ଯିରିମିୟ Chapter 22

For English

Read ଯିରିମିୟ Chapter 22 Online

Read ଯିରିମିୟ Chapter 22 online from the Holy Bible. This chapter is part of the Book of ଯିରିମିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟ and the Holy Bible online.

Choose a Chapter

ଯିରିମିୟ 22

ଅଧ୍ୟାୟ 22

1. ସଦାପ୍ରଭୁ କହିଲେ, " ହେ ଯିରିମିୟ, ତୁମ୍ଭେ ଯିହୁଦା ରାଜପ୍ରାସାଦକୁ ୟାଇ ଯିହୁଦାର ରାଜାଙ୍କୁ ଏହି ବାକ୍ଯ କୁହ।

2. ' ହେ ଦାଉଦଙ୍କ ସିଂହାସନ ରେ ଉପବିଷ୍ଟ ଯିହୁଦାର ରାଜା, ତୁମ୍ଭେ ତୁମ୍ଭର ଦାସଗଣ ଓ ଏହିସବୁ ଫାଟକ ଦଇେ ପ୍ରବେଶ କର ଏବଂ ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ଶୁଣ।

3. ସଦାପ୍ରଭୁ କହନ୍ତି, ନ୍ଯାଯ ବିବଚେନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ଯାଯ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନ ରେ ନିର୍ଦ୍ ଦୋଷର ରକ୍ତପାତ କର ନାହିଁ।

4. ଆଉ ଯଦି ତୁମ୍ଭମାନେେ ପ୍ରକୃତ ରେ ଏହିସବୁ କାର୍ୟ୍ଯ କର, ତବେେ ଦାଉଦଙ୍କ ସିଂହାସନ ରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ବ ରେ ଚଢ଼ି, ସେ ଓ ତାଙ୍କର ଦାସଗଣଙ୍କ ସହିତ ସମସ୍ତ ଲୋକ ଏହି ଫାଟକ ଦଇେ ଗୃହ ରେ ପ୍ରବେଶ କରିବେ।

5. ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତବେେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମ ରେ ଶପଥ କରି କହୁଅଛୁ ଏହି ଗୃହ ଧ୍ବଂସ ସ୍ତୁପ ରେ ପରିଣତ ହବେ।"

6. ଆଉ ଯିହୁଦାର ରାଜଗୃହ ବିଷଯ ରେ ସଦାପ୍ରଭୁ ଏହିକଥା କହନ୍ତି,

7. ତୁମ୍ଭର ପ୍ରାସାଦକୁ ଧ୍ବଂସ କରିବାକୁ ପ୍ରେତ୍ୟକକ ବିନାଶକାରୀଙ୍କୁ ଅସ୍ତ୍ର ସହିତ ପଠାଇବା। ସମାନେେ ତୁମ୍ଭର ସୁଦୃଢ଼ ସୁନ୍ଦର ଏରସକାଠ ନିର୍ମିତ କଡ଼ିଗୁଡ଼ିକୁ କାଟି ଅଗ୍ନି ରେ ପକାଇବେ।

8. "ଆଉ ଦେଶୀଯମାନେ ଏହି ନଗର ଦଇେ ଗଲା ବେଳେ ପ୍ରେତ୍ୟକକ ଆପଣା ଆପଣା ସଙ୍ଗୀକି ପଚାରିବେ, 'ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ୟିରୁଶାଲମ ନଗରକୁ ଏପରି କଲେ ?"

