Read ଯିହିଜିକଲ Chapter 27 Online
Read ଯିହିଜିକଲ Chapter 27 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.
Choose a Chapter
ଯିହିଜିକଲ 27
ଅଧ୍ୟାୟ 27
1. ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2. " ହେ ମନୁଷ୍ଯ ପୁତ୍ର, ସୋର ପାଇଁ ବିଳାପ କର।
3. "ସମୁଦ୍ର ଉପକୂଳବର୍ତ୍ତୀ ବହୁ ଲୋକଙ୍କ ସହିତ ବାଣିଜ୍ଯ କରୁଥିବା, 'ସମୁଦ୍ରର ଦ୍ବାର' ସୋରକୁ କୁହ : "' ହେ ସୋର, ତୁମ୍ଭେ କହିଅଛ, ମୁଁ ପରମ ସୁନ୍ଦରୀ।
4. ଭୂମଧ୍ଯସାଗର ତୁମ୍ଭର ଚତୁର୍ଦ୍ଦିଗ ସୀମା ଅଟେ। ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ୟ୍ଯ ସିଦ୍ଧ କରିଛନ୍ତି।
5. ସମାନେେ ସନେୀରୀଯ ଦବଦୋରୁ କାଷ୍ଠ ରେ ତୁମ୍ଭର ତକ୍ତାସବୁ ପ୍ରସ୍ତୁତ କରିଅଛନ୍ତି। ସମାନେେ ତୁମ୍ଭର ସାସ୍କଲ ପ୍ରସ୍ତୁତ କରିବା ପାଇଁ ଲିବାନୋନରୁ ଏରସ କାଷ୍ଠ ଦଇେଛନ୍ତି।
6. ବାସନର ଆଲୋନ କାଠ ରେ ସମାନେେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି। ଆଉ ସମାନେେ କିତ୍ତୀମ ଦ୍ବୀପରୁ ଆନୀତ ତାଶୂର କାଠ ରେ ଖଚିତ ହାତୀଦାନ୍ତ ଦ୍ବାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।
7. ତୁମ୍ଭର ଧ୍ବଜା ହବୋପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମ ରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ର ରେ ତୁମ୍ଭର ପାଲ ପ୍ରସ୍ତୁତ ହାଇେଥିଲା। ପୁଣି ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ବୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ପ୍ରସ୍ତୁତ ହାଇେଥିଲା।
8. ସୀଦୋନ୍ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକଥିଲେ। ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧିଅରେ ଥିଲେ, ସମାନେେ ତୁମ୍ଭର କର୍ଣ୍ଣଧାର ହାଇେଥିଲେ।
9. ଗବାଲର ପ୍ରାଚୀନବର୍ଗ ମୁଖ୍ଯ ଓ ଜ୍ଞାନୀମାନେ ଜାହାଜର ପାଣିରୁଦ୍ଧ କାଠପଟା ତିଆରି କରି ନଇେ ଅନ୍ୟମାନଙ୍କୁ ସାହାୟ୍ଯ କଲେ। ସମୁଦ୍ରର ୟାବତୀଯ ଜାହାଜ ଓ ସମାନଙ୍କେର ନାବିକଗଣ ତୁମ୍ଭ ସହିତ ବାଣିଜ୍ଯ କରିବା ପାଇଁ ଆସିଲେ।'
10. "ପାରସ୍ଯ, ଲୁଦ ଓ ପୁଟ ଦେଶୀଯ ଲୋକମାନେ ତୁମ୍ଭ ସୈନ୍ଯବାହିନୀର ଯୋଦ୍ଧା ଥିଲେ। ସମାନେେ ତୁମ୍ଭ ମଧିଅରେ ସମାନଙ୍କେର ଢ଼ାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସମାନେେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ।
