Read ଗଣନା ପୁସ୍ତକ Chapter 3 Online
Read ଗଣନା ପୁସ୍ତକ Chapter 3 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗଣନା ପୁସ୍ତକ and the Holy Bible online.
Choose a Chapter
ଗଣନା ପୁସ୍ତକ 3
ଅଧ୍ୟାୟ 3
1. ସହେିଦିନ ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେ ସଙ୍ଗେ କଥା ହେଲେ, ହାରୋଣ ଓ ମାଶାଙ୍କେର ବଂଶାବଳୀ ଏହି।
2. ହାରୋଣଙ୍କର ଚାରିପୁତ୍ର ମଧିଅରେ ପ୍ରଥମଜାତ ନାଦବ, ତା'ପରେ ଆବୀହୂ, ଇଲିଯାସର ଓ ଇଥାମର।
3. ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁ ମାନେ ଯାଜକରୂପେ ଅଭିଷିକ୍ତ ହାଇେଥିଲେ ଓ
4. ମାତ୍ର ନାଦବ ଓ ଆବୀହୂ ସୀନଯ ପ୍ରାନ୍ତର ରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ଯାଗ କଲେ। ସମାନଙ୍କେର ପୁତ୍ର ନଥିଲା; ଏଣୁ ଇଲିଯାସର ଓ ଇଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତି ରେ ଯାଜକକର୍ମ କଲେ।
5. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
6. "ତୁମ୍ଭେ ଲବେୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖ ରେ ଉପସ୍ଥିତ କରାଅ, ସମାନେେ ତାହାର ସବୋ କରିବେ।
7. ସମାନଙ୍କେର ସମାଗମ ତମ୍ବୁ ନିକଟରେ ରକ୍ଷକ ହବେେ। ସମଗ୍ର ଇଶ୍ରାୟେଲ ସମାଜ ପାଇଁ ସମାନେେ ମଧ୍ଯ ପବିତ୍ର ଛାଉଣୀର କାର୍ୟ୍ଯ କରିବେ।
8. ପୁଣି ସମାନେେ ସମାଗମ ତମ୍ବୁର ସବୋକାର୍ୟ୍ଯ କରିବା ସମୟରେ ସମାଗମ ତମ୍ବୁର ସମସ୍ତ ଦ୍ରବ୍ଯର ରକ୍ଷା କରିବେ ଓ ଇଶ୍ରାୟେଲ ଲୋକମାନଙ୍କର ସବୋ କରିବେ।
9. "ଆଉ ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣ ହସ୍ତ ରେ ଲବେୀୟମାନଙ୍କୁ ଦବେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇଶ୍ରାୟେଲ ଲୋକମାନଙ୍କ ପକ୍ଷରୁ ସମାନଙ୍କେୁ ଦିଆଗଲା।
10. "ପୁଣି ତୁମ୍ଭେ ହାରୋଣ, ତା'ର ପୁତ୍ରଗଣଙ୍କୁ ଯାଜକରୂପେ ନିୟୁକ୍ତି କରିବ। ସମାନେେ ଯାଜକରୂପେ ସବୋ କାର୍ୟ୍ଯ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆ ସେ, ତାକୁ ଆଇନ ସଙ୍ଗତ କାର୍ୟ୍ଯ କରିବ।"
11. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
12. "ମୁଁ ତୁମ୍ଭକୁ କହିଥିଲି ଇଶ୍ରାୟେଲର ପ୍ରେତ୍ୟକକ ବଂଶର ପ୍ରଥମ ଜାତ ମାରେ ସବେକ ହବେ। ବର୍ତ୍ତମାନ ଲବେୀୟମାନେ ମାରେ ଅଧିକୃତ, ତେଣୁ ଇଶ୍ରାୟେଲୀୟମାନଙ୍କ ପ୍ରଥମ ଜାତ ପରିବର୍ତେ ଲବେୀୟମାନେ ମାରେ ହବେେ।
