Read ଦିତୀୟ ରାଜାବଳୀ Chapter 14 Online
Read ଦିତୀୟ ରାଜାବଳୀ Chapter 14 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ରାଜାବଳୀ and the Holy Bible online.
Choose a Chapter
ଦିତୀୟ ରାଜାବଳୀ 14
ଅଧ୍ୟାୟ 14
1. ଇଶ୍ରାୟେଲର ରାଜା ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ଅମତ୍ସିଯ ରାଜ୍ଯ କରିବାକୁ ଆରମ୍ଭ କଲେ।
2. ସେ ପଚିଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କରିଥିଲେ ଓ ସେ ଅଣତିରିଶ ବର୍ଷ ୟିରୁଶାଲମ ରେ ଶାସନ କଲେ। ତାଙ୍କର ମାତାଙ୍କର ନାମ ୟିହୋଯୋଦ୍ଦନ ଓ ସେ ସ୍ତ୍ରୀ ୟିରୁଶାଲମ ନିବାସିନୀ ଥିଲେ।
3. ପୁଣି ଅମତ୍ସିଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯଥାର୍ଥ କର୍ମ କଲେ। ମାତ୍ର ସେ ତାଙ୍କ ପୁର୍ବପୁରୁଷ ଦାଉଦଙ୍କ ପରି ସମ୍ପୂର୍ଣ୍ଣ ଭାବରେ ପରମେଶ୍ବରଙ୍କ ଅନୁଗାମୀ ହେଲେ ନାହିଁ। ସେ ନିଜର ପିତା ୟୋଯାଶ୍ଙ୍କର କୃତ କର୍ମାନୁସା ରେ କର୍ମ କଲେ।
4. ସେ ଉଚ୍ଚସ୍ଥଳୀଗୁଡିକ ଧ୍ବଂସ କଲେ ନାହିଁ। ଲୋକମାନେ ତଥାପି ସେ ଉଚ୍ଚସ୍ଥାନମାନଙ୍କ ରେ ବଳିଦାନ କଲେ ଓ ଧୂପ ଜଳାଇଲେ।
5. ସେତବେେଳେ ଅମତ୍ସିଯଙ୍କର ରାଜ୍ଯ ଉପରେ ଦୃଢ ନିଯନ୍ତ୍ରଣ ଥିଲା। ସେ ତାଙ୍କର ଦାସମାନଙ୍କ ମଧ୍ଯରୁ ଯେଉଁମାନେ ତାଙ୍କ ପିତାଙ୍କର ହତ୍ଯାକାରୀ ଥିଲେ। ସମାନଙ୍କେୁ ବଧ କଲେ।
6. ମାତ୍ର, ସେ ହତ୍ଯାକାରୀମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ। କାରଣ ମାଶାଙ୍କେର ବ୍ଯବସ୍ଥା ପୁସ୍ତକରେ ସଦାପ୍ରଭୁଙ୍କ ଏହି ଆଜ୍ଞା ଲିଖିତ ହାଇେଛି ଯେ, "ସନ୍ତାନମାନଙ୍କ ପାପପାଇଁ ପିତାମାତା ଦଣ୍ତିତ ହବେେ ନାହିଁ, କିମ୍ବା ପିତାମାତାଙ୍କ ପାପ ଯୋଗୁଁ ସନ୍ତାନଗଣ ମୃତ୍ଯୁଦଣ୍ତ ପାଇବେ ନାହିଁ। ପ୍ରେତ୍ୟକକ ଲୋକ ନିଜ ପାପ ଲାଗି ଦଣ୍ତିତ ଭୋଗ କରିବ।"
7. ଅମତ୍ସିଯ ଲବଣ ଉପତ୍ୟକା ରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ୟୁଦ୍ଧ ରେ ସେଲା ନଗର ଅଧିକାର କରି ତାହାର ନାମ "ୟକ୍ତଲେ" ରଖିଲେ। ତାହା ଆଜି ମଧ୍ଯ "ୟକ୍ତଲେ" ନାମ ରେ ପରିଚିତ।
8. ଅମତସିଯ ଯହେୂଙ୍କ ପୌତ୍ର ଓ ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କ ନିକଟକୁ ସନ୍ଦେଶବାହ ପଠାଇଲେ, ଇଶ୍ରାୟେଲ ରାଜା କହୁଛନ୍ତି, "ଆସ, ଆମ୍ଭମାନେେ ପରସ୍ପର ସମ୍ମୁଖା ସମ୍ମୁଖୀ ହାଇେ ୟୁଦ୍ଧ କରିବା।"
