Read ଯିହିଜିକଲ Chapter 16 Online
Read ଯିହିଜିକଲ Chapter 16 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.
Choose a Chapter
ଯିହିଜିକଲ 16
ଅଧ୍ୟାୟ 16
1. ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2. " ହେ ମନୁଷ୍ଯ ପୁତ୍ର, ୟିରୁଶାଲମ ନିବାସୀଙ୍କ ଘୃଣ୍ଯ ବ୍ଯବହାରକୁ ତୁମ୍ଭେ ସମାନଙ୍କେୁ ଜଣାଅ।
3. ଏବଂ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ୟିରୁଶାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଜନ୍ମସ୍ଥାନ କିଣାନୀଯ ଦେଶ ଅଟେ। ତୁମ୍ଭର ପିତା ଇ ମାରେୀଯ ଓ ମାତା ଜଣେ ହିତ୍ତୀଯା ଥିଲେ।
4. ହେ ୟିରୁଶାଲମ, ତୁମ୍ଭର ଜନ୍ମ ବିବରଣୀ ହେଲା, ତୁମ୍ଭେ ଜନ୍ମ ହବୋ ଦିନ ତୁମ୍ଭର ନାଭି କଟା ହାଇେ ନ ଥିଲା। କିମ୍ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳ ରେ ସ୍ନାନ କରାୟାଇ ନ ଥିଲା। ତୁମ୍ଭ ଶରୀର ରେ ଲବଣ ଦିଆୟାଇ ନ ଥିଲା କିମ୍ବା ତୁମ୍ଭକୁ ପଟି ରେ ଆବୃତ କରାୟାଇ ନ ଥିଲା।
5. ଏହିସବୁ କରିବା ପାଇଁ ସଠାେ ରେ କହେି ନ ଥିଲେ। ତୁମ୍ଭପ୍ରତି ଯତ୍ନ ନବୋକୁ କିମ୍ବା ଦୟା ଦଖାଇବୋ ପାଇଁ କହେି ସଠାେ ରେ ନ ଥିଲେ। ତୁମ୍ଭର ପିତାମାତା ତୁମ୍ଭକୁ ମଲୋ ପଡ଼ିଆ ରେ ଫୋପାଡ଼ି ଦଇେ ୟାଇଥିଲେ। ତୁମ୍ଭେ ଜନ୍ମ ହେଲାଠାରୁ ଘୃଣିତ ହେଲ।
6. " ସେତବେେଳେ ମୁଁ (ପରମେଶ୍ବର) ତୁମ୍ଭ ପାଖ ଦଇେ ଗଲି। ମୁଁ ଲକ୍ଷ୍ଯ କଲି ତୁମ୍ଭେ ରକ୍ତ ରେ ଭିଜି ୟାଇଛ ତା'ପ ରେ ମୁଁ ତୁମ୍ଭକୁ କହିଲି, "ଜୀବିତ ରୁହ" ଯଦିଓ ତୁମ୍ଭେ ରକ୍ତରଞ୍ଜିତ ହାଇେଅଛ। ଯଦିଓ ତୁମ୍ଭେ ନିଜ ରକ୍ତରଞ୍ଜିତ ହାଇେଅଛ, ମୁଁ ତୁମ୍ଭକୁ କହିଲି, "ବଞ୍ଚ।"
7. ମୁଁ ତୁମ୍ଭକୁ ସହେି କ୍ଷେତ୍ର ରେ ଉଦ୍ଭିଦ ପରି ବଢ଼ାଇଲି। ତହିଁରେ ତୁମ୍ଭେ ବୃଦ୍ଧି ପାଇ ୟୁବତୀ ହେଲ। ତୁମ୍ଭର ଋତୁସ୍ରାବ ହେଲା, ତୁମ୍ଭର ସ୍ତନୟୁଗଳ ସୁଢ଼ୋଳ ଓ ତୁମ୍ଭର କେଶ ଦୀର୍ଘ ହେଲା, କିନ୍ତୁ ତୁମ୍ଭେ ତଥାପି ବିବସନା ଓ ଉଲଗ୍ନ ଥିଲ।