13. "ଯେତବେେଳେ ତୁମ୍ଭମାନେେ ମିଶର ରେ ଥିଲ, ସେତବେେଳେ ମୁଁ ମିଶରୀଯମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ଯା କରିଥିଲି। ଇଶ୍ରାୟେଲ ରେ ସମସ୍ତ ମନୁଷ୍ଯ ଓ ପଶୁର ପ୍ରଥମଜାତକୁ ମାେ ପାଇଁ ପବିତ୍ର କଲି। ସମାନେେ ସମସ୍ତେ ମାରେ ଅଧିକୃତ। ମୁଁ ସଦାପ୍ରଭୁ ଅଟେ।"
14. ଅନନ୍ତର ସଦାପ୍ରଭୁ ସୀନଯ ମରୁଭୂମିରେ ମାଶାଙ୍କେୁ ପୁଣି କହିଲେ,
15. " ଲବେୀୟମାନଙ୍କୁ ସମାନଙ୍କେର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗଣନା କର। ତୁମ୍ଭେ ସମସ୍ତ ପୁରୁଷ ଓ ଏକ ମାସରୁ ଅଧିକ ବଯସ୍କ ବାଳକମାନଙ୍କୁ ଗଣନା କରିବା ଉଚିତ୍।"
16. ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମସ୍ତଙ୍କୁ ଗଣନା କଲେ।
17. ଲବେୀର ତିନିପୁତ୍ର ଥିଲେ ଓ ସମାନଙ୍କେର ନାମ ହେଲା ଗେର୍ଶୋନ,କାହାତ୍ ଓ ମରାରି।
18. ଗେର୍ଶୋନ ପରିବାରବର୍ଗର ନାମ ଲାବନି ଓ ଶିମିଯି।
19. ପୁଣି ଆପଣା ବଂଶ ଅନୁସାରେ କାହାତର ପରିବାରବର୍ଗର ନାମ ଅମ୍ରମ, ୟିଷହର, ହିବ୍ରୋଣ ଓ ଉଷୀଯଲେ।
20. ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।
21. ଗେର୍ଶୋନଠାରୁ ଲିବନି ବଂଶ ଓ ଶିମିଯିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀଯ ବଂଶ।
22. ଏମାନଙ୍କ ମଧିଅରେ ଓ ଏକମାସରୁ ଅଧିକ ବଯସ୍କ ବାଳକ ଗଣନା ଅନୁସାରେ 7,500 ହେଲେ।
23. ଗେର୍ଶୋନୀଯ ପରିବାରବର୍ଗ ପଶ୍ଚିମ ଦିଗ ରେ ପବିତ୍ର ତମ୍ବୁର ପଶ୍ଚାତ ଭାଗ ରେ ଛାଉଣୀ ସ୍ଥାପନ କରିବେ।
24. ପୁଣି ଲାଯଲରେ ପୁତ୍ର ଇଲୀଯାସଫ ଗେର୍ଶୋନୀଯ ପରିବାରବର୍ଗର ଅଧିପତି ଥିଲା।
25. ସମାଗମ ତମ୍ବୁ ରେ ଗେର୍ଶୋନର ପରିବାରର କର୍ତ୍ତବ୍ଯ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ ତମ୍ବୁର ଫାଟକର ଆଛାଦନ କନାର ଯତ୍ନ ନବୋ।
26. ସମାନେେ ପବିତ୍ର ତମ୍ବୁର ପ୍ରାଙ୍ଗଣ ରେ ଓ ବଦେୀ ରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ।
27. ପୁଣି କହାତ୍ଠାରୁ ଅମ୍ରମୀଯ ବଂଶ ୟିଷ୍ହରୀଯ ବଂଶ, ଦିବ୍ରୋଣୀଯ ବଂଶ ଓ ଉଷୀଯଲେୀଯ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀଯ ବଂଶ ହେଲେ।
28. ଏକ ମାସରୁ ଅଧିକ ବଯସ୍କ ପୁରୁଷମାନଙ୍କର ସଂଖ୍ଯା କହାତୀଯ ପରିବାରବର୍ଗର 8,300 ଓ ସମାନେେ ପବିତ୍ର ସ୍ଥାନର ରକ୍ଷକ ରୂପେ ନିୟୁକ୍ତ ହେଲେ।
29. କହାତୀଯ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗ ରେ ପବିତ୍ର ତମ୍ବୁ ନିକଟରେ ଛାଉଣୀ ସ୍ଥାପନ କରିବେ।
30. ଇଲୀପାପନ୍ ଉଷୀଯଲରେ ପୁତ୍ର କହାତୀଯ ପରିବାରବର୍ଗର ଅଧିପତି ହବେ।
31. ପବିତ୍ର ସିନ୍ଦୂକ, ମଜେ,ଦୀପରୁଖା, ୟଜ୍ଞବଦେୀ, ପବିତ୍ରସ୍ଥାନର ସବୋ ସମ୍ବନ୍ଧୀଯ ସକଳପାତ୍ର, ଏବଂ ପରଦା ସମାନଙ୍କେର ଦାଯ୍ବିତ୍ବ ରେ ରହିବ।
