ଯୋହନ Chapter 6

For English

Read ଯୋହନ Chapter 6 Online

Read ଯୋହନ Chapter 6 online from the Holy Bible. This chapter is part of the Book of ଯୋହନ in the New Testament. Browse every verse with easy chapter navigation, continue to the next chapter, or explore the complete Book of ଯୋହନ and the Holy Bible online.

Choose a Chapter

ଯୋହନ 6

ଅଧ୍ୟାୟ 6

1. ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହାଇେ ଆରପାରିକି ଗଲେ।

2. ତାହାଙ୍କ ପେଛ ପେଛ ବହୁତ ଲୋକ ଗଲେ। ସମାନେେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକା ରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସମାନେେ ଦେଖିଥିଲେ।

3. ଯୀଶୁ ପାହାଡ ଉପରକୁ ଚଢିଗଲେ। ସଠାେରେ ତାହାଙ୍କର ଶିଷ୍ଯମାନଙ୍କ ଗହଣ ରେ ବସିଲେ।

4. ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇଯୋଇଥିଲା।

5. ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ଯା ରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, "ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ୟଥେଷ୍ଟ ଖାଦ୍ୟ କିଣି ପାରିବା?"

6. ସେ ଏକଥା ଫିଲିପ୍ପଙ୍କୁ ପରୀକ୍ଷା କରିବା ପାଇଁ ପଚାରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟ ରେ ଜାଣିଥିଲେ।

7. ଫିଲିପ୍ପ ଉତ୍ତର ଦେଲେ, "ଏଠା ରେ ଥିବା ପ୍ରେତ୍ୟକକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦବୋ ପାଇଁ ଆମ୍ଭ ସମସ୍ତଙ୍କୁ ମା ସେ ପର୍ୟ୍ଯନ୍ତ କାମ କରି ଉପାର୍ଜନ କରିବାକୁ ପଡିବ।"

8. ସଠାେରେ ଆଉଜଣେ ଶିଷ୍ଯ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମାନେ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ,

9. "ଏଠା ରେ ଜଣେ ବାଳକ ଅଛି। ତା'ପାଖ ରେ ପାନ୍ଚୋଟି ରୋଟୀ ଓ ଦୁଇଟି େଛାଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ୟଥେଷ୍ଟ ହବେ ନାହିଁ।"

10. ଯୀଶୁ କହିଲେ, "ସମସ୍ତଙ୍କୁ ବସିବାକୁ କୁହ।" ସଠାେରେ ପ୍ରଚୁର ଘାସ ଥିଲା। ସଠାେରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ।

11. ଯୀଶୁ ରୋଟୀ ନଇେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ଯ ସହେିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।

12. ସବୁ ଲୋକମାନେ ୟଥେଷ୍ଟ ପରିମାଣ ରେ ଖାଇଲେ। ସମାନେେ ଖାଇ ସାରିବା ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, "ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।"

13. ତେଣୁ ଶିଷ୍ଯମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କବଳେ ମାତ୍ର ପାନ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ଯମାନେ ବଳକା ଖାଦ୍ୟକୁ ବାରଟି ଟୋକାଇ ରେ ଭର୍ତ୍ତି କଲେ।

14. ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖି କହିଲେ, " ସେ ନିଶ୍ଚୟ ଜଣେ ଭବିଷ୍ଯଦ୍ବକ୍ତା, ୟିଏ କି ଏହି ଜଗତକୁ ଆସିଛନ୍ତ।"

15. ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ। ଯେତବେେଳେ ତାହାଙ୍କୁ ଧରି ନଇେ ରାଜା କରିବାର ଯୋଜନା ଲୋକେ କଲେ, ସେତବେେଳେ ସେ ସହେି ସ୍ଥାନ ଛାଡି ଏକୁଟିଆ ପାହାଡ ଉପରକୁ ଚାଲିଗଲେ।

