ଯିରିମିୟ Chapter 29

For English

Read ଯିରିମିୟ Chapter 29 Online

Read ଯିରିମିୟ Chapter 29 online from the Holy Bible. This chapter is part of the Book of ଯିରିମିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟ and the Holy Bible online.

Choose a Chapter

ଯିରିମିୟ 29

ଅଧ୍ୟାୟ 29

1. ଯିରିମିୟ ନିର୍ବାସିତମାନଙ୍କ ମଧିଅରେ ଥିବା ପ୍ରାଚୀନମାନଙ୍କ ପାଖକୁ ଯାଜକଗଣଙ୍କ ପାଖକୁ ଭବିଷ୍ଯତ୍ ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ ରରଣେ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖଦନିତ୍ସର ୟିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନଇୟୋଇଥିଲେ।

2. ରାଜା ଯିହାୟୋଦାରଖୀନ, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ୟିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତା ରେ ଏହି ପତ୍ର ପଠାଗଲା।

3. ଯିହୁଦାର ରାଜା ସିଦିକିଯ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ଶାଫନର ପୁତ୍ର ଇଲିଯାସା ଓ ହିଲ୍କିଯର ପୁତ୍ର ଗରିଯକୁ ପଠାଇଲେ। ଯିରିମିୟ ସହେିମାନଙ୍କ ହସ୍ତ ରେ ପତ୍ର ଦେଲେ। ସହେି ପତ୍ରଟି ଏହିପରି ପାଠ କରାଗଲା।

4. ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ଆମ୍ଭେ ୟିରୁଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସହେି ସମସ୍ତ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି।

5. "ତୁମ୍ଭମାନେେ ଗୃହ ନିର୍ମାଣ କରି ତହିଁରେ ବାସ କର ; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପ ଭୋଗ କର।

6. ତୁମ୍ଭମାନେେ ବିବାହ କରି ପୁତ୍ର କନ୍ଯା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସହେି ପୁତ୍ର କନ୍ଯାମାନଙ୍କୁ ବିବାହ କରାଇ ସମାନଙ୍କେଠାରୁ ପୁତ୍ରକନ୍ଯା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ଯା ବୃଦ୍ଧି କର କିନ୍ତୁ ଊଣା କର ନାହିଁ।

7. ଆମ୍ଭେ ଯେଉଁ ନଗରକୁ ତୁମ୍ଭମାନଙ୍କୁ ନିର୍ବାସିତ କରିଅଛୁ ତାହାର ମଙ୍ଗଳ କର ଓ ସହେି ନଗର ନିମନ୍ତେ ସଦାପ୍ରଭୁଙ୍କୁ ପ୍ରାର୍ଥନା କର। କାରଣ ସଠାେ ରେ ଶାନ୍ତି ଆସିଲେ ତୁମ୍ଭମାନଙ୍କର ଶାନ୍ତି ଆସିବ।"

8. ସୈନ୍ଯଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, "ତୁମ୍ଭମାନେେ ଭବିଷ୍ଯଦବକ୍ତା ଓ ଗଣକମାନଙ୍କ କଥା ରେ ଭୁଲ ନାହିଁ। ସମାନେେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋୟୋଗ କର ନାହିଁ।

9. ପୁଣି ସମାନେେ ଆମ୍ଭ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। କିନ୍ତୁ ଆମ୍ଭେ ସମାନଙ୍କେୁ ପ୍ ରରଣେ କରି ନାହୁଁ।" ସଦାପ୍ରଭୁ କହନ୍ତି।

10. ତା'ପ ରେ ସଦାପ୍ରଭୁ କହନ୍ତି, "ମାତ୍ର ବାବିଲ ରେ ସତୁରି ବର୍ଷ ସୂର୍ଣ୍ଣ ହେଲାପ ରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ବାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ୟିରୁଶାଲମକୁ ଫରୋଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ଯ ପୂରଣ କରିବା।

11. ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଛୁ ତାହା ମଙ୍ଗଳକର ଅଟେ।" "ମୁଁ ତୁମ୍ଭମାନଙ୍କର ଭବିଷ୍ଯଦ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦବେି।

12. ତେଣୁ ତୁମ୍ଭମାନେେ ଆମ୍ଭକୁ ଆହ୍ବାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ଯାନ ଦବୋ।

