନଇେ ଆସୁଛନ୍ତି ଓ ତାଙ୍କର ବାହୁ ବଳ ରେ ସେ କତ୍ତୃର୍ତ୍ବ କରିବେ। ଦେଖ, ତାଙ୍କ ସହିତ ତାଙ୍କର ପୁରସ୍କାର ଅଛି ଓ ତାଙ୍କ ଆଗେ ଆଗେ ତାଙ୍କର ପ୍ରତିଫଳ ଅଛି।

11. ମଷେଶାବକ ମଷେମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନବେେ। ମଷେ ଛୁଆମାନଙ୍କୁ ସେ ନିଜର ବାହୁ ବଳ ରେ ସଂଗ୍ରହ କରିବେ ଓ ନିଜର କୋଳ ରେ ସମାନଙ୍କେୁ ବହି ନବେେ। ସମାନଙ୍କେର ମାଆମାନେ ପେଛ ପେଛ ଯିବେ।

12. କିଏ ନିଜର ହସ୍ତ ପାପୁଲି ରେ ସମୁଦ୍ର ଜଳରାଶି ମାପିଅଛି ? କିଏ ନିଜର ହସ୍ତ ଚାଖଣ୍ଡ ରେ ଅନନ୍ତ ଆକାଶକୁ କଳନା କରିଅଛି ? ପୁଣି କିଏ ଗୌଣୀ ରେ ପୃଥିବୀର ସମସ୍ତ ଧୂଳିରାଶିକୁ ଭରି ପାରିଛି ? କିଏ ପର୍ବତଗୁଡି଼କୁ ନିକିତି ରେ ଓ ଉପପର୍ବତକୁ ତରାଜୁ ରେ ତଉଲି ଅଛି ?

13. କହେି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦଇେଅଛି କି ? ପୁଣି ମନ୍ତ୍ରୀ ହାଇେ କହେି ତାଙ୍କୁ ନିର୍ଦ୍ଦଶେ ଦଇେଅଛି କି ?

14. ସଦାପ୍ରଭୁ କାହାରି ସହିତ ମନ୍ତ୍ରଣା କରିଥିଲେ କି ? କହେି ତାଙ୍କୁ ଶିକ୍ଷା ଦଇେଥିଲା କି ? କିଏ ତାଙ୍କୁ ବିଚାରର ପଥ ଶିଖାଇଲା ? କିଏ ତାଙ୍କୁ ଜ୍ଞାନ ଶିକ୍ଷା ଦଲୋ ? ନା, ସଦାପ୍ରଭୁ ବିବଚେନାର ସମସ୍ତ ମାର୍ଗ ଶିକ୍ଷା କରିଥିଲେ।

15. ଦେଖ, ପୃଥିବୀର ସମସ୍ତ ଗୋଷ୍ଠୀ ଏକ କଳସର ଏକ ଜଳବିନ୍ଦୁ ସଦୃଶ। ଯଦି ସଦାପ୍ରଭୁ ସମସ୍ତ ଗୋଷ୍ଠୀକୁ ନଇେ ତାଙ୍କ ତରାଜୁ ରେ ରଖନ୍ତି, ତବେେ ସେ ସବୁ ନିକିତି ରେ ଧୂଳିକଣା ତୁଲ୍ଯ ହବେ। ସେ ଦ୍ବୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ଯ ତୁଲ୍ଯ ଉଠାନ୍ତି।

16. ପୁଣି ଲିବାନୋନର ସମସ୍ତ ବୃକ୍ଷ ସଦାପ୍ରଭୁଙ୍କ ଜାଳ ପାଇଁ ୟଥେଷ୍ଟ ନୁହେଁ ଓ ତାହାର ସମସ୍ତ ପଶୁ ହାମବେଳି ପାଇଁ ୟଥେଷ୍ଟ ନୁହେଁ।

17. ସମସ୍ତ ଗୋଷ୍ଠୀ ପରମେଶ୍ବରଙ୍କ ତୁଳନା ରେ ଅତି ନଗଣ୍ଯ ତୁଚ୍ଛ। ସମାନେେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ଯ ଗଣ୍ଯ ଅଟନ୍ତି।