9. ତହିଁରେ ସମାନେେ ଉତ୍ତର ଦବେେ, 'ସଦାପ୍ରଭୁ ପରମେଶ୍ବରଙ୍କ ନିଯମକୁ ପରିତ୍ଯାଗ କରି ଯିହୁଦାବାସୀ ଅନ୍ୟ ଦବଗେଣଙ୍କୁ ପ୍ରଣାମ ଓ ସବୋ କରିଥିବାରୁ।"'

10. ତୁମ୍ଭମାନେେ ମୃତ ରାଜାଙ୍କ ସକାେଶ ରୋଦନ କର ନାହିଁ। କିଅବା ତାହା ପାଇଁ ବିଳାପ କର ନାହିଁ। ମାତ୍ର ପ୍ରସ୍ଥାନ କରିବା ରାଜା ନିମନ୍ତେ ଅତିଶଯ କ୍ରନ୍ଦନ କର। କାରଣ ସେ ଆଉ ଫରେିବ ନାହିଁ କି ଆପଣା ଜନ୍ମଭୂମି ଆଉ ଦେଖିବ ନାହିଁ।

11. ଯେ ହତେୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲମ୍ ଯେ ଆପଣା ପିତା ଯୋଶିୟର ପଦ ରେ ରାଜତ୍ବ କଲା ଓ ଏହି ସ୍ଥାନରୁ ବାହାରି ଗଲା। ତାହାର ବିଷଯ ରେ ସଦାପ୍ରଭୁ ଏହା କହନ୍ତି, " ସେ ଆଉ ୟିରୁଶାଲମକୁ ଫରେିବ ନାହିଁ।

12. ଯିହାୟୋଦାରସ୍ (ଶଲମ) ବନ୍ଦୀତ୍ବ ଅବସ୍ଥା ରେ ଯେଉଁ ସ୍ଥାନକୁ ନୀତ ହାଇେଛି ସେ ସହେି ସ୍ଥାନ ରେ ମରିବ। ସେ ଆଉ ଏହି ଦେଶ ଦେଖିପାରିବେ ନାହିଁ।"

13. ଯିହାୟୋକୀମ ଜଣେ ଅଧର୍ମୀ ରାଜା ଥିଲେ ୟିଏ କି ଅଧର୍ମ ରେ ଆପଣା ଗୃହ ଓ ଅନ୍ଯାଯ ରେ ଆପଣା କୋଠରୀମାନ ନିର୍ମାଣ କରେ, ୟିଏ ବିନା ମୂଲ୍ଯ ରେ ଆପଣା ପ୍ରତିବେଶୀକି ସବୋ କରାଏ ଓ ତାଙ୍କୁ କିଛି ବତନେ ଦିଏ ନାହିଁ।

14. ଯିହାୟୋକୀମ୍ କହନ୍ତି, "ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କଠାେରୀମାନ ନିର୍ମାଣ କରିବି।" ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ ଓ ଏରସ କାଠ ରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗ ରେ କାଠ ରଙ୍ଗ କଲେ। ମାତ୍ର ସେ ସନ୍ତାପର ପାତ୍ର ହେଲେ।

15. ହେ ଯିହାୟୋଦାରକୀମ, ତୁମ୍ଭେ ତୁମ୍ଭ ଗୃହ ରେ ବହୁ ଏରସ କାଠ ବ୍ଯବହାର କରି ବଡ଼ ରାଜା ହାଇଯେିବ ବୋଲି ଭାବୁଛ କି ? ତୁମ୍ଭର ପିତା ଧର୍ମ ରେ ଖାଦ୍ୟ ପାନୀଯ ଦଇେ ଉତ୍ତମ ରାଜା ହେଲେ ଓ ଏହି ଧର୍ମାଚରଣ ଯୋଗୁଁ ସଠାେ ରେ ଉନ୍ନତି ହେଲା।

16. ଯୋଶିୟ ଦରିଦ୍ର ଓ ଦୀନହୀନଙ୍କର ଯତ୍ନ ନେଉଥିବାରୁ ତାଙ୍କ ମଙ୍ଗଳ ହେଲା। ସଦାପ୍ରଭୁ କହନ୍ତି, "ଏହାକି ଆମ୍ଭକୁ ଜ୍ଞାତ ହବୋର ନୁହେଁ ?"