16. ତାହାଙ୍କ ଶିଷ୍ଯମାନେ ସହେି ସନ୍ଧ୍ଯା ରେ ଗାଲିଲୀ ହ୍ରଦକୁ ଗଲେ।

17. ଅନ୍ଧାର ହାଇଯୋଇଥିଲା, ତଥାପି ଯୀଶୁ ସମାନଙ୍କେ ପାଖକୁ ଫରେିଲେ ନାହିଁ। ତେଣୁ ସମାନେେ ଡଙ୍ଗା ରେ ବସି ହ୍ରଦର ଆରପାରି ରେ ଥିବା କଫର୍ନାହୂମ ଆଡେ ଗଲେ।

18. ଖୁବ୍ ଜାରେ ରେ ପବନ ବହୁଥିଲା। ହ୍ରଦ ରେ ବଡ ବଡ ଢେଉ ଉଠିଲା।

19. ସମାନେେ ଆହୁଲା ମାରି ପ୍ରାୟ ପାଞ୍ଚ କି ଛଅ କି ଲୋମିଟର ପର୍ୟ୍ଯନ୍ତ ଗଲେ। ତା'ପରେ ସମାନେେ ଯୀଶୁଙ୍କୁ ଦେଖିଲେ। ସେ ପାଣି ଉପରେ ଚାଲୁଥିଲେ। ସେ ଡଙ୍ଗା ଆଡକୁ ଆସୁଥିଲେ। ଶିଷ୍ଯମାନେ ଡରି ଗଲେ।

20. କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, "ଭୟ କର ନାହିଁ। ଏହିତ ମୁଁ ନିଜେ।"

21. ଯୀଶୁ ଏକଥା କହିବା ପରେ ଶିଷ୍ଯମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସି ହେଲେ। ତା'ପରେ ଡଙ୍ଗାଟି ଲକ୍ଷ୍ଯ ସ୍ଥଳ ରେ ଆସି ପହଞ୍ଚିଲା।

22. ତହିଁ ଆର ଦିନ ହ୍ରଦର ଆର ପଟେ କେତକେ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଯାଇ ନାହାଁନ୍ତି, ଏହି ବିଷୟ ସହେି ଲୋକମାନେ ଜାଣି ନଥିଲେ। ସମାନେେ ଜାଣିଥିଲେ ଯେ, ଶିଷ୍ଯମାନେ ଯୀଶୁଙ୍କୁ ଏକାକୀ ଛାଡି ଦଇେ ଡଙ୍ଗା ରେ ଚାଲିଗଲେ। ସମାନେେ ଜାଣିଥିଲେ ଯେ, ସଠାେରେ କବଳେ ସହେି ଗୋଟିଏ ମାତ୍ର ଡଙ୍ଗା ଥିଲା।

23. କିନ୍ତୁ ସେତବେେଳେ ତିବିରିଆରୁ କେତକେ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନ ରେ ପୂର୍ବଦିନ ଖାଇଥିଲେ ସଠାେରେ ଡଙ୍ଗାଗୁଡିକ ଆସି ରହିଲା। ସହେି ସ୍ଥାନ ରେ ପ୍ରଭୁ ଯୀଶୁ ଧନ୍ଯବାଦ ଦବୋ ପରେ ସମାନେେ ରୋଟୀ ଖାଇଥିଲେ।

24. ଲୋକମାନେ ସଠାେରେ ଯୀଶୁ ଓ ତାହାଙ୍କର ଶିଷ୍ଯମାନେ ନଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗାଗୁଡିକରେ ଯାତ୍ରା କରି ଯୀଶୁଙ୍କୁ ଖାଜେିବା ପାଇଁ କଫର୍ନାହୂମକୁ ଗଲେ।

25. ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସମାନେେ ତାହାଙ୍କୁ ପଚାରିଲେ, "ଗୁରୁ, ଆପଣ ଏଠାକୁ କେତବେେଳେ ଆସିଲେ?"