8. ଏବଂ ମୁଁ ଯେତବେେଳେ ତୁମ୍ଭକୁ ଅନାଇଲି, ସେତବେେଳେ ଦେଖିଲି ତୁମ୍ଭେ ପ୍ ରମେ କରିବା ପାଇଁ ରାଜି ହାଇୟୋଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପ ରେ ମାରେ ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିଯମ ସ୍ଥିର କଲି ଏବଂ ତୁମ୍ଭେ ମାରେ ହେଲ।"' ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି
9. "'ତହୁଁ ମୁଁ ତୁମ୍ଭକୁ ଜଳ ରେ ସ୍ନାନ କରାଇଲି। ଆଉ ମୁଁ ସମ୍ପୂର୍ଣ୍ଣରୂପେ ତୁମ୍ଭ ଦହରେୁ ରକ୍ତ ଧୋଇ ଦଲେି ଓ ତୈଳ ରେ ତୁମ୍ଭକୁ ମର୍ଦ୍ଦନ କଲି।
10. ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ର ରେଶମ ବସ୍ତ୍ର ରେ ତୁମ୍ଭର କଟୀବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ର ରେ ବିଭୂଷିତା କଲି।
11. ଆହୁରି ମୁଁ ତୁମ୍ଭକୁ ଅଳଙ୍କାର ରେ ଭୂଷିତା କଲି। ତୁମ୍ଭ ହସ୍ତ ରେ କଙ୍କଣ ଓ ଗଳାଦେଶ ରେ ହାର ଦଲେି।
12. ପୁଣି ମୁଁ ତୁମ୍ଭ ନାସିକା ରେ ନୋଥ, କର୍ଣ୍ଣ ରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦଲେି।
13. ଏହିରୂପେ ତୁମ୍ଭେ ସୁନା ଓ ରୂପା ରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ର ରେଶମ ଓ ପଟ୍ଟଦ୍ବାରା ନିର୍ମିତ ଓ ଶିଳ୍ପ କର୍ମ ରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହାଇେ ଅବଶଷେ ରେ ରାଣୀପଦ ଯୋଗ୍ଯ ହେଲ।
14. ମୁଁ ତୁମ୍ଭକୁ ଏପରି ସୌନ୍ଦର୍ୟ୍ଯ ରେ ମାରେ ଐଶ୍ବର୍ୟ୍ଯ ଦ୍ବାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ୟ୍ଯର ସୁଖ୍ଯାତି ନାନା ଦେଶ ରେ ବ୍ଯାପିଗଲା।"' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
15. "କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ୟ୍ଯ ରେ ନିର୍ଭର କରି ନିଜର ସୁଖ୍ଯାତି ହତେୁ ମାଠାେ ରେ ଅବିଶ୍ବସ୍ତ ହେଲ। ତୁମ୍ଭେ ମାେତେ ପ୍ରଚାରିତ କଲ, ଯେ କହେି ତୁମ୍ଭ ନିକଟ ଦଇେ ଗଲା ତୁମ୍ଭେ ଗଣିକା ସଦୃଶ ତା'ର ହେଲ ଓ ସମାନେେ ତୁମ୍ଭକୁ ବ୍ଯଭିଚାରିଣୀ ରୂପେ ଉପ ଭୋଗ କଲେ।
16. ଏବଂ ତୁମ୍ଭେ ଆପଣା ବସ୍ତ୍ରର କିଛି ଅଂଶ ନଇେ ଆପଣା ପାଇଁ ନାନା ରଙ୍ଗ ରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପ ରେ ବ୍ଯଭିଚାରିଣୀ କର୍ମ କଲ। ଏପରି କାର୍ୟ୍ଯ ଘଟିବା ଉଚିତ୍ ନୁହେଁ।