13. ପୁଣି ତୁମ୍ଭମାନେେ ଆମ୍ଭକୁ ଅନ୍ବଷେଣ କରିବ। ଆଉ ସର୍ବାନ୍ତଃକରଣ ରେ ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ଖାଜେିବ ସେତବେେଳେ ଆମ୍ଭକୁ ପାଇବ।

14. ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ଯ ପାଇବାକୁ ଦବୋ।" "ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ପୁନଃ ଏକତ୍ରୀତ କରିବା।" ପୁଣି ସଦାପ୍ରଭୁ କହନ୍ତି, "ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫରୋଇ ଆଣିବା।"

15. ତୁମ୍ଭମାନେେ କହିବ, "ସଦାପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ବାବିଲକୁ ଭବିଷ୍ଯଦବକ୍ତାମାନଙ୍କୁ ପଠାଇ ଅଛନ୍ତି।"

16. ତୁମ୍ଭ ସହିତ ବାବିଲକୁ ବନ୍ଦୀ ହାଇେ ଆସି ନ ଥିବା ତୁମ୍ଭମାନଙ୍କ ଭ୍ରାତୃଗଣ ବିଷଯ ରେ ଓ ଦାଉଦର ସିଂହାସନ ରେ ଉପବିଷ୍ଟ ରାଜା ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି।

17. ସୈନ୍ଯାଧିପତି ସଦାପ୍ରଭୁ ଏହି କଥା କହନ୍ତି, "ୟିରୁଶାଲମ ରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅ ଯୋଗ୍ଯ ମନ୍ଦ ଡ଼ିମ୍ବିରି ଫଳ ତୁଲ୍ଯ ସମାନଙ୍କେୁ କରିବା।

18. ଆମ୍ଭେ ୟିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସମାନେେ ଏକ ବସ୍ତୁ ହବେେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ହୀସ୍ ଶବ୍ଦର ବସ୍ତୁରୂପେ ବ୍ଯବହାର କରିବ। ଆଉ ସମାନେେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜ୍ଯାର ଏକ ବିଷଯ ହବେେ

19. କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତ ରେ ଉଠି ଆମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ସମାନଙ୍କେ ନିକଟକୁ ପଠାଇ ଯାହା କହିଲୁ, ସମାନେେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ।" ପୁଣି ସଦାପ୍ରଭୁ କହନ୍ତି, " ସମାନଙ୍କେ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସମାନେେ ଆମ୍ଭର ବାକ୍ଯ ଶୁଣିଲେ ନାହିଁ।"

20. "ଏଣୁ ଆମ୍ଭଦ୍ବାରା ୟିରୁଶାଲମରୁ ବାବିଲକୁ ତଡ଼ିତ ନିର୍ବାସିତ ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ।"

21. "କୋଲାଯର ପୁତ୍ର ଆହାବ ଓ ମା ସଯରେ ପୁତ୍ର ସିଦିକିଯ ଆମ୍ଭ ନାମ ରେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। ତେଣୁ ସମାନଙ୍କେ ବିଷଯ ରେ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ସମାନଙ୍କେୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖ ରେ ସମାନଙ୍କେୁ ବଧ କରିବ।

22. ପୁଣି ବାବିଲ ରେ ୟିହୁତାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସମାନଙ୍କେ ମଧିଅରେ ସହେି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ବରୂପ ପ୍ରଚାରିତ ହବେ। ସହେି ଲୋକମାନେ କହିବେ, 'ବାବିଲର ରାଜା ଯେପରି ସିଦିକିଯ ଓ ଆହାବଙ୍କୁ ଅଗ୍ନି ରେ ଦଗ୍ଧ କରିଥିଲେ ସଦାପ୍ରଭୁ ସମାନଙ୍କେୁ ସହେିପରି କରନ୍ତୁ।'

23. ସମାନେେ ଇଶ୍ରାୟେଲ ରେ ଅତି ମନ୍ଦ ଆଚରଣ କରିଛନ୍ତି, ସମାନେେ ଆପଣା ଆପଣା ପ୍ରତିବେଶୀ ସ୍ତ୍ରୀ ସହିତ ବ୍ଯଭିଚାର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସମାନେେ ଆମ୍ଭ ନାମ ରେ ମିଥ୍ଯା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।"

