Read ଦିତୀୟ ବଂଶାବଳୀ Chapter 26 Online
Read ଦିତୀୟ ବଂଶାବଳୀ Chapter 26 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ବଂଶାବଳୀ and the Holy Bible online.
Choose a Chapter
ଦିତୀୟ ବଂଶାବଳୀ 26
ଅଧ୍ୟାୟ 26
1. ଏହାପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍ସିଯଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ମନୋନୀତ କଲେ। ଅମତ୍ସିଯ ଊଷିଯଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବଯସ୍କ ହାଇେଥିବା ସମୟରେ ଏହିପରି ଘଟିଲା।
2. ଊଷିଯ ପୁନର୍ବାର ଏଲତ୍ ସହର ନିର୍ମାଣ କଲେ ଓ ଯିହୁଦାକୁ ତାହା ଫରୋଇ ଦେଲେ। ଅମତ୍ସିଯ ମୃତ୍ଯୁ ଭୋଗ କରିବା ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହବୋପରେ ଉଷିୟ ଏହା କଲେ।
3. ଉଷିୟ ରାଜା ହବୋ ସମୟରେ ଷୋହଳ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ବାଉନ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ୟିଖଲିଯା। ୟିଖଲିଯା ୟିରୁଶାଲମରୁ ଆସିଥିଲେ।
4. ଉଷିୟ ଏହିସବୁ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କଲେ। ସେ ତାଙ୍କର ପିତା ଅମତ୍ସିଯଙ୍କ ପରି ପରମେଶ୍ବରଙ୍କୁ ମାନିଲେ।
5. ଉଷିୟ ଜିଖରିଯଙ୍କ ଜୀବନକାଳ ମଧିଅରେ ପରମେଶ୍ବରଙ୍କର ଅନୁଗମନ କଲେ। ପରମେଶ୍ବରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ଯ ହବୋକୁ ହବେ, ତାହା ଜିଖରିଯ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତବେେଳେ ସଦାପ୍ରଭୁଙ୍କର ବାଧ୍ଯ ହେଲେ, ପରମେଶ୍ବର ତାଙ୍କୁ ସଫଳତା ଦେଲେ।
6. ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧ ରେ ଗୋଟିଏ ୟୁଦ୍ଧ କଲେ। ସେ ଗାଥ୍, ଯବ୍ନିର ଓ ଅସ୍ଦୋଦ୍ ସହରର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅସ୍ଦୋଦ୍ ସହର ନିକଟରେ ଓ ଅନ୍ଯାନ୍ଯ ସ୍ଥାନ ରେ ପଲେଷ୍ଟୀୟ ଲୋକମାନଙ୍କ ମଧିଅରେ ସହରମାନ ନିର୍ମାଣ କଲେ।
7. ପରମେଶ୍ବର ଉଷିୟଙ୍କୁ ପଲେଷ୍ଟୀୟ ଲୋକ, ଗୁର୍-ବାଲ୍ ସହର ରେ ବାସ କରୁଥିବା ଆରବୀଯ ଓ ମଯୂନିଯ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ରେ ସାହାୟ୍ଯ କଲେ।
8. ଅେମ୍ମାନୀୟମାନେ ଉଷିୟଙ୍କୁ ରାଜକର ଦେଲେ। ମିଶରର ସୀମା ପର୍ୟ୍ଯନ୍ତ ସମସ୍ତ ସ୍ଥାନ ରେ ଉଷିୟଙ୍କ ନାମ ବିଖ୍ଯାତ ହାଇେ ଉଠିଲା, ସେ ବିଖ୍ଯାତ ହେଲେ, କାରଣ ସେ ଅତ୍ଯନ୍ତ ପରାକ୍ରମୀ ଥିଲେ।
9. ଉଷିୟ ୟିରୁଶାଲମର କଣସ୍ଥିତ ଦ୍ବାର, ଉପତ୍ୟକା ଦ୍ବାର ଓ ପ୍ରାଚୀର ବୁଲିୟାଇଥିବା ସ୍ଥାନ ରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସହେି ଦୁର୍ଗଗୁଡ଼ିକୁ ଦୃଢ଼ କଲେ।
10. ଉଷିୟ ମରୁଭୂମି ମଧିଅରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ଯ, ସେ ଅନକେ କୂପ ଖାେଳିଲେ। ପାର୍ବତ୍ଯମଯ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ଯାଞ୍ଚଳ ଓ ଉତ୍ତମ ଶସ୍ଯ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କ ରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନବୋ ନିମନ୍ତେ ସେ ଲୋକମାନଙ୍କୁ ନିୟୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।
11. ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ଯଦଳ ଥିଲା। ସହେି ସୈନିକମାନେ ସଚିବ ୟିଯୁଯଲେଲ୍ ଓ ପଦାଧିକାରୀ ମା ସଯଙ୍କେ ଦ୍ବାରା ବିଭିନ୍ନ ଦଳ ରେ ଭର୍ତ୍ତି କରାୟାଇ ଥିଲେ। ହାନାନୀଯ ସମାନଙ୍କେର ନେତା ଥିଲେ। ୟିଯୂଯେଲ୍ ଓ ମା ସଯେ ସହେି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହାନାନୀଯ ରାଜାଙ୍କର ଜଣେ ପଦାଧିକାରୀ ଥିଲେ।
12. ସୈନିକମାନଙ୍କ ଉପରେ 2,600 ଜଣେ ନେତା ଥିଲେ।
13. ସହେି ନେତାମାନେ 307 ,500 ଜଣ ଲୋକଙ୍କର ଦାଯିତ୍ବ ରେ ଥିଲେ, ଯେଉଁମାନେ ମହାପରାକ୍ରମ ସହ ୟୁଦ୍ଧ କରୁଥିଲେ। ସହେି ସୈନିକମାନେ ରାଜାଙ୍କୁ ଶତ୍ରୁ ବିରୁଦ୍ଧ ରେ ସାହାୟ୍ଯ କରୁଥିଲେ।
14. ଉଷିୟ ସୈନ୍ଯଦଳକୁ ଢ଼ାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟଣେୀ ପାଇଁ ପଥର ଦେଲେ।
15. ୟିରୁଶାଲମ ରେ ଉଷିୟ ଚତୁର ଲୋକମାନଙ୍କ ଦ୍ବାରା ଉଦ୍ଭାବିତ ମସେିନ୍ସବୁ ନିର୍ମାଣ କଲେ। ସହେି ମସେିନ୍ଗୁଡ଼ିକ ଦୁର୍ଗ ଓ କଣସ୍ଥିତ ପ୍ରାଚୀର ଉପରେ ରଖାଗଲା। ସହେି ମସେିନ୍ଗୁଡ଼ିକ ତୀର ଓ ପଥର କ୍ଷପେଣ କରିପାରୁ ଥିଲା। ଉଷିୟ ବିଖ୍ଯାତ ହାଇେ ଉଠିଲେ। ଦୂରଦୂରାନ୍ତର ସ୍ଥାନର ଲୋକମାନେ ସୁଦ୍ଧା ତାଙ୍କର ନାମ ଜାଣିଥିଲେ। ତାଙ୍କୁ ପ୍ରଚୁର ସାହାୟ୍ଯ ମିଳୁଥିଲା ଓ ସେ ଜଣେ ପରାକ୍ରମଶାଳୀ ରାଜା ହାଇେ ଉଠିଲେ।
16. କିନ୍ତୁ ଉଷିୟ ଯେତବେେଳେ ଶକ୍ତିଶାଳୀ ହାଇେ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ହାଇେ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବଦେୀ ଉପରେ ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
17. ଅସରିଯ ଯାଜକ ଓ ସଦାପ୍ରଭୁଙ୍କ ସବୋକାର୍ୟ୍ଯ କରୁଥିବା ଅଶୀ ଜଣ ସାହସୀ ୟୁବକମାନେ ଉଷିୟଙ୍କ ପେଛ ପେଛ ମନ୍ଦିର ମଧ୍ଯକୁ ଗଲେ।
18. ସମାନେେ ଉଷିୟଙ୍କୁ କହିଲେ, ଯେ, ସେ ଭୂଲ କାର୍ୟ୍ଯ କରୁଛନ୍ତି। ସମାନେେ ତାଙ୍କୁ କହିଲେ, "ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଧୂପ ଜ୍ବଳାଇବା ତୁମ୍ଭର କାର୍ୟ୍ଯ ନୁହେଁ। ଏହି କାର୍ୟ୍ଯ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ।ଯାଜକ ଓ ହାରୋଣଙ୍କ ବଂଶଧରମାନେ କବଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁଗନ୍ଧିଧୂପ ଜ୍ବଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ବଳାଇବାର ପବିତ୍ର ସବୋକାର୍ୟ୍ଯ ନିମନ୍ତେ ତାଲିମପ୍ରାପ୍ତ ହାଇେଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ୟାଅ। ତୁମ୍ଭେ ବିଶ୍ବସ୍ତ ହାଇେ ନାହଁ। ସଦାପ୍ରଭୁ ପରମେଶ୍ବର ଏଥି ନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।"