26. ଯୀଶୁ ଉତ୍ତର ଦେଲେ, "ତୁମ୍ଭମାନେେ ମାେତେ କାହଁକି ଖାଜେୁଛ? ମୁଁ କରିଥିବା ଆଶ୍ଚର୍ୟ୍ଯକାର୍ୟ୍ଯଗୁଡିକ ମାରେ ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମାେତେ ଖାଜେୁଛ କି? ତା' ନୁହେଁ। ମୁଁ ତୁମ୍ଭକୁ ସତ୍ଯ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହାଇେଥିବାରୁ ତୁମ୍ଭମାନେେ ମାେତେ ଖୋଜୁଛ।

27. ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହାଇଯୋଏ। ତେଣୁ ତୁମ୍ଭେ ସହେିଭଳି ଖାଦ୍ୟ ପାଇବା ପାଇଁ କାର୍ୟ୍ଯ କର ନାହିଁ, ବରଂ ତୁମ୍ଭମାନେେ ଏଭଳି କର ଯାହା ଭଲ ହାଇେ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦବେ। ମନୁଷ୍ଯ ପୁତ୍ର ସହେିପରି ଖାଦ୍ୟ ତୁମ୍ଭକୁ ଦବେେ। ପରମେଶ୍ବର ଦଖାଇେଛନ୍ତି ଯେ, ସେ ମନୁଷ୍ଯ ପୁତ୍ରଙ୍କ ସହିତ ଅଛନ୍ତି।"

28. ଲୋକମାନେ ଯୀଶୁଙ୍କୁ ପଚାରିଲେ, "ଆମ୍ଭେ କ'ଣ କ'ଣ କରିବା ଉଚିତ ବୋଲି ପରମେଶ୍ବର ଚାହାଁନ୍ତି?"

29. ଯୀଶୁ ଉତ୍ତର ଦେଲେ, "ପରମେଶ୍ବର ଚାହାଁନ୍ତି, ଯେ ସେ ଯାହାଙ୍କୁ ପଠାଇଛନ୍ତି, ତାହାଙ୍କଠା ରେ ତୁମ୍ଭମାନେେ ବିଶ୍ବାସ କର।"

30. ତେଣୁ ଲୋକମାନେ ପଚାରିଲେ, "ତୁମ୍ଭକୁ ଯେ ପରମେଶ୍ବର ପଠାଇଛନ୍ତି, ଏକଥା ତୁମ୍ଭେ କେଉଁ ଆଶ୍ଚର୍ୟ୍ଯକାର୍ୟ୍ଯ ଦ୍ବାରା ପ୍ରମାଣ କରି ଦଖାଇବେ? ତୁମ୍ଭେ ଯଦି କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଆମ୍ଭକୁ କରି ଦଖାଇବେ, ତବେେ ଆମ୍ଭେ ତୁମ୍ଭକୁ ବିଶ୍ବାସ କରିବୁ। ତୁମ୍ଭେ କ'ଣ କରିବ?

31. ଆମ୍ଭର ପିତୃପୁରୁଷମାନେ ମରୁଭୂମିରେ ମାନ୍ନା ଖାଇଥିଲେ, ତାହା ପରମେଶ୍ବର ସମାନଙ୍କେୁ ଦଇେଥିଲେ। ଧର୍ମଶାସ୍ତ୍ର ରେ ଲଖାେ ଅଛି: 'ପରମେଶ୍ବର ସମାନଙ୍କେୁ ସ୍ବର୍ଗରୁ ଖାଦ୍ୟ ଖାଇବାକୁ ଦଇେଥିଲେ।"

32. ଯୀଶୁ କହିଲେ, "ମୁଁ ତୁମ୍ଭକୁ ସତ୍ଯ କହୁଛି, ସ୍ବର୍ଗର ଖାଦ୍ୟ ତୁମ୍ଭ ଲୋକମାନଙ୍କୁ ଦଇେଥିବା ଲୋକ ମାଶାେ ନୁହନ୍ତି। ମାରେ ପରମପିତା ତୁମ୍ଭମାନଙ୍କୁ ସ୍ବର୍ଗର ପ୍ରକୃତ ଖାଦ୍ୟ ଖାଇବାକୁ ଦିଅନ୍ତି।