17. ଆହୁରି ମାରେସୁନା ଓ ରୂପା ରେ ନିର୍ମିତ ଯେଉଁସବୁ ସୁନ୍ଦର ଆଭରଣ ମୁଁ ଦେଖିଥିଲି ତୁମ୍ଭେ ତାହା ନଇେ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସମାନଙ୍କେ ସଙ୍ଗେ ବ୍ଯଭିଚାର କଲ।
18. ପୁଣି ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନଇେ ସମାନଙ୍କେୁ ପିନ୍ଧାଇଲ ଓ ସମାନଙ୍କେ ସମ୍ମୁଖ ରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ।
19. ପୁଣି ଆମ୍ଭେ ଯେଉଁ ସରୁ ମଇଦା, ତୈଳ ଓ ମଧୁ ତୁମ୍ଭ ଖାଦ୍ୟ ପାଇଁ ଦଇେଥିଲୁ, ତୁମ୍ଭେ ସେସବୁ ସୌରଭାର୍ଥେ ସମାନଙ୍କେ ସମ୍ମୁଖ ରେ ରଖିଲ। ତୁମ୍ଭେ ଗଣିକା ସଦୃଶ ସହେି ପ୍ରତିମାଗଣଙ୍କୁ ସନ୍ତୁଷ୍ଟ କରିବାକୁ ଏହିସବୁ କଲ।" ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।
20. "ମାେ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସହେି ପୁତ୍ର କନ୍ଯାଗଣକୁ ବଧକରି ସମାନଙ୍କେୁ ଭଣ୍ଡ ଦବେତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ୟଥେଷ୍ଟ ବେଶ୍ଯାବୃତ୍ତି କଲ ନାହିଁ କି ?
21. ତୁମ୍ଭେ ମାରେ ସନ୍ତାନଗଣଙ୍କୁ ହତ୍ଯା କରି ତୁମ୍ଭର ଭଣ୍ଡ ଦବେତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଗ୍ନି ମଧିଅରେ ଉତ୍ସର୍ଗ କରିଅଛ।
22. ଏବଂ ତୁମ୍ଭର ସବୁ ଘୃଣ୍ଯ ଓ ବ୍ଯଭିଚାର କାର୍ୟ୍ଯ କଲା ବେଳେ ଆପଣା ୟୌବନାବସ୍ଥା ରେ ସହେି ବିବସନା ଓ ଉଲଗ୍ନା କଥା ମନେ ପକାଇଲ ନାହିଁ। ଆଉ ରକ୍ତ ରେ କିପରି ଛଟପଟ ହେଉଛିଲା ତାହା ସ୍ମରଣ କଲ ନାହିଁ।
23. " ମାଟେ ଭାବରେ ତୁମ୍ଭେ ଏହା କରିଛ। ଏହା ତୁମ୍ଭ ପାଇଁ ବହୁତ ଖରାପ ଅଟେ।" ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
24. ତୁମ୍ଭେ ନିଜ ପାଇଁ କୁଦ ନିର୍ମାଣ କରିଅଛ ଓ ପ୍ରେତ୍ୟକକ ରାସ୍ତାର ଛକରେ ଦବେତାଗଣ ନିମନ୍ତେ ଉଚ୍ଚସ୍ଥଳୀ ୟଜ୍ଞବଦେୀ ନିର୍ମାଣ କରିଅଛ।
25. ତୁମ୍ଭେ ପ୍ରେତ୍ୟକକ ରାସ୍ତା ମୁଣ୍ଡ ରେ ପାଦପୀଠ ପ୍ରସ୍ତୁତ କରିଅଛ ଓ ନିଜର ସୌନ୍ଦର୍ୟ୍ଯକୁ ଘୃଣା କରିଅଛ। ଆଉ ପ୍ରେତ୍ୟକକ ପଥିକ ପାଇଁ ନିଜର ବସ୍ତ୍ର କାଢ଼ି ପକାଇଛ, ତୁମ୍ଭର ବ୍ଯଭିଚାରୀତାର ସୀମା ନାହିଁ।