9. ଇଶ୍ରାୟେଲର ରାଜା ୟୋଯାଶ ଯିହୁଦାର ରାଜା ଅମତ୍ସିଯ ନିକଟକୁ ଲୋକ ପଠାଇ କହିଲେ, "ଲିବାନୋନ୍ର କଣ୍ଟକଲତା ଏରସ୍ବୃକ୍ଷ ନିକଟକୁ କହି ପଠାଇଲେ, 'ତୁମ୍ଭ କନ୍ଯାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।' ମାତ୍ର ଲିବାନୋନ୍ର ଏକ ବନ୍ଯ ପଶୁ ସହେି ବାଟ ଦଇେ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦ ରେ ଦଳି ଦଲୋ।
10. ଏହା ସତ୍ଯ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜଯ କରିଛ। ସହେି ଗୌରବ ନଇେ ସନ୍ତୁଷ୍ଟ ହାଇେ ରୁହ। ଆଉ ନିଜ ଉପରେ କ୍ଲେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦାର ସହିତ ପତନ ହବେ।"
11. ମାତ୍ର ଅମତ୍ସିଯ ୟୋଯାଶଙ୍କ କଥା ଶୁଣିଲେ ନାହିଁ। ତେଣୁ ୟୋଯାଶ ଓ ଅମତ୍ସିଯ ଯିହୁଦାର ବୈଥଶମେଶ ରେ ପରସ୍ପର ୟୁଦ୍ଧ ରେ ସମ୍ମୁଖୀନ ହେଲେ।
12. ଇଶ୍ରାୟେଲ ଯିହୁଦାକୁ ପରାସ୍ତ କଲା ଓ ଯିହୁଦାର ପ୍ରେତ୍ୟକକ ଲୋକ ନିଜନିଜ ତମ୍ବୁକୁ ପଳାଯନ କଲେ।
13. ଇଶ୍ରାୟେଲ ରାଜା ଯୋୟାଶର ପୁତ୍ର ଯିହୁଦାର ରାଜା ଓ ଅହସିଯଙ୍କର ପୌତ୍ର ବୈଥଶମେଶକୁ ଅଧିକାର କଲେ। ପ୍ରାଯ 600 ଫୁଟ୍ ଇଫ୍ରାଯିମର ଦ୍ବାରଠାରୁ କଣର ଦ୍ବାର ପର୍ୟ୍ଯନ୍ତ ନଗର ପାଚରେୀ ୟୋଯାଶଯ ଭାଙ୍ଗି ଦଇେଥିଲେ।
14. ପୁଣି ସଦାପ୍ରଭୁଙ୍କ ମନ୍ଦିର ରେ ଓ ରାଜଗୃହର ଭଣ୍ତାର ରେ ଥିବା ସମସ୍ତ ସୁବର୍ଣ୍ଣ, ରୈପ୍ଯ ଓ ପାତ୍ର ନଇେ ବନ୍ଦୀମାନଙ୍କୁ ମଧ୍ଯ ସଙ୍ଗ ରେ ନଇେ ଶମରିଯାକୁ ଫରେି ଗଲେ।
15. ପୁଣି ୟୋଯାଶଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା ଓ ପରାକ୍ରମ ଏବଂ ସେ ଯିହୁଦା ରାଜା ଅମତ୍ସିଯଙ୍କ ସଙ୍ଗେ କି ପ୍ରକାର ୟୁଦ୍ଧ କଲେ ସେ ସବୁ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
16. ୟୋଯାଶଙ୍କର ମୃତ୍ଯୁ ହେଲା ଓ ସେ ନିଜର ପୂର୍ବପୁରୁଷଗଣଙ୍କ ସହିତ ଶମରିଯା ରେ ଇଶ୍ରାୟେଲ ରାଜାମାନଙ୍କ ସଙ୍ଗେ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ୟାରବିଯାମ ନୂତନ ରାଜା ରୂପେ ପରିଚିତ ହେଲେ।
17. ଇଶ୍ରାୟେଲ ରାଜା ଯିହାୟୋଦାରହସଙ୍କର ପୁତ୍ର ୟୋଯାଶଙ୍କର ମୃତ୍ଯୁ ପରେ ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ଅମିତ୍ସିଯ ପନ୍ଦର ବର୍ଷ ବଞ୍ଚିଲେ।
