ଲୂକ Chapter 17

For English

Read ଲୂକ Chapter 17 Online

Read ଲୂକ Chapter 17 online from the Holy Bible. This chapter is part of the Book of ଲୂକ in the New Testament. Browse every verse with easy chapter navigation, continue to the next chapter, or explore the complete Book of ଲୂକ and the Holy Bible online.

Choose a Chapter

ଲୂକ 17

ଅଧ୍ୟାୟ 17

1. ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, "ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ବାରା ଏଭଳି ଘଟଣାମାନ ଘଟିବ, ସହେି ଲୋକ ପାଇଁ ଏହା ବହୁତ ଖରାପ ହବେ।

2. ଯେଉଁଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ଯରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହବେ। ବକରେେ ପଥର ବାନ୍ଧି ସମୁଦ୍ର ରେ ବୁଡି ମରିବା ତା ପକ୍ଷ ରେ ଭଲ ହବେ।

3. ତେଣୁ ସାବଧାନ ରୁହ। ଯଦି ତୁମ୍ଭର ଭାଇ ପାପ କରେ, ତବେେ ତାକୁ କୁହ ଯେ ଭୁଲ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରନୋହିଁ, ତବେେ ତାକୁ କ୍ଷମା ଦିଅ।

4. ଯଦି ତୁମ୍ଭର ଭାଇ ଦିନ ଭିତ ରେ ତୁମ୍ଭ ପ୍ରତି ସାତଥର ଅନ୍ଯାୟ କରେ ଓ ପ୍ରତିଥର ଆସି କ ହେ ଯେ, ସେ ଏଥିପାଇଁ ଦୁଃଖିତ, ତବେେ ତାକୁ କ୍ଷମା କରି ଦିଅ।"

5. ପ୍ ରରେିତମାନେ ପ୍ରଭୁଙ୍କୁ କହିଲେ, "ଆମ୍ଭକୁ ଅଧିକ ବିଶ୍ବାସ ପ୍ରଦାନ କର।"

6. ପ୍ରଭୁ କହିଲେ, "ଯଦି ତୁମ୍ଭମାନଙ୍କର ବିଶ୍ବାସ ଗୋଟିଏ ଶାରେିଷ ଦାନା ପରିମାଣର ହାଇେଥାଏ, ତବେେ ତୁମ୍ଭମାନେେ ଏହି ତୁତ ଗଛକୁ କହିପାରିବ, ନିଜକୁ ଉପାଡି ନଇେ ସମୁଦ୍ର ରେ ରୋପଣ କର, ତବେେ ଗଛଟି ତୁମ୍ଭମାନଙ୍କ କଥା ମାନିବ।

7. "ମନକରେ ତୁମ୍ଭମାନଙ୍କ ଭିତରୁ ଜଣକର ଚାକରଟିଏ ଅଛି। ସହେି ଚାକର ତୁମ୍ଭ ବିଲ ରେ କାମ କରିଆ ସେ। ସେ ତୁମ୍ଭ ବିଲ ରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନଇେ ଆ ସେ। ସେ କାମରୁ ଫରେିବା ପରେ ତୁମ୍ଭେ ତାକୁ କ'ଣ କହିବ? ତୁମ୍ଭେ କ'ଣ କହିବ ଯେ, 'ଭିତରକୁ ଆସ ଓ ଖାଇବାକୁ ବସ?'

8. ନା, ତୁମ୍ଭେ ତୁମ୍ଭର ଚାକରକୁ କହିବ, 'ମାେ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମାେ ଖିଆପିଆ ସରିଲେ ତୁମ୍ଭମାନେେ ଖାଇବ ଓ ପିଇବ।'

9. ଚାକର ବିଶଷେ ଧନ୍ଯବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କବଳେ ତାହାହିଁ କରେ।

10. ତୁମ୍ଭମାନଙ୍କ କ୍ଷେତ୍ର ରେ ସହେି ଏକା କଥା ହବେ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦବୋ ପରେ ତୁମ୍ଭମାନଙ୍କର କହିବା ଉଚିତ ଯେ, 'ଆମ୍ଭମାନେେ କୌଣସି ବିଶଷେ ଧନ୍ଯବାଦ ପାଇବାକୁ ଯୋଗ୍ଯ ନୋହୁଁ। କାରଣ ଆମ୍ଭେ ଅ ଯୋଗ୍ଯ ଚାକର ଓ ଆମ୍ଭର ଯାହା କରିବା ଉଚିତ, ଆମ୍ଭେ କବଳେ ତାହାହିଁ କରିଛୁ।"'