26. ତୁମ୍ଭେ ମିଶର ସହିତ ଅବାଧ ୟୌନକ୍ରିଯା ଉପ ଭୋଗ କରିଛ, ତୁମ୍ଭର ବୃହତ ୟୌନାଙ୍ଗ ରେ ପଡ଼ୋଶୀ ୟୌନକ୍ରିଯା କରିଛନ୍ତି। ମାେତେ ବିରକ୍ତ କରିବା ପାଇଁ ତୁମ୍ଭେ ତା' ସହିତ ବହୁବାର ୟୌନକ୍ରିଯା କରିଥିଲ।
27. ତେଣୁ ମୁଁ ମାରହେସ୍ତ ତୁମ୍ଭ ବିରୁଦ୍ଧ ରେ ଉଠାଇଲି ଏବଂ ତୁମ୍ଭର ହଦେର କିଛି ଅଂଶ ନଇୟୋଇଛି। ମୁଁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କର କନ୍ଯାମାନଙ୍କୁ ହସ୍ତାନ୍ତର କରିଛି, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଏବଂ କାମୁକତା ରେ ଭାରାକ୍ରାନ୍ତ ହେଲେ।
28. ତୁମ୍ଭେ ଅତୃପ୍ତ ହବୋରୁ ଅଶୂରୀଯମାନଙ୍କ ସହିତ ବ୍ଯଭିଚାର କରିଥିଲ। ତୁମ୍ଭେ ସମାନଙ୍କେ ସହିତ ବ୍ଯଭିଚାର କଲେ ହେଁ ସନ୍ତୁଷ୍ଟ ହାଇେ ନାହଁ।
29. ତୁମ୍ଭେ କିଣାନ ଓ ବାବିଲକୁ ୟାଇଅଛ ଏବଂ ସଠାେ ରେ ତୁମ୍ଭର ବ୍ଯଭିଚାର ବଢ଼ାଇଛ, ତଥାପି ତୃପ୍ତ ହାଇେ ନାହଁ।
30. ତୁମ୍ଭର ଇଚ୍ଛା କେତେ ଦୁର୍ବଳ, ଯେତବେେଳେ ତୁମ୍ଭେ ସ୍ବେଚ୍ଛାଚାରିଣୀ ବେଶ୍ଯା ସ୍ତ୍ରୀ ପରି ଏହିସବୁ କାର୍ୟ୍ଯ କରିଅଛ।" ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
31. "ଯେତବେେଳେ ତୁମ୍ଭେ ପ୍ରେତ୍ୟକକ ରାସ୍ତା ମୁଣ୍ଡ ରେ ଆପଣା ଆପଣା ଗୃହ ନିର୍ମାଣ କରିଅଛ ଓ ପ୍ରେତ୍ୟକକ ଛକରେ ଆପଣା ଉଚ୍ଚସ୍ଥଳୀ ୟଜ୍ଞବଦେୀ ନିର୍ମାଣ କରିଅଛ। ତୁମ୍ଭେ ପ୍ରକୃତ ରେ ଜଣେ ବେଶ୍ଯା ପରି ନୁହଁ, ତୁମ୍ଭେ ବ୍ଯଭିଚାରିଣୀ କାର୍ୟ୍ଯ ରେ ଲିପ୍ତ ହେଲ, କିନ୍ତୁ ମୁଦ୍ରା ନଲେ ନାହିଁ।
32. ତୁମ୍ଭେ ଜଣେ ବ୍ଯଭିଚାରିଣୀ ସ୍ତ୍ରୀ, ତୁମ୍ଭେ ସ୍ବାମୀକୁ ଛାଡ଼ି ଆଗନ୍ତୁକ ପୁରୁଷମାନଙ୍କୁ ୟୌନ ସହଚର ରୂପେ ପସନ୍ଦ କଲ।
33. ଲୋକେ ବେଶ୍ଯାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ ରମେିକମାନ୍କୁ ଭଡ଼ା ଦଇେ ବ୍ଯଭିଚାର କରୁଅଛ। ଆଉ ତୁମ୍ଭର ବେଶ୍ଯାବୃତ୍ତି କ୍ରମେ ସମାନେେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସମାନଙ୍କେୁ ଲାଞ୍ଚ ଦଇେଅଛ।
34. ତୁମ୍ଭର ବେଶ୍ଯାବୃତ୍ତି ଅନ୍ୟ ବେଶ୍ଯାଙ୍କଠାରୁ ବିପରୀତ ଅଟେ। ଅନ୍ୟ ବେଶ୍ଯାମାନେ ଜାର ପୁରୁଷଠାରୁ ଭଡ଼ା ନେଉଥିଲା ବେଳେ ତୁମ୍ଭେ ଜାରପୁରୁଷକୁ ତୁମ୍ଭ ସହିତ ବ୍ଯଭିଚାର ପାଇଁ ଭଡ଼ା ଦଇେଥାଅ।"
35. ଏଣୁ ହେ ଗଣିକା, ସଦାପ୍ରଭୁଙ୍କ ବାକ୍ଯ ଶୁଣ।
36. ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ତୁମ୍ଭର ପ୍ ରମେିକଗଣ ସଙ୍ଗେ ବ୍ଯଭିଚାର ହତେୁ ତୁମ୍ଭର ଉଲଗ୍ନତା ଅନାବୃତ ହାଇେଅଛି। ତୁମ୍ଭେ ତୁମ୍ଭର ଘୃଣ୍ଯ ମୂର୍ତ୍ତିମାନଙ୍କୁ ଆପଣା ସନ୍ତାନଗଣର ରକ୍ତ ଦଇେଅଛି।
37. ତେଣୁ ମୁଁ ତୁମ୍ଭର ସମସ୍ତ ପ୍ ରମେିକମାନଙ୍କୁ ଏକତ୍ରୀତ କରିବି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କର ଓ ପ୍ ରମେ କର। ମୁଁ ସମାନଙ୍କେୁ ତୁମ୍ଭ ବିରୁଦ୍ଧ ରେ ଚାରିଆଡ଼ୁ ଏକତ୍ରୀତ କରିବି ଏବଂ ତୁମ୍ଭର ନଗ୍ନତା ସମାନଙ୍କେ ଆଗ ରେ ଅନାବୃତ କରିବି। ଏବଂ ସମାନଙ୍କେୁ ତୁମ୍ଭର ସମ୍ପୂର୍ଣ୍ଣ ନଗ୍ନତା ଦେଖିବାକୁ ଦବେି। ସମାନେେ ତୁମ୍ଭର ସମସ୍ତ ନଗ୍ନତା ଦେଖିବେ।
38. ମୁଁ ତୁମ୍ଭକୁ ବ୍ଯଭିଚାରିଣୀ ଓ ହତ୍ଯାକାରିଣୀ ରୂପେ ବିଚାର କରିବି। ଏବଂ କୋପ ଓ ଅନ୍ତଜ୍ବାଳାର ରକ୍ତ ତୁମ୍ଭ୍ ଉପ ରେ ଉପସ୍ଥିତ କରିବି।
39. ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ ରମେିକମାନଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନେେ ତୁମ୍ଭର ପୂଜା ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀଗୁଡ଼ିକୁ ଉତ୍ପାଟନ କରିବେ। ପୁଣି ସମାନେେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ଅପହରଣ କରିବେ। ଆଉ ସମାନେେ ତୁମ୍ଭକୁ ବିବସନା ଉଲଗ୍ନତା କରି ଛାଡ଼ି ଦବେେ।
40. ଏବଂ ସମାନେେ ତୁମ୍ଭ ବିରୁଦ୍ଧ ରେ ଏକ ଜନ ସମାଜକୁ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ସମାନଙ୍କେ ଖଡ୍ଗ ରେ ତୁମ୍ଭକୁ ଖଣ୍ଡ ବିଖଣ୍ଡିତ କରିବେ।
41. ସମାନେେ ତୁମ୍ଭର ଗୃହସବୁ ଅଗ୍ନି ରେ ଦଗ୍ଧ କରିବେ। ବହୁତ ସ୍ତ୍ରୀ ଲୋକମାନଙ୍କ ସମ୍ମୁଖ ରେ ସମାନେେ ତୁମ୍ଭକୁ ଦଣ୍ଡିତ କରିବେ। ତୁମ୍ଭ ବ୍ଯଭିଚାରୀତାର ମୁଁ ପୂର୍ଣ୍ଣଛଦେ ପକାଇବି ଏବଂ ତୁମ୍ଭେ ତୁମ୍ଭର ପ୍ ରମେିକମାନଙ୍କୁ ଆଉ ଭଡ଼ା ଦବେ ନାହିଁ।
42. ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହବେ ଓ ତୁମ୍ଭଠାରୁ ଆମ୍ଭର ଅନ୍ତଜର୍ବାଳା ୟିବ। ଆଉ ଆମ୍ଭେ କ୍ଷାନ୍ତ ହାଇେ କୋରଧ କରିବା ନାହିଁ।
43. ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ୟୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ୟ୍ଯ ଦ୍ବାରା ମାେତେ କୋରଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ଯବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ଯ କାର୍ୟ୍ଯ ସହିତ ବେଶ୍ଯାବୃତ୍ତିକୁ ୟୋଡ଼ିବା ରେ କଣ ଅଧିକ ପ୍ରାଧାନ୍ଯ ହାଇେ ନ ଥିଲା ?" ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଲେ।
44. " ଯେଉଁ ଲୋକମାନେ ପ୍ରବଚନ ବ୍ଯବହାର କରନ୍ତି, ତୁମ୍ଭ୍ ଉପ ରେ ଏହା ପ୍ରଯୋଗ କରିବେ। 'ମାଆ ଗୁଣେ ଝିଅ।'
45. ତୁମ୍ଭେ ପ୍ରକୃତ ରେ ତୁମ୍ଭ ମାତାର କନ୍ଯା। ସେ ଆପଣା ସ୍ବାମୀକି ଓ ସନ୍ତାନକୁ ଘୃଣା କରେ। ତୁମ୍ଭେ ଠିକ୍ ତୁମ୍ଭ ଭଉଣୀମାନଙ୍କ ପରି। ସମାନେେ ସମାନଙ୍କେର ସ୍ବାମୀକି ଓ ସନ୍ତାନକୁ ଘୃଣା କରନ୍ତି। ତୁମ୍ଭେ ବାସ୍ତବ ରେ ତୁମ୍ଭ ପିତାମାତାଙ୍କ ସଦୃଶ। ତୁମ୍ଭର ମାତା ଜଣେ ହିତ୍ତୀଯା ଓ ତୁମ୍ଭ ପିତା ଜଣେ ଇ ମାରେୀଯ ଥିଲେ।
46. ଏବଂ ତୁମ୍ଭର ବଡ଼ ଭଉଣୀ ଶମରିଯା, ସେ ଆପଣା କନ୍ଯାଗଣ ସହିତ ତୁମ୍ଭର ବାମ ଦିଗ ରେ ବାସ କଲେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ଯାଗଣ ତୁମ୍ଭର ଦକ୍ଷିଣ ଦିଗ ରେ ବାସ କରନ୍ତି।
47. ତୁମ୍ଭେ କବଳେ ସମାନଙ୍କେର ଘୃଣ୍ଯ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଭ୍ରଷ୍ଟାଚାର କରିଛ।
48. ମାରେସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମାରଜେୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ଯାଗଣ ତୁମ୍ଭପରି ଓ ତୁମ୍ଭ କନ୍ଯାଗଣ ପରି କୁକର୍ମ କରି ନାହାଁନ୍ତି।"
49. ପରମେଶ୍ବର କହନ୍ତି, "ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସମାନଙ୍କେର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସମାନଙ୍କେର ୟଥେଷ୍ଟ ଖାଦ୍ୟ ଓ ସୌଭାଗ୍ଯ ଜନିତ ଶାନ୍ତି ଥିଲେ ମଧ୍ଯ ସମାନେେ ଗରିବ ଓ ଅସହାୟ ଲୋକଙ୍କୁ ସାହାୟ୍ଯ କରୁ ନ ଥିଲେ।
50. ଏବଂ ସମାନେେ ଅହଙ୍କାରିଣୀ ଥିଲେ ଓ ମୁଁ ଯାହା ତୀବ୍ର ଭାବରେ ଘୃଣା କରେ, ସମାନେେ ତାହା କଲେ। ତେଣୁ ମାେ ଦୃଷ୍ଟି ରେ ମୁଁ ସମାନଙ୍କେୁ ଉଚିତ୍ ଦଣ୍ଡ ଦଲେି।"