18. ତବେେ ପରମେଶ୍ବରଙ୍କୁ ତୁମ୍ଭେ କାହା ସହିତ ତୁଳନା କରିପାରିବ ? ତାଙ୍କର ଏକ ମୂର୍ତ୍ତି ତୁମ୍ଭେ ଗଢ଼ି ପାରିବ ? ନା।

19. କେତକେ ବ୍ଯକ୍ତି କାଠ ଓ ପଥର ରେ ମୂର୍ତ୍ତି ଗଢ଼ନ୍ତି ଓ ସଗେୁଡ଼ିକ ଦବେତା ବୋଲି କୁହନ୍ତି। କେତଜେଣ ଏହାକୁ ଉର୍ବର ମୂର୍ତ୍ତିକା ରେ ଏବଂ ବଣିଆ ତାହା ସୂତା ରେ ଛାଉଣୀ କରେ ଆଉ ତାପାଇଁ ରୂପା ଜଞ୍ଜିର ପ୍ରସ୍ତୁତ କରେ।

20. ସେ ଖଣ୍ଡିଏ କାଠ ସଂଗ୍ରହ କରେ ତାହା ଯେପରି ୟିବ ନାହିଁ। ସେ ଜଣେ ନିଖୁଣ କାରିଗର କରିବାର ବାଛେ। ଗୋଟିଏ "ପ୍ରତିମା' ନିର୍ମାଣ କରିବା ରେ ଯାହାକି ପଡ଼ିୟିବ ନାହିଁ।

21. ତୁମ୍ଭମାନେେ କ'ଣ ଜାଣି ନାହଁ। ତୁମ୍ଭମାନେେ କ'ଣ ଶୁଣି ନାହଁ ? ଆଦ୍ଯକାଳରୁ ତୁମ୍ଭମାନଙ୍କୁ କ'ଣ ଜଣାଇ ଦିଆୟାଇ ନାହିଁ। ଏ ଜଗତ ରେ ସୃଷ୍ଟିକର୍ତ୍ତା କିଏ ତୁମ୍ଭେ ନିଶ୍ଚଯ ଜାଣିଛ।

22. ସଦାପ୍ରଭୁ ପ୍ରକୃତ ପରମେଶ୍ବର। ସେ ଭୂମଣ୍ଡଳ ଉପ ରେ ଉପବିଷ୍ଟ। ତାଙ୍କ ତୁଳନା ରେ ପୃଥିବୀ ନିବାସୀ ପତଙ୍ଗ ସଦୃଶ। ସେ ଚାନ୍ଦୁଆ ତୁଲ୍ଯ ଆକାଶକୁ ପ୍ରସାର କରନ୍ତି ଓ ବସତି ପାଇଁ ତମ୍ବୁ ତୁଲ୍ଯ ତାକୁ ନିସ୍ତାର କରନ୍ତି।

23. ତାଙ୍କ ସୃଷ୍ଟ ରାଜାମାନଙ୍କୁ ସେ ଗୁରୁତ୍ବ ଦିଅନ୍ତି ନାହିଁ। ପୃଥିବୀ ରେ ତାଙ୍କ ସୂକ୍ଷ୍ମ ବିଚାରକର୍ତ୍ତାମାନଙ୍କୁ ସେ ମୂଲ୍ଯହୀନ କରନ୍ତି।

24. ସହେି ଶାସକଗଣ ରୋପିତ ବୃକ୍ଷ ସଦୃଶ। ସମାନଙ୍କେର ଚରେ ମାଟିକୁ ୟିବା ପୂର୍ବରୁ ପରମେଶ୍ବର "ଚାରକୁ' ଫୁଙ୍କି ଦିଅନ୍ତି। ସେଥି ରେ ସେ ମରିୟାଇ ଶୁଷ୍କ ହାଇୟୋଏ। ଓ ଘୂର୍ଣ୍ଣିବାଯୁ ତାକୁ ନଡ଼ାପରି ଉଡ଼ାଇ ନିଏ।