18. ଅମତ୍ସିଯ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ପରାକ୍ରମ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
19. ଅନନ୍ତର ୟିରୁଶାଲମ ରେ ଲୋକମାନେ ତାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ। ତେଣୁ ସେ ଲାଖୀଶକୁ ପଳାଇଲେ। ମାତ୍ର ସମାନେେ ଲାଖୀଶକୁ ଲୋକ ପଠାଇ ତାଙ୍କୁ ବଧ କଲେ।
20. ପୁଣି ସମାନେେ ତାଙ୍କର ମୃତ ଶବକୁ ଅଶ୍ବପୃଷ୍ଠ ରେ ଆଣି ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ୟିରୁଶାଲମ ରେ ଦାଉଦ ନଗର ରେ କବର ଦେଲେ।
21. ଅନନ୍ତର ଯିହୁଦାର ସମସ୍ତ ଲୋକ ଅମତ୍ସିଯଙ୍କର ଷୋଳବର୍ଷର ପୁତ୍ର ଅସରିଯଙ୍କୁ ତାଙ୍କ ପିତାଙ୍କ ପଦ ରେ ରାଜା କଲେ।
22. ଅମତ୍ସିଯ ନିଜ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତତ୍ପରେ ଅସରିଯ ଏଲତ୍ ନଗରକୁ ଦୃଢ କରି ତାହା ପୁନର୍ବାର ଯିହୁଦାର ଅଧିନକୁ ଆଣିଲେ।
23. ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ରାଜା ଅମତ୍ସିଯଙ୍କ ରାଜତ୍ବର ପନ୍ଦର ବର୍ଷ ରେ ଇଶ୍ରାୟେଲର ରାଜା ୟୋଯାଶଙ୍କର ପୁତ୍ର ୟାରବିଯାମ ଶମରିଯା ରେ ରାଜ୍ଯ ଶାସନ ଆରମ୍ଭ କଲେ ଓ ସେ ଏକଗ୍ଭଳିଶ ବର୍ଷ ରାଜତ୍ବ କଲେ।
24. ସଦାପ୍ରଭୁଙ୍କ ଦୃଷ୍ଟି ରେ ଏପରି କର୍ମ କରିଗଲେ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ ଥିଲା। ନବାଟଙ୍କ ପୁତ୍ର ୟାରବିଯାମ ଯେଉଁ ପାପ ନିଜେ କରିଥିଲେ, ତାହା ଇଶ୍ରାୟେଲୀୟମାନଙ୍କୁ ମଧ୍ଯ କରାଇଲେ। ସେ ସେଥିରୁ ବିରତ ହେଲେ ନାହିଁ।
25. ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ବାକ୍ଯ ଅନୁସାରେ ଅମିତ୍ତଯର ପୁତ୍ର ଗାଥ ହଫରେ ନିବାସୀ ଆପଣା ସବେକ ୟୂନସ ଭବିଷ୍ଯତବକ୍ତାଙ୍କ ହସ୍ତ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯାନୁସା ରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ୟ୍ଯନ୍ତ ଇଶ୍ରାୟେଲର ସୀମା ପୁନର୍ବାର ୟାରବିଯାମ ଖଳେ କଲେ।
26. କାରଣ ସଦାପ୍ରଭୁ ଇଶ୍ରାୟେଲୀୟ ଲୋକମାନଙ୍କୁ ଦଯନୀଯ ୟନ୍ତ୍ରଣା ଦେଖିଲେ। ଯେଉଁମାନେ ଦୋଷି ଥିଲେ ଯେଉଁ ମାନେ ମୁକ୍ତ ଥିଲେ। ଏହା କାରଣ ଥିଲା, ଇଶ୍ରାୟେଲକୁ ସାହାୟ୍ଯ କରିବାକୁ କହେି ନଥିଲେ।
27. ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇଶ୍ରାୟେଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ୟୋଯାଶଙ୍କ ପୁତ୍ର ୟାରବିଯାମଙ୍କ ଦ୍ବାରା ସମାନଙ୍କେୁ ଉଦ୍ଧାର କଲେ।
28. ୟାରବିଯାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା, ସମସ୍ତ ପରାକ୍ରମ, ସେ କି ପ୍ରକାର ୟୁଦ୍ଧ କଲେ ଓ ଇଶ୍ରାୟେଲ ପାଇଁ ସେ କିପରି ଯିହୁଦାର ପୁର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ଅଧିକାର କଲେ, ସେ ସବୁ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
29. ଅନନ୍ତର ୟାରବିଯାମଙ୍କ ମୃତ୍ଯୁ ହେଲା ଓ ସେ ଇଶ୍ରାୟେଲର ରାଜାମାନଙ୍କ ସହିତ କବର ନେଲେ। ତାଙ୍କ ପଦର ରେ ତାଙ୍କ ପୁତ୍ର ଜିଖରିଯ ଇଶ୍ରାୟେଲର ରାଜା ହେଲେ।
About ଦିତୀୟ ରାଜାବଳୀ Chapter 14
Read ଦିତୀୟ ରାଜାବଳୀ Chapter 14 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ଦିତୀୟ ରାଜାବଳୀ
Chapter: 14
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦିତୀୟ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦିତୀୟ ରାଜାବଳୀ Chapter 14 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦିତୀୟ ରାଜାବଳୀ Chapter 14?
ଦିତୀୟ ରାଜାବଳୀ Chapter 14 is part of the Book of ଦିତୀୟ ରାଜାବଳୀ in the Holy Bible.
Can I read this chapter online?
Yes. You can read the complete ଦିତୀୟ ରାଜାବଳୀ Chapter 14 online for free with easy chapter navigation.
More Chapters from ଦିତୀୟ ରାଜାବଳୀ
- ଦିତୀୟ ରାଜାବଳୀ Chapter 22
- ଦିତୀୟ ରାଜାବଳୀ Chapter 2
- ଦିତୀୟ ରାଜାବଳୀ Chapter 18
- ଦିତୀୟ ରାଜାବଳୀ Chapter 25
- ଦିତୀୟ ରାଜାବଳୀ Chapter 23
- ଦିତୀୟ ରାଜାବଳୀ Chapter 15
- ଦିତୀୟ ରାଜାବଳୀ Chapter 8
Explore More from ପୁରାତନ ନିୟମ
- ଯିଶାଇୟ Chapter 23
- ପ୍ରଥମ ବଂଶାବଳୀ Chapter 6
- ଦିତୀୟ ଶାମୁୟେଲ Chapter 7
- ଯିଶାଇୟ Chapter 61
- ଲେବୀୟ ପୁସ୍ତକ Chapter 17
- ପ୍ରଥମ ଶାମୁୟେଲ Chapter 9
- ଯିଶାଇୟ Chapter 53