11. ଯୀଶୁ ୟିରୂଶାଲମ ଯାତ୍ରା କରୁଥିଲେ। ସେ ଗାଲୀଲୀରୁ ଶମିରୋଣକୁ ଗଲେ।

12. ସେ ଗୋଟିଏ େଛାଟ ନଗରକୁ ଆସିଲେ। ସଠାେରେ ତାହାଙ୍କୁ ଦଶ ଜଣ ଲୋକ ଭଟେିଲେ। ସହେି ସମସ୍ତଙ୍କର କୁଷ୍ଠ ରୋଗ ହାଇେଥିବାରୁ ସମାନେେ କହେି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ।

13. କିନ୍ତୁ ସମାନେେ ଯୀଶୁଙ୍କୁ ପାଟି କରି ଡାକିଲେ, " ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାୟ୍ଯ କର।"

14. ଯୀଶୁ ଲୋକମାନଙ୍କୁ ଦେଖି କହିଲେ, "ତୁମ୍ଭମାନେେ ଯାଇ ନିଜ ଦହକେୁ ଯାଜକମାନଙ୍କୁ ଦଖାେଅ।"

15. ସହେି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲା ବେଳେ ସୁସ୍ଥ ହାଇଗେଲେ।

16. ଜଣେ ଲୋକ ନିଜକୁ ସୁସ୍ଥ ହାଇେ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫରେି ଆସିଲା। ସେ ବଡ ପାଟିକରି ନଇଁପଡି ପ୍ରଣାମ କଲା ଓ ତାହାଙ୍କୁ ଧନ୍ଯବାଦ ଦୋଲା। ସେ ଯୀଶୁଙ୍କ ପାଦତଳେ ନଇଁପଡି ପ୍ରମାଣ କଲା ଓ ତାହାଙ୍କୁ ଧନ୍ଯବାଦ ଦଲୋ। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନଥିଲା,

17. ଯୀଶୁ ଉତ୍ତର ଦେଲେ, "ଦଶ ଜଣ ଲୋକ ସୁସ୍ଥ ହେଲେ, ତବେେ ଅନ୍ୟ ନଅ ଜଣ କାହାଁନ୍ତି?

18. ସୁସ୍ଥ ହାଇେ ସାରିବା ପରେ ପୁଣି ଫରେି ଆସି ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇବା ପାଇଁ କ'ଣ ଏହି ଶମିରୋଣୀୟ ଜଣକ କବଳେ ଥିଲା?"

19. ତା'ପରେ ଯୀଶୁ ତାହାକୁ କହିଲେ, "ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ବାସ କରିଥିବା ହତେୁ ତୁମ୍ଭେ ଭଲ ହାଇଗେଲ।"

20. କେତକେ ଫାରୂଶୀ ଯୀଶୁଙ୍କୁ ପଚାରିଲେ, "ପରମେଶ୍ବରଙ୍କ ରାଜ୍ଯ କବେେ ଆସିବ?"

21. ଲୋକମାନେ କହିବେ ନାହିଁ ଯେ, ' ହଇେ ଦେଖ, ପରମେଶ୍ବରଙ୍କ ରାଜ୍ଯ ଏଠା ରେ ଅଛି କିମ୍ବା ସଠାେରେ ଅଛି। ନା, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ନିଜ ଭିତ ରେ ଅଛି।"'

22. ତା'ପରେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, "ଦିନ ଆସିବ, ଯେତବେେଳେ ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କ ଦିନଗୁଡିକ ମାନଙ୍କ ଭତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭମାନେେ ତାହା ଦେଖି ପାରିବ ନାହିଁ।

23. ଲୋକମାନେ ତୁମ୍ଭମାନଙ୍କୁ କହିବେ, ' ଦେଖ ତାହା ସଠାେରେ!' ' ଦେଖ, ତାହା ଏଠା ରେ! କିନ୍ତୁ ତୁମ୍ଭମାନେେ ଯେଉଁଠି ଅଛ ସହେିଠା ରେ ରୁହ। ବାହାରକୁ ଯାଇ ଖାଜେ ନାହିଁ।

24. "ମନୁଷ୍ଯପୁତ୍ରଙ୍କର ଫରେି ଆସିବା ସମୟ ତୁମ୍ଭମାନେେ ଜାଣି ପାରିବ। ଯେଉଁ ଦିନ ସେ ଫରେି ଆସିବେ, ସେ ଆକାଶ ରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ୟ୍ଯନ୍ତ ଉଜ୍ଜ୍ବଳ ବିଜୁଳି ଝଲକିଲା ଭଳି ଦଖାେଯିବେ।

25. କିନ୍ତୁ ମନୁଷ୍ଯପୁତ୍ର ପ୍ରଥମେ ଅନକେ ୟନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ବାରା ହତ ହବେେ।

26. ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ଯପୁତ୍ର ଫରେି ଆସିବା ସମୟରେ ସହେି ଏକା କଥା ଘଟିବ।