32. ଯାଜକ ହାରୋଣର ପୁତ୍ର ଇଲିଯାସର ସମସ୍ତଙ୍କ ମଧିଅରେ ପ୍ରଧାନ ଲବେୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷଯର କାର୍ୟ୍ଯ କରନ୍ତି ସମାନଙ୍କେର ତତ୍ତ୍ବାବଧାନ କରିବ।
33. ମହଲୀଯ ପରିବାରବର୍ଗ ଏବଂ ମୂଶୀଯ ପରିବାରବର୍ଗ ମରାରୀଯଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀଯ ପରିବାର ଅନ୍ତଭୁର୍କ୍ତ।
34. ପୁଣି ଏମାନଙ୍କ ମଧିଅରେ ଏକ ମାସରୁ ଅଧିକ ବଯସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6,200 ଲୋକ ହେଲେ।
35. ଆଉ ଅବୀହଯଲର ପୁତ୍ର ସୂରୀଯଲେ ମରାରି ପରିବାରବର୍ଗର ଅଧିପତି। ସମାନେେ ଉତ୍ତର ଦିଗ ରେ ଆବାସ ନିକଟରେ ଛାଉଣୀ ସ୍ଥାପନ କରିବେ।
36. ମରାରି ପରିବାରର ସଭ୍ଯମାନେ କାଠପଟାଗୁଡିକ, ଅର୍ଗଳଗୁଡିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀଯ କାର୍ୟ୍ଯର ଦାଯିତ୍ବ ବହନ କରିବେ।
37. ସମାନେେ ମଧ୍ଯ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣ ରେ ବ୍ଯବହାର ହୁଏ ଏହି ସମସ୍ତର ଦାଯିତ୍ବ ନବେେ।
38. ମାଶାେ, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖ ରେ ଛାଉଣୀ ସ୍ଥାପନ କରିବେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ପବିତ୍ରସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ୟାଏ, ତାକୁ ମୁତ୍ଯୁଦଣ୍ତ ଦିଆୟିବ।
39. ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ରେ ଲବେୀୟମାନଙ୍କୁ ଗଣନା କଲେ। ଲବେୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବଯସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ଯା 2,200 ହେଲେ।
40. ସଦାପ୍ରଭୁ ମାଶାଙ୍କେୁ କହିଲେ, "ତୁମ୍ଭେ ଇଶ୍ରାୟେଲର ପ୍ରଥମଜାତ ପୁରୁଷ ଲୋକମାନଙ୍କର ଏକ ମାସର ଅଧିକ ବଯସ୍କ ସମସ୍ତ ଗଣନା କର ଓ ସମାନଙ୍କେର ନାମ ତାଲିକା କର।
41. ମୁଁ ସଦାପ୍ରଭୁ, ମୁଁ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳ ରେ ଲବେୀୟମାନଙ୍କୁ ଗ୍ରହଣ କରିବୁ। ପୁଣି ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳ ରେ ଲବେୀୟମାନଙ୍କର ପଶୁ ଗ୍ରହଣ କରିବି।"
42. ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ମାଶାେ ଇଶ୍ରାୟେଲର ଲୋକ ମଧିଅରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ।
43. ପୁଣି ଏକ ମାସରୁ ଅଧିକ ବଯସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ଯା ନୁସା ରେ ସମାନଙ୍କେର ସଂଖ୍ଯା 22,273 ହେଲା।
44. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
45. "ତୁମ୍ଭେ ସମସ୍ତ ଲବେୀୟ ଏବଂ ତାଙ୍କର ସମସ୍ତ ପଶୁ ଇଶ୍ରାୟେଲର ପ୍ରଥମଜାତ ଏବଂ ଇଶ୍ରାୟେଲର ପଶୁମାନଙ୍କ ପ୍ରଥମ ଜାତ ବଦଳ ରେ ଗ୍ରହଣ କର। ଆଉ ଲବେୀୟମାନେ ମାରେ ହବେେ, ମୁଁ ସଦାପ୍ରଭୁ ଅଟେ।
46. ଇଶ୍ରାୟେଲ ରେ ଲବେୀୟମାନଙ୍କଠାରୁ 273 ଅଧିକ ପ୍ରଥମ ଜାତ ପୁରୁଷ ଅଛନ୍ତି, ଏହି ଅଧିକ ପ୍ରଥମଜାତ ପୁରୁଷଗଣ ନିଶ୍ଚଯ ମୁକୁଳା ଯିବେ।
47. ପବିତ୍ରସ୍ଥାନର ଶକେଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶକେଲ ନବେ। କୋଡିଏ ଗରୋ ରେ ଏକ ଶକେଲ।
48. ସହେି 273 ଅଧିକ ପ୍ରଥମଜାତ ପୁରୁଷଙ୍କର ମୁକୁଳାଇବା ନିମନ୍ତେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ମୂଲ୍ଯ ଦିଅ।"'
49. ତେଣୁ ମାଶାେ ସହେି ପ୍ରଥମଜାତ ପୁରୁଷମାନଙ୍କୁ ମୁକୁଳାଇବା ନିମନ୍ତେ ମୁଦ୍ରା ଏକତ୍ର କଲେ।
50. ଇଶ୍ରାୟେଲର ପୁତ୍ରଗଣ ପ୍ରଥମଜାତ ଲୋକମାନଙ୍କଠାରୁ ସେ ସହେି ମୂଲ୍ଯ ନେଲେ; ସେ ପବିତ୍ରସ୍ଥାନର ଶକେଲ ଅନୁସାରେ 1,365 ଶକେଲ ନେଲେ।
51. ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସହେି ମୁକ୍ତି ମୁଲ୍ଯ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ।
About ଗଣନା ପୁସ୍ତକ Chapter 3
Read ଗଣନା ପୁସ୍ତକ Chapter 3 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଗଣନା ପୁସ୍ତକ
Chapter: 3
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗଣନା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗଣନା ପୁସ୍ତକ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗଣନା ପୁସ୍ତକ Chapter 3?
ଗଣନା ପୁସ୍ତକ Chapter 3 is part of the Book of ଗଣନା ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଗଣନା ପୁସ୍ତକ Chapter 3 online for free with easy chapter navigation.
More Chapters from ଗଣନା ପୁସ୍ତକ
- ଗଣନା ପୁସ୍ତକ Chapter 5
- ଗଣନା ପୁସ୍ତକ Chapter 34
- ଗଣନା ପୁସ୍ତକ Chapter 19
- ଗଣନା ପୁସ୍ତକ Chapter 9
- ଗଣନା ପୁସ୍ତକ Chapter 2
- ଗଣନା ପୁସ୍ତକ Chapter 32
- ଗଣନା ପୁସ୍ତକ Chapter 31
Explore More from ପୁରାତନ ନିୟମ
- ହୋଶେୟ Chapter 4
- ଦ୍ୱିତୀୟ ବିବରଣ Chapter 27
- ହୋଶେୟ Chapter 8
- ନିହିମିୟା Chapter 6
- ଯିଖରିୟ Chapter 10
- ଯାତ୍ରା ପୁସ୍ତକ Chapter 34
- ଦିତୀୟ ରାଜାବଳୀ Chapter 17