51. ପରମେଶ୍ବର କହିଲେ, "ଶମରିଯା ତୁମ୍ଭ ପାପସବୁର ଅର୍ଦ୍ଧକେ ପାପ କରି ନାହିଁ। ତୁମ୍ଭର ବ୍ଯବହାର ତା' (ସ୍ତ୍ରୀ) ଅପେକ୍ଷା ଅଧିକ ଖରାପ, ଯେଉଁସବୁ ଘୃଣ୍ଯ କର୍ମ ତୁମ୍ଭର ଭଉଣୀକୁ ଧାର୍ମିକ ଆବିର୍ଭାବ କରିବା ପାଇଁ କଲ।
52. ତେଣୁ ବର୍ତ୍ତମାନ ତୁମ୍ଭର ପାପ ସହିତ ଅପମାନକୁ ମଧ୍ଯ ବହନ କର। ଯେଉଁଗୁଡ଼ାକ ସମାନଙ୍କେର ଅପେକ୍ଷା ଅଧିକ। ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କିଛି କ୍ଷମା କଲ ଯେଉଁମାନେ କି ତୁମ୍ଭ ଅପେକ୍ଷା ବେଶୀ ଧାର୍ମିକ ଥିଲେ। ତେଣୁ ବର୍ତ୍ତମାନ ତୁମ୍ଭକୁ ଧିକ୍। ତୁମ୍ଭର ଭଉଣୀମାନଙ୍କୁ ନ୍ଯାଯ ଦବୋ ସକାେଶ ଅପମାନ ବହନ କର।"
53. ପରମେଶ୍ବର କହିଲେ, "ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣକୁ ଓ ଶମରିଯା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣଙ୍କୁ ବିନାଶ କରିବି। ୟିରୁଶାଲମ ମଧ୍ଯ ଧ୍ବଂସ ହବେ। କିନ୍ତୁ ମୁଁ ସହେି ସମଗ୍ର ନଗର ଓ ୟିରୁଶାଲମକୁ ପୁନର୍ବାର ନିର୍ମାଣ କରିବି।
54. ତୁମ୍ଭର ଭଉଣୀମାନଙ୍କୁ ସାନ୍ତ୍ବନା ଦଇେ ତୁମ୍ଭେ ଯାହା କଲ, ସେଥିପାଇଁ ତୁମ୍ଭକୁ ହୁଏତ ଅପମାନିତ ହବୋକୁ ଓ ଦୁଃଖିତ ହବୋକୁ ପଡ଼ିବ।
55. ତେଣୁ ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ଯାଗଣ, ଶମରିଯା ଓ ତାହାର କନ୍ଯାଗଣ ଏବଂ ତୁମ୍ଭେ ଓ ତୁମ୍ଭର କନ୍ଯାଗଣ ପୁନଃମିଳିତ ହବେ ଅର୍ଥାତ୍ ତୁମ୍ଭର ପୂର୍ବ ଅବସ୍ଥାକୁ ଫରେିଆସିବ।"
56. ପରମେଶ୍ବର କହିଲେ, "ଅତୀତ ରେ ତୁମ୍ଭେ ତୁମ୍ଭର ଗର୍ବ ହତେୁ ତୁମ୍ଭ ଭଗିନୀ ସଦୋମକୁ ପରିହାସ କରୁଥିଲ। ମାତ୍ର ଆଉ ତୁମ୍ଭେ ତାହା କରିପାରିବ ନାହିଁ।
57. ସେ ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଅରାମର କନ୍ଯାଗଣ ତୁମ୍ଭକୁ ହୀନ କଲେ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣ ଓ ପଲେଷ୍ଟୀୟମାନଙ୍କର କନ୍ଯାଗଣ ତୁମ୍ଭକୁ ତାଚ୍ଛଲ୍ଯ କଲେ।
58. ବର୍ତ୍ତମାନ ତୁମ୍ଭେ ତୁମ୍ଭର ଘୃଣ୍ଯ କ୍ରିଯା ଓ ବ୍ଯଭିଚାରର ଭାର ବହନ କରିବ।" ଏହା ସଦାପ୍ରଭୁ କହିଛନ୍ତି।