27. ନୋହଙ୍କ ସମୟରେ, ଏପରିକି ନୋହ ଜାହାଜ ରେ ବସିବା ସମୟ ପର୍ୟ୍ଯନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ଯା ମାଡି ଆସିଲା ଓ ସେ ସମସ୍ତଙ୍କୁ ମାରି ଦଲୋ।

28. ପରମେଶ୍ବର ଲୋଟଙ୍କ ସମୟରେ ସଦୋମ ନଗର ଧ୍ବଂସ କଲା ବେଳେ ଯାହା ଘଟିଥିଲା, ଏବେ ମଧ୍ଯ ସହେି କଥା ଘଟିବ। ସହେି ଲୋକମାନେ ସେତବେେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ।

29. ଲୋଟ ନଗର ଛାଡି ଚାଲିୟିବା ସମୟ ପର୍ୟ୍ଯନ୍ତ ମଧ୍ଯ ଲୋକମାନେ ଏସବୁ କାମ କରୁଥିଲେ। ତା'ପରେ ସଠାେରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦଲୋ।

30. ଯେତବେେଳେ ମନଷ୍ଯପୁତ୍ର ଫରେି ଆସିବେ, ସେତବେେଳେ ଠିକ୍ ସହେିଭଳି ଘଟଣା ଘଟିବ।

31. " ସେ ଦିନ ଯଦି କୌଣସି ଲୋକ ତା'ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହବେନାହିଁ। ଯଦି କୌଣସି ଲୋକ ବିଲ ରେ ଥିବ, ତବେେ ସେ ଘରକୁ ଫରେି ପାରିବନାହିଁ।

32. ଲୋଟଙ୍କ ସ୍ତ୍ରୀଙ୍କର କ'ଣ ହାଇେଥିଲା, ମନେ ପକାଅ।

33. ଯେଉଁଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହ ରଇେ ବସିବ। କିନ୍ତୁ ଯେଉଁ ଲୋକ ତା ଜୀବନ ପରିତ୍ଯାଗ କରିବ, ସେ ତାହା ରକ୍ଷା କରିବ।

34. ମୁଁ ଫରେି ଆସିବା ସମୟରେ ଗୋଟିଏ କଠାେରୀ ରେ ହୁଏତ ସହେି ରାତି ରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସମାନଙ୍କେ ମଧ୍ଯରୁ ଜଣକୁ ନିଆ ହବେ ଓ ଅନ୍ୟ ଜଣକୁ ଛାଡି ଦିଆୟିବ।

35. ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକି ରେ ଶସ୍ଯ ଦାନା ପେଶୁ ଥାଇ ପାରନ୍ତି, କିନ୍ତୁ ସମାନଙ୍କେ ମଧ୍ଯରୁ ଜଣକୁ ନଇେ ନିଆୟିବ ଓ ଅନ୍ୟ ଜଣକୁ ଛାଡି ଦିଆୟିବ।"

37. ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, "ଏ ଘଟଣା କେଉଁଠା ରେ ଘଟିବ ପ୍ରଭୁ?"

About ଲୂକ Chapter 17

Read ଲୂକ Chapter 17 online from the Holy Bible. This chapter is part of the Book of ଲୂକ in the New Testament. Continue reading with the chapter navigation above or explore the complete book.

Book Information

Book: ଲୂକ
Chapter: 17
Testament: New Testament

How to Read this Chapter

Use the Previous and Next Chapter buttons to continue reading ଲୂକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଲୂକ Chapter 17 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଲୂକ Chapter 17?

ଲୂକ Chapter 17 is part of the Book of ଲୂକ in the Holy Bible.

Can I read this chapter online?

Yes. You can read the complete ଲୂକ Chapter 17 online for free with easy chapter navigation.

More Chapters from ନୂତନ ନିୟମ

  1. ମାର୍କ Chapter 13
  2. ମାର୍କ Chapter 12
  3. 1 ତୀମଥି Chapter 3
  4. 2 କରିନ୍ଥୀୟ Chapter 2
  5. ପ୍ରେରିତ Chapter 1
  6. ଯୋହନ Chapter 21
  7. ଯୋହନ Chapter 1

Explore More from ଲୂକ

  1. ଲୂକ Chapter 4
  2. ଲୂକ Chapter 21
  3. ଲୂକ Chapter 8
  4. ଲୂକ Chapter 11
  5. ଲୂକ Chapter 7
  6. ଲୂକ Chapter 14
  7. ଲୂକ Chapter 10

Related Chapters & Readings

  1. ଗୀତସଂହିତା Chapter 26
  2. ମାର୍କ Chapter 12
  3. ଗୀତସଂହିତା Chapter 136
  4. ବିଚାରକର୍ତ୍ତା Chapter 2
  5. ମାଥିଉ Chapter 1
  6. ଗୀତସଂହିତା Chapter 101
  7. ଗୀତସଂହିତା Chapter 88
Share Your Love

Leave a Reply

Your email address will not be published. Required fields are marked *