24. ଆଉ ମଧ୍ଯ ତୁମ୍ଭେ ନିହିଲାମୀଯ ବଂଶର ଶମଯିଯଙ୍କୁ ଏହି ବାର୍ତ୍ତା ଦବେ।

25. ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, " ହେ ଶମଯିଯ, ତୁମ୍ଭେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ମା ସଯରେ ପୁତ୍ର ସଫନିଯ ଯାଜକକୁ ଓ ଅନ୍ଯାନ୍ଯ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମ ରେ ଏହି ପତ୍ର ପଠାଅ।

26. ତୁମ୍ଭେ ଏହି ପତ୍ର ରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, 'ଯିହାୟୋଦାରଦା ଯାଜକ ବଦଳ ରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କହେି ବାତୁଳ ହାଇେ ନିଜକୁ ଭବିଷ୍ଯଦବକ୍ତା ବୋଲି କ ହେ, ତବେେ ତୁମ୍ଭେ ତାକୁ ବଡ଼ ହରିକାଠ ରେ ଏକ ବଡ଼େି ରେ ବାନ୍ଧି ରଖିବ।

27. ସ୍ରତି ଯିରିମିୟ ନିଜକୁ ଭବିଷ୍ଯଦବକ୍ତା ପରି ଦଖାେଉଅଛି। ତୁମ୍ଭେ କାହିଁକି ତାକୁ ବନ୍ଦୀ ନ କରିବ ?

28. ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦଇେଅଛି, "ତୁମ୍ଭମାନେେ ବାବିଲ ରେ ଦୀର୍ଘକାଳ ନିର୍ବାସିତ ହାଇେଅଛ। ତେଣୁ ତୁମ୍ଭମାନେେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।"

29. ଅନନ୍ତର ସଫନିଯ ଯାଜକ ଯିରିମିୟ ଭବିଷ୍ଯଦବକ୍ତାଙ୍କ କର୍ଣ୍ଣ ଗୋଚର ରେ ଏହି ପତ୍ର ପାଠ କଲା।

30. ତାହାପ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।

31. " ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, 'ନିହିଲାମୀଯ ଶମଯିଯର ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି ; ଆମ୍ଭେ ଶମଯିଯଙ୍କୁ ଭବିଷ୍ଯଦବକ୍ତା ପ୍ରଚାର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ଯା କହି ତୁମ୍ଭମାନଙ୍କର ବିଶ୍ବାସ ଜନ୍ମାଇଅଛି।

32. ତେଣୁ ସଦାପ୍ରଭୁ କହନ୍ତି, "ଆମ୍ଭେ ନିହିଲାମୀଯ ଶମଯିଯକୁ ଓ ତାହାର ବଂଶକୁ ଦଣ୍ଡ ଦବୋ। ଏହି ଲୋକମାନଙ୍କ ମଧିଅରେ ବାସ କରିବାକୁ ତାହାର କହେି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ।" ଏହା ସଦାପ୍ରଭୁ କହନ୍ତି,"ଆମ୍ଭେ ଶମଯିଯକୁ ଦଣ୍ଡ ଦବୋ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛି।"

About ଯିରିମିୟ Chapter 29

Read ଯିରିମିୟ Chapter 29 online from the Holy Bible. This chapter is part of the Book of ଯିରିମିୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିରିମିୟ
Chapter: 29
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିରିମିୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିରିମିୟ Chapter 29 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିରିମିୟ Chapter 29?

ଯିରିମିୟ Chapter 29 is part of the Book of ଯିରିମିୟ in the Holy Bible.

Can I read this chapter online?

Yes. You can read the complete ଯିରିମିୟ Chapter 29 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ଯିରିମିୟ

  1. ଯିରିମିୟ Chapter 6
  2. ଯିରିମିୟ Chapter 27
  3. ଯିରିମିୟ Chapter 12
  4. ଯିରିମିୟ Chapter 2
  5. ଯିରିମିୟ Chapter 14
  6. ଯିରିମିୟ Chapter 36
  7. ଯିରିମିୟ Chapter 47

Related Chapters & Readings

  1. ଆୟୁବ Chapter 32
  2. ଯିଶାଇୟ Chapter 66
  3. ପ୍ରଥମ ବଂଶାବଳୀ Chapter 25
  4. ଯୋହନ Chapter 11
  5. ଗଣନା ପୁସ୍ତକ Chapter 10
  6. ଯାତ୍ରା ପୁସ୍ତକ Chapter 25
  7. ଯୂନସ Chapter 2
Share Your Love

Leave a Reply

Your email address will not be published. Required fields are marked *