Read ଦିତୀୟ ରାଜାବଳୀ Chapter 15 Online
Read ଦିତୀୟ ରାଜାବଳୀ Chapter 15 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ରାଜାବଳୀ and the Holy Bible online.
Choose a Chapter
ଦିତୀୟ ରାଜାବଳୀ 15
ଅଧ୍ୟାୟ 15
1. ଇଶ୍ରାୟେଲ ରେ ୟାରବିଯାମଙ୍କ ରାଜତ୍ବର ସପ୍ତବିଂଶ ବର୍ଷ ରେ ଅମତ୍ସିଯଙ୍କର ପୁତ୍ର ଅସରିଯ ଯିହୁଦା ରେ ରାଜା ହେଲେ।
2. ଷୋଡଶ ବର୍ଷ ବଯସ ରେ ଅସରିଯ ରାଜ୍ଯ ଶାସନ ଆରମ୍ଭ କଲେ ଓ ସେ ୟିରୁଶାଲମ ରେ ବାବନ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ୟିଖଲିଯା ଓ ସେ ୟିରୁଶାଲମ ନିବାସିନୀ ଥିଲେ।
3. ସଦାପ୍ରଭୁଙ୍କ ଦୃଷ୍ଟି ରେ ଅସରିଯ ଯଥାର୍ଥ କର୍ମମାନ କଲେ। ଠିକ୍ ସହେିପରି ତାଙ୍କର ପିତା ଅମତ୍ସିଯ ପରି ସେ କରିଥିଲେ।
4. ମାତ୍ର ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କଲେ ନାହିଁ। ଲୋକମାନେ ସଠାେରେ ବଳିଦାନ କଲେ ଓ ଧୂପ ଜଳାଇଲେ।
5. ପୁଣି ସଦାପ୍ରଭୁ ଅସରିଯଙ୍କୁ ମରଣ ପର୍ୟ୍ଯନ୍ତ କୁଷ୍ଠୀ କରି ଦେଲେ ଓ ସେ ଏକ ପୃଥକ ଗୃହ ରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ ଗୃହର କର୍ତ୍ତା ହାଇେ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।
6. ଅସରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଓ ପରାକ୍ରମ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
7. ଅସରିଯଙ୍କର ମୃତ୍ଯୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ପାଇଲେ। ଅସରିଯଙ୍କର ମୃତ୍ଯୁପରେ, ଯୋଥମ ଅସରିଯଙ୍କ ପୁତ୍ର ନୂତନ ରାଜାରୂପେ ପରିଚିତ ହେଲେ।
8. ଯିହୁଦା ରେ ଅସରିଯଙ୍କର ରାଜତ୍ବର ଅଠତିରିଶ୍ ବର୍ଷ ରେ ୟାରବିଯଯାମଙ୍କ ପୁତ୍ର ଜିଖରିଯ ଶମରିଯା ରେ ଇଶ୍ରାୟେଲ ଉପରେ ଛଅ ମାସ ଶାସନ କଲେ।
9. ୟିଖରିଯ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଚାଲିଲେ। ଯେଉଁଗୁଡିକ ସଦାପ୍ରଭୁଙ୍କ ଦୃଷ୍ଟି ରେ ଭୂଲ୍ ବୋଲି ବିବଚେିତ ହୁଏ। ନବାଟଙ୍କ ପୁତ୍ର ୟାରବିଯାମ ୟିଏ ଇଶ୍ରାୟେଲକୁ ଯେଉଁ ପାପ କରାଇଥିଲେ ସେ ସହେି ପାପ ପଥରୁ ବିମୁଖ ହେଲେ ନାହିଁ।
10. ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।
11. ଜିଖରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ, ପରାକ୍ରମ ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
12. ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ଯ ସତ୍ଯ ହେଲା। ସେ ଯହେୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହବେେ, ତାହା ସହେିପରି ଘଟିଲା।
13. ଯିହୁଦା ରେ ଉଷିୟଙ୍କ ରାଜତ୍ବର ଅଣଗ୍ଭଳିଶ ବର୍ଷ ରେ ୟାବେଶଙ୍କ ପୁତ୍ର ଶଲ୍ଲୁମ ଇଶ୍ରାୟେଲ ରେ ରାଜା ହେଲେ। ସେ ଶମରିଯା ରେ ଏକମାସ ପାଇଁ ଶାସନ କଲେ।
14. ଆଉ ଗାଦିର ପୁତ୍ର ମନ ହେମ୍ ତିର୍ସାରୁ ଆସି ଶମରିଯା ରେ ଉପସ୍ଥିତ ହେଲେ ଓ ୟାବେଶଙ୍କ ପୁତ୍ର ଶଲ୍ଲୁମଙ୍କୁ ଶମରିଯା ରେ ଆଘାତ କରି ବଧ କଲେ ଓ ତାଙ୍କ ପଦ ରେ ରାଜ୍ଯ କଲେ।
15. ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଜିଖରିଯଙ୍କ ବିରୁଦ୍ଧ ରେ କୃତ ଚକ୍ରାନ୍ତ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