59. ଏଥିପାଇଁ ସଦାପ୍ରଭୁ, ମାରେ ପ୍ରଭୁ ଯାହା କହନ୍ତି, "ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିଯମ ଯେପରି ଭଗ୍ନ କରିଅଛ, ମୁଁ ସହେିପରି ବ୍ଯବହାର କରିବି।
60. କିନ୍ତୁ ତୁମ୍ଭ ସହିତ ୟୌବନାବସ୍ଥା ରେ ମୁଁ ଯେଉଁ ଚୁକ୍ତି କରିଥିଲି ତାହାକୁ ସ୍ମରଣ କରିବି ଓ ତୁମ୍ଭପ୍ରତି ମୁଁ ଚିରଦିନ ପାଇଁ ଏକ ନିଯମକୁ ସମର୍ଥନ କରିବି।
61. ସେ ସମୟରେ ତୁମ୍ଭେ ଯେତବେେଳେ ଆପଣା ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତବେେଳେ ତୁମ୍ଭେ ନିଜର ଚରିତ୍ରହୀନତା ୟୋଗୁଁ ଲଜ୍ଜିତା ହବେ। ମୁଁ ସମାନଙ୍କେୁ କନ୍ଯାରୂପେ ତୁମ୍ଭକୁ ଦବେି, କିନ୍ତୁ ତୁମ୍ଭର ଚୁକ୍ତି ଅନୁସାରେ ନୁହେଁ।
62. ଏବଂ ମୁଁ ତୁମ୍ଭ ସହିତ ମାରେ ନିଯମକୁ ସମର୍ଥନ କରିବି। ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେ ହୃଦ ବୋଧ କରିବ।
63. ତୁମ୍ଭେ ଯାହାସବୁ କରିଅଛ, ଯେତବେେଳେ ମୁଁ ସେସବୁକୁ ସଂ ଶାଧେନ କରି ଦବେି। ସେତବେେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହବେ ଓ ନିଜ ଅପମାନ ହତେୁ ଆଉ କବେେ ଆପଣା ମୁଖ ଫିଟାଇବ ନାହିଁ।" ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
About ଯିହିଜିକଲ Chapter 16
Read ଯିହିଜିକଲ Chapter 16 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିହିଜିକଲ
Chapter: 16
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିହିଜିକଲ Chapter 16 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିହିଜିକଲ Chapter 16?
ଯିହିଜିକଲ Chapter 16 is part of the Book of ଯିହିଜିକଲ in the Holy Bible.
Can I read this chapter online?
Yes. You can read the complete ଯିହିଜିକଲ Chapter 16 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 3
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
Explore More from ଯିହିଜିକଲ
- ଯିହିଜିକଲ Chapter 11
- ଯିହିଜିକଲ Chapter 14
- ଯିହିଜିକଲ Chapter 34
- ଯିହିଜିକଲ Chapter 35
- ଯିହିଜିକଲ Chapter 15
- ଯିହିଜିକଲ Chapter 39
- ଯିହିଜିକଲ Chapter 25