25. ତେଣୁ ସହେି ପବିତ୍ର ସ୍ବରୂପ କୁହନ୍ତି, "ଆମ୍ଭେ କ'ଣ କାହା ସହିତ ତୁଳନୀଯ ହାଇପୋରିବା ? କାରଣ କହେି ଆମ୍ଭ ସହିତ ସମାନ ନୁହେଁ।

26. ଆକାଶକୁ ଦେଖ ! କିଏ ସହେି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି ? କିଏ ସହେି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସମାନଙ୍କେ ନାମ ଧରି ସମାନଙ୍କେୁ ଡ଼ାକନ୍ତି। ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ଯ ହଜେ ନାହିଁ।'

27. ହେ ଯାକୁବ, ତୁମ୍ଭେ କାହିଁକି ଅଭିଯୋଗ କରୁଛ ? ହେ ଇଶ୍ରାୟେଲ, ତୁମ୍ଭେ କାହିଁକି ଏହା ପ୍ରଚାର କରୁଛ ? ମାରେପଥ, "ସଦାପ୍ରଭୁଙ୍କଠାରୁ ଗୁପ୍ତ ବୋଲି ଓ ମାରେ ବିଚାର ପରମେଶ୍ବରଙ୍କର ଜ୍ଞାନର ଅତୀତ ବୋଲି କହୁଅଛି।'

28. ତୁମ୍ଭେ କ'ଣ ଜାଣି ନାହଁ ? ତୁମ୍ଭେ କ'ଣ ଶୁଣି ନାହଁ ? ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା। ଅନାଦି ଅନନ୍ତ ପରମେଶ୍ବର। ସଦାପ୍ରଭୁ କ୍ଲାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ। ତାଙ୍କର ବୁଦ୍ଧି ବୋଧର ଅଗମ୍ଯ।

29. ସେ ଦୁର୍ବଳକୁ ବଳ ଦିଅନ୍ତି ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି।

30. ତରୁଣମାନେ କ୍ଲାନ୍ତ ଓ ଶ୍ରାନ୍ତ ହବେେ ଓ ୟୁବକମାନେ ଟଳି ପଡ଼ିବେ।

31. ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖନ୍ତି, ସମାନେେ ନୂତନ ବଳ ପାଆନ୍ତି। ସମାନେେ ଚିଲ ପକ୍ଷୀପରି ଆକାଶ ରେ ଉଡ଼ନ୍ତି। ସମାନେେ କ୍ଲାନ୍ତ ନ ହାଇେ ସମାନେେ ଗମନ କରିବେ।

About ଯିଶାଇୟ Chapter 40

Read ଯିଶାଇୟ Chapter 40 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିଶାଇୟ
Chapter: 40
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିଶାଇୟ Chapter 40 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିଶାଇୟ Chapter 40?

ଯିଶାଇୟ Chapter 40 is part of the Book of ଯିଶାଇୟ in the Holy Bible.

Can I read this chapter online?

Yes. You can read the complete ଯିଶାଇୟ Chapter 40 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ଯିଶାଇୟ

  1. ଯିଶାଇୟ Chapter 3
  2. ଯିଶାଇୟ Chapter 35
  3. ଯିଶାଇୟ Chapter 45
  4. ଯିଶାଇୟ Chapter 12
  5. ଯିଶାଇୟ Chapter 39
  6. ଯିଶାଇୟ Chapter 26
  7. ଯିଶାଇୟ Chapter 32

Related Chapters & Readings

  1. ଯିହିଜିକଲ Chapter 9
  2. ଯିରିମିୟ Chapter 4
  3. ପ୍ରଥମ ବଂଶାବଳୀ Chapter 5
  4. ଯାତ୍ରା ପୁସ୍ତକ Chapter 17
  5. ବିଚାରକର୍ତ୍ତା Chapter 15
  6. ଯିରିମିୟ Chapter 38
  7. ଯିଶାଇୟ Chapter 58
Share Your Love

Leave a Reply

Your email address will not be published. Required fields are marked *