11. ଅର୍ବଦ ଓ ସିଲିସିଆରରୁ ତୁମ୍ଭ ସନୋ ସଙ୍ଗ ରେ ଥିଲେ, କେଉଁମାନେ ଚାରିଆଡ଼େ ତୁମ୍ଭ ସହରର ପ୍ରାଚୀରଗୁଡ଼ିକୁ ପ୍ରହାରକକାରୀମାନଙ୍କ ପରି ଠିଆ ହେଲେ ଓ ଗମଦର ଯୋଦ୍ଧାମାନେ ତୁମ୍ଭର ସବୁ ଗଡ଼ ଉପ ରେ ଥିଲେ। ସମାନେେ ତୁମ୍ଭ ପ୍ରାଚୀରଗୁଡ଼ିକର ଉପ ରେ ନିଜ ନିଜ ଢ଼ାଲ ଟଙ୍ଗାଇଲେ ଏବଂ ସମାନେେ ତୁମ୍ଭ ସୌନ୍ଦର୍ୟ୍ଯ ସିଦ୍ଧ କଲେ।
12. "ତଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସମାନେେ ରୂପା, ଲୁହା, ଦସ୍ତା ଓ ସୀସା ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
13. ଗ୍ରୀକ୍, ତୁର୍କ ଓ ମଷେକର ଲୋକମାନେ ବ୍ଯବସାଯୀ ଥିଲେ। ସମାନେେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳ ରେ ବ୍ଯବସାଯ କଲେ।
14. ତୋଗର୍ମ ବଂଶୀଯ ଲୋକମାନେ ଅସ୍ତ୍ର, ୟୁଦ୍ଧାସ୍ତ୍ର ଓ ଖଚର ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
15. ଦଦାନର ଲୋକମାନେ ମଧ୍ଯ ତୁମ୍ଭର ବ୍ଯବସାଯୀ ଥିଲେ। ତୁମ୍ଭର ଅନକେ ଦ୍ବୀପ ସହ ବାଣିଜ୍ଯ ଥିଲା। ସମାନେେ ତୁମ୍ଭର ବାଣିଜ୍ଯ ଦ୍ରବ୍ଯ ବଦଳ ରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ।
16. ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ଯର ପ୍ରସିଦ୍ଧି ହତେୁ ଆରାମ୍ ତୁମ୍ଭର ବଣିକ ଥିଲା। ସମାନେେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
17. "ଯିହୁଦା ଓ ଇଶ୍ରାୟେଲ ଦେଶର ଲୋକମାନେ ତୁମ୍ଭ ସହିତ ବାଣିଜ୍ଯ କରୁଥିଲେ। ସମାନେେ ଗହମ, ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଳ ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
18. ଦମ୍ମେଶକ ଜଣେ ଗ୍ରାହକ ମଧ୍ଯ ଥିଲେ। ସମାନେେ ତୁମ୍ଭର ବହୁ ପ୍ରକାରର ମୂଲ୍ଯବାନ ଜିନିଷଗୁଡ଼ିକ ପାଇଁ ତୁମ୍ଭ ସହିତ ବାଣିଜ୍ଯ କଲେ। ସମାନେେ ହିଲ୍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମଷେଲୋମ ବଦଳ ରେ ତୁମ୍ଭ ସହିତ ବାଣିଜ୍ଯ କଲେ।
19. ବଦାନ ଓ ୟବନ ଲୋମ ନିର୍ମିତ ସୂତ୍ର ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ। ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ମଧିଅରେ କାନ୍ତ ଲୌହ, ସୁଗନ୍ଧି ଦ୍ରବ୍ଯ ଓ ଆଖୁ ଥିଲା।