17. ମାତ୍ର ହେ ଯିହାୟୋଦାରକୀମ, ତୁମ୍ଭେ କବଳେ ନିଜର ସ୍ବାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ଯ ଓ ନିର୍ଦ୍ ଦୋଷର ରକ୍ତପାତ ରେ ବୁଡ଼ି ରହିଛି।

18. ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ୟିହୋଯାକୀମ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, "ଯିହୁଦାର ଲୋକମାନେ, 'ହାୟ, ଆମ୍ଭର ଭାଇ ! ଅବା ହାୟ, ଆମ୍ଭ ଭଉଣୀ ବୋଲି ଡ଼ାକି ତାଙ୍କ ପାଇଁ ବିଳାପ କରିବେ ନାହିଁ।"ହାୟ ପ୍ରଭୁ, ହାୟ ତାଙ୍କର ମହିମା ! ଏହା କହି ଲୋକେ ତାହା ପାଇଁବିଳାପ କରିବେ ନାହିଁ।

19. ତାହାର କବର ଗଧର କବର ତୁଲ୍ଯ ହବେ, ସେ ଘୋଷଡ଼ା ୟାଇ ୟିରୁଶାଲମର ଦ୍ବାର ବାହା ରେ ପକାୟିବ।

20. " ହେ ଯିହୁଦା, ତୁମ୍ଭେ ଲିବାନୋନ୍ର ପର୍ବତ ଉପ ରେ କ୍ରନ୍ଦନ କର। ତୁମ୍ଭେ ବାଶନର ପର୍ବତ ଉପ ରେ ଉଚ୍ଚ ସ୍ବର ରେ ପାଟି କର ଓ ଅବାରୀମର ପର୍ବତରୁ ବିଳାପ କର। କାରଣ ତୁମ୍ଭର 'ପ୍ ରମେିକମାନେ' ବିନଷ୍ଟ ହାଇେଅଛନ୍ତି।

21. "ଆମ୍ଭେ ତୁମ୍ଭର ସୌଭାଗ୍ଯ ସମୟରେ ତୁମ୍ଭକୁ କଥା କହିଲୁ ଓ ତୁମ୍ଭକୁ ସାବଧାନ କଲୁ। ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ। ଆମ୍ଭ ବାକ୍ଯ ପ୍ରତି ତୁମ୍ଭେ ବାଲ୍ଯାବସ୍ଥାରୁ ଅବଧାନ କରି ନାହଁ।

22. "ତୁମ୍ଭ ପ୍ରତି ଶାସ୍ତି ସ୍ବରୂପ ବାଯୁ ତୁମ୍ଭର ସମସ୍ତ ମଷେପାଳକଙ୍କୁ ଉଡ଼ାଇ ନବେ ଓ ତୁମ୍ଭର ଆଚ୍ଛାଦନ ବନ୍ଦୀତ୍ବ ସ୍ଥାନକୁ ୟିବ। ସହେି ସମୟରେ ତୁମ୍ଭେ ନିଜର ସକଳ ଦୁଷ୍ଟାଚରଣ ଯୋଗୁଁ ଲଜ୍ଜିତ ଓ ଆକୁଳିତ ହବେ।

23. " ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହ ରେ ଉଚ୍ଚ ପର୍ବତ ଉପ ରେ ବାସ କରି ଲିବା ନୋନ ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ। ମାତ୍ର ଯେତବେେଳେ ତୁମ୍ଭେ ଶାସ୍ତି ପାଇବ, ତୁମ୍ଭେ ପ୍ରସବ ବଦନୋ ତୁଲ୍ଯ ବିଳାପ କରିବ।"

24. ସଦାପ୍ରଭୁ କହନ୍ତି, "ଆମ୍ଭେ ଜୀବିତ ଥିବା ପ୍ରମାଣେ" "ଯିହୁଦାର ରାଜା ଯିହାୟୋକୀମର ପୁତ୍ର ଯିହାୟୋଦାରକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମାହେର ତୁଲ୍ଯ ହେଲେ ହେଁ ଆମ୍ଭେ ତୁମ୍ଭକୁ ସଠାରୁେ କାଢ଼ି ପକାଇବା।