19. କିନ୍ତୁ ଉଷିୟ କୋରଧାନ୍ବିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତ ରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କୋର୍ଧ କରୁଥିବା ସମୟରେ ହିଁ କୁଷ୍ଠ ରୋଗ ତାଙ୍କର କପାଳ ରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିର ରେ, ସୁଗନ୍ଧି ଧୂପର ୟଜ୍ଞବଦେୀ ନିକଟରେ ଯାଜକମାନଙ୍କ ସମ୍ମୁଖ ରେ ଘଟିଲା।
20. ପ୍ରଧାନ ଯାଜକ ଅସରିଯ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସମାନେେ ତାଙ୍କ କପାଳ ରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରି ଦେଲେ। ଉଷିୟ ନିଜେ ତରତର ହାଇେ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ।
21. ରାଜା ଉଷିୟ ଜଣେ କୁଷ୍ଠ ରୋଗଗ୍ରସ୍ଥ। ସେ ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ପ୍ରବେଶ କରିପାରିବେ ନାହିଁ। ଉଷିୟଙ୍କ ପୁତ୍ର ଯୋଥମ୍ ରାଜାଙ୍କ ଗୃହକୁ ନିଯନ୍ତ୍ରଣ କଲେ ଓ ଲୋକମାନଙ୍କର ରାଜ୍ଯପାଳ ହେଲେ।
22. ଉଷିୟ ଅନ୍ୟ ଯେଉଁ ସମସ୍ତ କାର୍ୟ୍ଯ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଆମାେସ୍ଙ୍କ ପୁତ୍ର ଭବିଷ୍ଯତ୍ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲଖାେ ୟାଇଅଛି।
23. ଉଷିୟ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ନିକଟରେ କବର ପାଇଲେ। ଉଷିୟ ରାଜାମାନଙ୍କ କବରସ୍ଥାନ ନିକଟସ୍ଥ କ୍ଷତେ ରେ କବର ପାଇଲେ। କାହିଁକି ? କାରଣ ଲୋକମାନେ କହିଲେ, "ଉଷିୟଙ୍କଠା ରେ କୁଷ୍ଠରୋଗ ଥିଲା।" ଆଉ ୟୋଥମ୍ ଉଷିୟଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ୟୋଥମ୍ ଉଷିୟଙ୍କ ପୁତ୍ର ଥିଲେ।
About ଦିତୀୟ ବଂଶାବଳୀ Chapter 26
Read ଦିତୀୟ ବଂଶାବଳୀ Chapter 26 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ଦିତୀୟ ବଂଶାବଳୀ
Chapter: 26
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦିତୀୟ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦିତୀୟ ବଂଶାବଳୀ Chapter 26 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦିତୀୟ ବଂଶାବଳୀ Chapter 26?
ଦିତୀୟ ବଂଶାବଳୀ Chapter 26 is part of the Book of ଦିତୀୟ ବଂଶାବଳୀ in the Holy Bible.
Can I read this chapter online?
Yes. You can read the complete ଦିତୀୟ ବଂଶାବଳୀ Chapter 26 online for free with easy chapter navigation.
More Chapters from ଦିତୀୟ ବଂଶାବଳୀ
- ଦିତୀୟ ବଂଶାବଳୀ Chapter 9
- ଦିତୀୟ ବଂଶାବଳୀ Chapter 3
- ଦିତୀୟ ବଂଶାବଳୀ Chapter 30
- ଦିତୀୟ ବଂଶାବଳୀ Chapter 19
- ଦିତୀୟ ବଂଶାବଳୀ Chapter 17
- ଦିତୀୟ ବଂଶାବଳୀ Chapter 32
- ଦିତୀୟ ବଂଶାବଳୀ Chapter 28
Explore More from ପୁରାତନ ନିୟମ
- ଆଦି ପୁସ୍ତକ Chapter 41
- ଯିହିଜିକଲ Chapter 33
- ପ୍ରଥମ ରାଜାବଳୀ Chapter 7
- ଗୀତସଂହିତା Chapter 66
- ଯିଶାଇୟ Chapter 60
- ବିଚାରକର୍ତ୍ତା Chapter 9
- ଯିଶାଇୟ Chapter 53