16. ଶଲ୍ଲମଙ୍କ ମୃତ୍ଯୁପରେ ମନ ହେମ୍ ତିର୍ସାଠାରୁ, ତିପ୍ସହର ସମସ୍ତ ଅଞ୍ଚଳକୁ ଲୋକମାନେ ଆକ୍ରମଣ କଲେ, କାରଣ ସମାନେେ ନଗରର ଫାଟକସବୁ ତାଙ୍କ ପାଇଁ ଖାଲିବୋକୁ ଅମାନ୍ଯ କଲେ। ସେ ନଗରର ସମସ୍ତ ଗର୍ଭବତୀ ନାରୀଙ୍କର ଉଦର ବିଦୀର୍ଣ୍ଣ କଲେ।
17. ଯିହୁଦା ରେ ଅସରିଯଙ୍କ ରାଜତ୍ବର ଅଣଗ୍ଭଳିଶ ବର୍ଷ ରେ ଗାଦିଙ୍କର ପୁତ୍ର ମନ ହେମ୍ ଇଶ୍ରାୟେଲ ରେ ରାଜା ହେଲେ ଓ ସେ ଶମରିଯା ରେ ଦଶବର୍ଷ ରାଜତ୍ବ କଲେ।
18. ପୁଣି ସଦାପ୍ରଭୁ ଦୃଷ୍ଟି ରେ ଯାହାସବୁ ପାପ ଓ ଘୃଣ୍ଯ, ସେସବୁ କର୍ମ କରି ଚାଲିଲେ। ସେ କବେେ ହେଲେ ପାପ କରିବାକୁ କ୍ଷାନ୍ତ ହେଲେ ନାହିଁ, ଯେଉଁସବୁ ପାପ ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ କରାଇଥିଲେ।
19. ଅଶୂରର ରାଜା ପୂଲ୍ ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବାରୁ ମନ ହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ଯ ସୁଦୃଢ କରିବାକୁ ତାଙ୍କୁ ସାହାର୍ୟ୍ଯ କରିବେ।
20. ପୁଣି ମନେ ହେମ୍ ଏହି ଟଙ୍କା ଇଶ୍ରାୟେଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାଯ କଲେ। ପ୍ରେତ୍ୟକକ ଧନଶାଳୀ ଲୋକଠାରୁ ପଗ୍ଭଶ ଶକେଲ ଲଖାଏଁେ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇଶ୍ରାୟେଲ ପରିତ୍ଯାଗ କଲେ ଓ ନିଜ ଦେଶକୁ ଫରେିଗଲେ।
21. ମନ ହେମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ୍ କ୍ରିଯା ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
22. ମନ ହେମ୍ଙ୍କର ମୃତ୍ଯୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତାଙ୍କ ପରେ ତାଙ୍କ ପୁତ୍ର ପକହିଯ ତାଙ୍କ ପଦ ରେ ରାଜ୍ଯ କଲେ।
23. ଯିହୁଦାର ଅସରିଯଙ୍କ ରାଜତ୍ବର ପଗ୍ଭଶ ବର୍ଷ ରେ ମନ ହେମ୍ଙ୍କ ପୁତ୍ର ପକହିଯ ଇଶ୍ରାୟେଲ ରେ ରାଜା ହେଲେ ଓ ସେ ଦୁଇବର୍ଷ ଶମରିଯା ଶାସନ କଲେ।
24. ପକହିଯ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ କାର୍ୟ୍ଯ କଲେ। ସେ ପାପଗୁଡିକ କାର୍ୟ୍ଯରୁ ବିମୁଖ ହେଲେ ନାହିଁ, ଯାହା ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଥିଲେ।
25. ରମଲିଯର ପୁତ୍ର ପକହେ, ପକହଙ୍କେର ସୈନ୍ଯବାହୀନିର ଜଣେ ସନୋପତି ରାଜ ପ୍ରାସାଦ ରେ ପକହେକୁ ହତ୍ଯା କଲେ। ଯେତବେେଳେ ରାଜାଙ୍କୁ ସେ ହତ୍ଯା କଲେ, ତାଙ୍କ ସହିତ ପଗ୍ଭଶ ଗିଲିଯଦୀଯ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।
26. ଏହି ପକହେିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
27. ଯିହୁଦା ରେ ଅସରିଯଙ୍କର ରାଜତ୍ବର ବାବନ ବର୍ଷ ରେ ରମଲିଯଙ୍କର ପୁତ୍ର ପକହେ ଶମରିଯା ରେ ଇଶ୍ରାୟେଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡିଏ ବର୍ଷ ରାଜ୍ଯ ଶାସନ କଲେ।
28. ପକହେ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ପାପ କଲେ। ସେ ପାପ କରିବାକୁ କ୍ଷାନ୍ତ ହେଲନୋହିଁ। ଆଉ ସେ ମଧ୍ଯ ନବାଟଙ୍କ ପୁତ୍ରପରି ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଲେ।
29. ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।
30. ଏହାପରେ ଏଲାଙ୍କର ପୁତ୍ର ହାେେଶୟ ରମଲିଯଙ୍କର ପୁତ୍ର ପକହଙ୍କେର ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ବର କୋଡିଏ ବର୍ଷ ରେ ତାଙ୍କର ପଦ ରେ ରାଜ୍ଯ କଲେ।
31. ଏହି ପକହଙ୍କେର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
32. ଇଶ୍ରାୟେଲର ରାଜା ରମଲିଯଙ୍କର ପୁତ୍ର ପକହଙ୍କେ ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ ରାଜ୍ଯ କରିବାକୁ ଆରମ୍ଭ କଲେ।
33. ଯୋଥମ ପଚିଶ ବର୍ଷ ବଯସ ରେ ରାଜା ହେଲେ ଓ ଷୋହଳ ବର୍ଷ ୟିରୁଶାଲମ ରେ ରାଜ୍ଯ ଶାସନ କଲେ। ତାଙ୍କର ମାତାଙ୍କ ନାମ ୟିରୁଣା ଓ ସେ ସାଦୋକର କନ୍ଯା ଥିଲେ।
34. ୟୋଥମ୍ ଠିକ୍ ତାଙ୍କର ପିତା ଉଷିୟଙ୍କ ତୁଲ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯଥାର୍ଥ କର୍ମ କଲେ।
35. ମାତ୍ର ସେ ଉଚ୍ଚସ୍ଥଳୀଗୁଡିକୁ ବିନିଷ୍ଟ କଲେ ନାହିଁ। ସେ ସମୟରେ ମଧ୍ଯ ଲୋକମାନେ ସହେି ଉଚ୍ଚସ୍ଥଳୀ ରେ ବଳୀଦାନ କଲେ ଓ ଧୂପ ଜଳାଇଲେ। ଯୋଥମ ସଦାପ୍ରଭୁଙ୍କ ମନ୍ଦିରର ଉପର ଦ୍ବାର ନିର୍ମାଣ କଲେ।
36. ଯୋଥମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କ୍ରିଯା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
37. ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀନ୍କୁ ଓ ରମଲିଯର ପୁତ୍ର ପକହଙ୍କେୁ ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।
38. ଅନନ୍ତର ଯୋଥମଙ୍କର ମୃତ୍ଯୁ ହେଲା ଓ ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗର ରେ କବର ନେଲେ। ତାଙ୍କର ପୁତ୍ର ଆହସ ତାଙ୍କ ପଦ ରେ ରାଜ୍ଯ କଲେ।
About ଦିତୀୟ ରାଜାବଳୀ Chapter 15
Read ଦିତୀୟ ରାଜାବଳୀ Chapter 15 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ଦିତୀୟ ରାଜାବଳୀ
Chapter: 15
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦିତୀୟ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦିତୀୟ ରାଜାବଳୀ Chapter 15 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦିତୀୟ ରାଜାବଳୀ Chapter 15?
ଦିତୀୟ ରାଜାବଳୀ Chapter 15 is part of the Book of ଦିତୀୟ ରାଜାବଳୀ in the Holy Bible.
Can I read this chapter online?
Yes. You can read the complete ଦିତୀୟ ରାଜାବଳୀ Chapter 15 online for free with easy chapter navigation.
More Chapters from ଦିତୀୟ ରାଜାବଳୀ
- ଦିତୀୟ ରାଜାବଳୀ Chapter 22
- ଦିତୀୟ ରାଜାବଳୀ Chapter 2
- ଦିତୀୟ ରାଜାବଳୀ Chapter 18
- ଦିତୀୟ ରାଜାବଳୀ Chapter 23
- ଦିତୀୟ ରାଜାବଳୀ Chapter 25
- ଦିତୀୟ ରାଜାବଳୀ Chapter 4
- ଦିତୀୟ ରାଜାବଳୀ Chapter 16
Explore More from ପୁରାତନ ନିୟମ
- ଗୀତସଂହିତା Chapter 129
- ପ୍ରଥମ ବଂଶାବଳୀ Chapter 11
- ପ୍ରଥମ ବଂଶାବଳୀ Chapter 1
- ଦିତୀୟ ବଂଶାବଳୀ Chapter 30
- ଦିତୀୟ ବଂଶାବଳୀ Chapter 25
- ଆଦି ପୁସ୍ତକ Chapter 28
- ଯିରିମିୟ Chapter 18