25. ହେ ଯିହାୟୋଦାରକୀନ, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷଯ ରେ ତୁମ୍ଭେ ଭୟ କରୁଅଛ, ସମାନଙ୍କେ ହସ୍ତ ରେ ଅର୍ଥାତ୍ ବାବିଲର ରାଜା ନବୂଖଦନିତ୍ସରଙ୍କ ହସ୍ତ ରେ ଓ କଲଦୀଯମାନଙ୍କ ହସ୍ତ ରେ ଆମ୍ଭେ ତୁମ୍ଭକୁ ସମର୍ପି ଦବୋ।

26. ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ ତୁମ୍ଭମାନଙ୍କର ଯେଉଁ ଦେଶ ରେ ଜନ୍ମ ହାଇେ ନ ଥିଲା ସହେିପରି ଦେଶ ରେ ନିକ୍ଷପେ କରିବା। ସହେିଠା ରେ ତୁମ୍ଭମାନେେ ମରିବ।

27. ହେ କନିଯ, ତୁମ୍ଭେ ଯେଉଁ ଦେଶକୁ ଫରେିବାକୁ ଇଚ୍ଛା କରୁଛ, ତୁମ୍ଭେ ସେ ଦେଶକୁ ଫରେିପାରିବ ନାହିଁ।"

28. କନିଯ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ଯ ଯାହା ବାହା ରେ ନିକ୍ଷିପ୍ତ ହବୋ ଯୋଗ୍ଯ। ସେ ଏକ ଅପ୍ରୀତିକର ପାତ୍ର। ସେ ଓ ତାହାର ବଂଶ କାହିଁକି ଦୂରିକୃତ ହାଇେ ଅଜ୍ଞାତ ଦେଶ ରେ ନିକ୍ଷିପ୍ତ ହେଲେ ?

29. ହେ ପୃଥିବୀ, ଯିହୁଦା ଦେଶ ! ସଦାପ୍ରଭୁଙ୍କ ବାକ୍ଯ ଶୁଣ।

30. ସଦାପ୍ରଭୁ କହନ୍ତି, "କନିଯ ବିଷଯ ରେ ଏହି କଥା ଲେଖ, ' ସେ ନିଃସନ୍ତାନ ହବେ। ସେ ନିଜ ଜୀବନକାଳ ମଧିଅରେ ଭାଗ୍ଯବାନ୍ ହବେ ନାହିଁ। କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନ ରେ ବସିବ ନାହିଁ କି ଯିହୁଦା ଉପ ରେ ଆପଣା ଶାସନ କତ୍ତୃର୍ତ୍ବ କରି ଭାଗ୍ଯବାନ ହବେ ନାହିଁ।"'

About ଯିରିମିୟ Chapter 22

Read ଯିରିମିୟ Chapter 22 online from the Holy Bible. This chapter is part of the Book of ଯିରିମିୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିରିମିୟ
Chapter: 22
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିରିମିୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିରିମିୟ Chapter 22 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିରିମିୟ Chapter 22?

ଯିରିମିୟ Chapter 22 is part of the Book of ଯିରିମିୟ in the Holy Bible.

Can I read this chapter online?

Yes. You can read the complete ଯିରିମିୟ Chapter 22 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ଯିରିମିୟ

  1. ଯିରିମିୟ Chapter 44
  2. ଯିରିମିୟ Chapter 52
  3. ଯିରିମିୟ Chapter 33
  4. ଯିରିମିୟ Chapter 31
  5. ଯିରିମିୟ Chapter 51
  6. ଯିରିମିୟ Chapter 11
  7. ଯିରିମିୟ Chapter 29

Related Chapters & Readings

  1. ଦାନିଏଲ Chapter 11
  2. ଯାତ୍ରା ପୁସ୍ତକ Chapter 32
  3. ପ୍ରଥମ ବଂଶାବଳୀ Chapter 5
  4. ମାଥିଉ Chapter 9
  5. 2 କରିନ୍ଥୀୟ Chapter 13
  6. ଯିରିମିୟ Chapter 1
  7. ଦିତୀୟ ରାଜାବଳୀ Chapter 25
Share Your Love

Leave a Reply

Your email address will not be published. Required fields are marked *