20. ଦଦାନ ତୁମ୍ଭକୁ ଭଲ ବ୍ଯବସାଯ ଦଲୋ। ସମାନେେ ତୁମ୍ଭ ସହିତ ଘାଡ଼ୋଗୁଡ଼ିକ ଆରୋହଣ କରିବା ପାଇଁ ମାଟେ ସୂତାର ବସ୍ତ୍ର ବାଣିଜ୍ଯ କଲେ।
21. ଆରବ ଓ କଦରରେ ଅଧିପତିମାନେ ତୁମ୍ଭର ବଣିକ ଥିଲେ। ମଷେଶାବକ, ମଷେ ଓ ଛାଗ ବଦଳ ରେ ତୁମ୍ଭର ଦ୍ରବ୍ଯ ନଇେ ବାଣିଜ୍ଯ କରୁଥିଲେ।
22. ଶିବାର ଓ ରଯମର ବଣିକମାନେ ତୁମ୍ଭ୍ ସହିତ ବାଣିଜ୍ଯ କରୁଥିଲେ। ସମାନେେ ସମାନଙ୍କେର ଶ୍ ରେଷ୍ଠ ଅତର ଓ ମୂଲ୍ଯବାନ ପ୍ରସ୍ତରକୁ ଓ ସୁବର୍ଣ୍ଣ ତୁମ୍ଭ ଜିନିଷଗୁଡ଼ିକର ବଦଳ ରେ ବାଣିଜ୍ଯ କଲେ।
23. ହାରଣ, କନ୍ନୀ, ଏଦନ୍, ଶିବାର ଅଶୂର ଓ କିଲ୍ଲଦର ବ୍ଯବସାଯୀମାନେ ତୁମ୍ଭ ସହିତ ବାଣିଜ୍ଯ କଲେ।
24. ସମାନଙ୍କେ ବାଣିଜ୍ଯ ଦ୍ରବ୍ଯ ମଧିଅରେ ନାନା ଉତ୍କୃଷ୍ଟ ଦ୍ରବ୍ଯ, ବୁଟାଦାର ଓ ନୀଳବର୍ଣ୍ଣ ଆବରଣୀଯ ବସ୍ତ୍ର ବହୁମୂଲ୍ଯବାନ୍ ବସ୍ତ୍ର ଓ ରଜ୍ଜୁ ରେ ବନ୍ଧା ଏରସ କାଷ୍ଠ ନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ଯବସାଯୀ ଥିଲେ।
25. ତର୍ଶୀଶ ରେ ଜାହାଜଗୁଡ଼ିକ ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ବହନ କରୁଥିଲେ।
26. ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ଯକୁ ଆଣି ଅଛନ୍ତି। ମାତ୍ର ପୂର୍ବୀଯ ବାଯୁ ସମୁଦ୍ର ମଧିଅରେ ତୁମ୍ଭକୁ ଭାଙ୍ଗି ପକାଇଛି।
27. ତୁମ୍ଭର ଧନ, ତୁମ୍ଭର ବାଣିଜ୍ଯ ଦ୍ରବ୍ଯ, ତୁମ୍ଭର ବାଣିଜ୍ଯ, ତୁମ୍ଭର ନାବିକଗଣ, ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ, ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ବହିବା ଲୋକମାନେ, ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ଯୋଦ୍ଧାମାନେ ଓ ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ସମାଜ ତୁମ୍ଭର ପତନ ଦିନ ରେ ସମୁଦ୍ର ମଧ୍ଯସ୍ଥଳ ରେ ଜଳମଗ୍ନ ହବେେ।
28. "ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦ ରେ ସୁଦୂର ଉପନଗର ସମୂହ କମ୍ପିତ ହବେେ।
29. ପୁଣି ତୁମ୍ଭ ଆହୁଲାଧାରୀ ସମସ୍ତ ଲୋକ, ନାବିକଗଣ ଓ ସମସ୍ତ କର୍ଣ୍ଣଧାରଗଣ ନିଜ ନିଜ ଜାହାଜରୁ ଓହ୍ଲାଇ ଆସି କୂଳ ରେ ଠିଆ ହବେେ।
30. ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଅତିଶଯ ଦୁଃଖିତ ହାଇେ କ୍ରନ୍ଦନ କରିବେ। ପୁଣି ସମାନେେ ନିଜ ନିଜ ମସ୍ତକରେ ଧୂଳି ପକାଇ ଭସ୍ମ ରେ ଗଡ଼ିବେ।
31. ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ମସ୍ତକ ମୁଣ୍ଡନ କରି କଟୀଦେଶ ରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାେଶ ପ୍ରାଣ ବିକଳ ରେ ରୋଦନ କରି ଅତିଶଯ ବିଳାପ କରିବେ।
32. " ସମାନେେ ସହେି ମହାଗୋଳ ସମୟରେ ତୁମ୍ଭ ଉଦ୍ଦେଶ୍ଯ ରେ ବିଳାପ କରି ତୁମ୍ଭ ବିଷଯ ରେ ଏହି କଥା କହିବେ, "'ସୋର ପରି କହେି ନାହିଁ, ସୋର ସମୁଦ୍ର ମଧିଅରେ ବିନଷ୍ଟ ହେଲା।"
33. ତୁମ୍ଭର ବଣିକମାନେ ସମୁଦ୍ର ଦଇେ ଗଲେ, ସେତବେେଳେ ତୁମ୍ଭେ ଅନକେ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କଲ। ତୁମ୍ଭେ ଆପଣା ଧନ ଓ ବାଣିଜ୍ଯ ଦ୍ରବ୍ଯ ରେ ପୃଥିବୀର ବହୁ ରାଜାମାନଙ୍କୁ ଧନୀ କଲ।
34. କିନ୍ତୁ ତୁମ୍ଭେ ବର୍ତ୍ତମାନ ସମୁଦ୍ରର ଗଭୀର ଜଳ ରେ ଭଗ୍ନ ହବୋ ଯୋଗୁଁ ତୁମ୍ଭର ସମସ୍ତ ବାଣିଜ୍ଯ ଦ୍ରବ୍ଯ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧିଅରେ ପତିତ ହେଲେ।
35. ଉପକୂଳବର୍ତ୍ତୀର ନିବାସୀମାନେ ତୁମ୍ଭ ବିଷଯ ରେ ଆଚମ୍ବିତ ହାଇେଅଛନ୍ତି ଏବଂ ସମାନଙ୍କେର ରାଜାମାନେ ଭୟଭୀତ ହାଇେଥିଲେ ଓ ସମାନଙ୍କେର ମୁଖମଣ୍ଡଳ ସମାନଙ୍କେର ଆଚମ୍ବିତ ପ୍ରକାଶ କଲା।
36. ଅନ୍ୟ ଗୋଷ୍ଠୀଯ ବଣିକମାନେ ତୁମ୍ଭ ଉଦ୍ଦେଶ୍ଯ ରେ ଶୀଷ୍ ଶବ୍ଦ କରନ୍ତି। ତୁମ୍ଭର ଭାଗ୍ଯ ଲୋକମାନଙ୍କୁ ଭୟଭୀତ କରେ ଏବଂ ତୁମ୍ଭମାନେେ ଆଉ ରହିବ ନାହିଁ।"'
About ଯିହିଜିକଲ Chapter 27
Read ଯିହିଜିକଲ Chapter 27 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିହିଜିକଲ
Chapter: 27
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିହିଜିକଲ Chapter 27 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିହିଜିକଲ Chapter 27?
ଯିହିଜିକଲ Chapter 27 is part of the Book of ଯିହିଜିକଲ in the Holy Bible.
Can I read this chapter online?
Yes. You can read the complete ଯିହିଜିକଲ Chapter 27 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 3
Explore More from ଯିହିଜିକଲ
- ଯିହିଜିକଲ Chapter 39
- ଯିହିଜିକଲ Chapter 30
- ଯିହିଜିକଲ Chapter 34
- ଯିହିଜିକଲ Chapter 6
- ଯିହିଜିକଲ Chapter 36
- ଯିହିଜିକଲ Chapter 46
- ଯିହିଜିକଲ Chapter 4