33. ପରମେଶ୍ବରଙ୍କର ଖାଦ୍ୟ କ'ଣ? ପରମେଶ୍ବରଙ୍କର ଖାଦ୍ୟ ହେଉଛି ଜଣେ ବ୍ଯକ୍ତି ୟିଏ ଜଗତକୁ ଜୀବନ ଦବୋ ପାଇଁ ସ୍ବର୍ଗରୁ ଓହ୍ଲାଇଛନ୍ତି।"

34. ଲୋକମାନେ କହିଲେ, "ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।"

35. ତା'ପରେ ଯୀଶୁ କହିଲେ, "ମୁଁ ସହେି ଜୀବନଦାୟକ ଖାଦ୍ୟ। ମାେ ନିକଟକୁ ଯେ କହେି ଆ ସେ ସେ କଦାପି ଭୋକିଲା ରହିବ ନାହିଁ। ମାେତେ ୟିଏ ବିଶ୍ବାସ କରେ, ସେ କବେେ ତୃଷିତ ହବେ ନାହିଁ।

36. ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ, ତୁମ୍ଭେ ମାେତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ବାସ କରୁନାହଁ।

37. ମାରେ ପରମପିତା ମାେତେ ମାେ ଲୋକମାନଙ୍କୁ ଦଇେଛନ୍ତି। ସମାନେେ ପ୍ରେତ୍ୟକକ ମାେ ପାଖକୁ ଆସିବେ। ମୁଁ ସର୍ବଦା ମାେ ପାଖକୁ ଆସୁଥିବା ପ୍ରେତ୍ୟକକଙ୍କୁ ଗ୍ରହଣ କରିବି।

38. ମୁଁ ପରମେଶ୍ବରଙ୍କର ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବାପାଇଁ ସ୍ବର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ଆସି ନାହିଁ।

39. ପରମେଶ୍ବର ଯେଉଁମାନଙ୍କୁ ମାେତେ ଦଇେଛନ୍ତି ମୁଁ ସମାନଙ୍କେ ମଧ୍ଯରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସମାନଙ୍କେୁ ଶଷେ ଦିନ ରେ ନିଶ୍ଚୟ ଉତ୍ଥାପନ କରିବି। ୟିଏ ମାେତେ ପଠାଇଛନ୍ତି ସେ ଚାହାଁନ୍ତି ମୁଁ ସହେି କାର୍ୟ୍ଯ କରେ।

40. ପ୍ରେତ୍ୟକକ ଲୋକ ୟିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠା ରେ ବିଶ୍ବାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶଷେ ଦିନ ରେ ଉତ୍ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।"

41. "ମୁଁ ସ୍ବର୍ଗରୁ ଓହ୍ଲାଇଥିବା ଖାଦ୍ୟ," ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧ ରେ ଅଭିଯୋଗ ପ୍ରଚାର କଲେ।

42. ଯିହୂଦୀମାନେ କହିଲେ, "ଏ ଯୀଶୁ ଅଟନ୍ତି। ଆମ୍ଭେ ତାହାଙ୍କ ପିତା ମାତାଙ୍କୁ ଜାଣିଛୁ। ଯୀଶୁ କବଳେ ୟୋ ସଫଙ୍କେର ପୁତ୍ର। ' ସେ କିପରି ସ୍ବର୍ଗରୁ ଓହ୍ଲାଇଛି ବୋଲି କହୁଛି?"'

43. କିନ୍ତୁ ଯୀଶୁ କହିଲେ, "ତୁମ୍ଭମାନେେ ଅଭିଯୋଗ କରିବା ବନ୍ଦ କର।

44. ପରମପିତା ମାେତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମାେ ନିକଟକୁ ଆଣନ୍ତି। ମୁଁ ସହେି ଲୋକମାନଙ୍କୁ ଶଷଦେିନ ରେ ଉତ୍ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମାେ ନିକଟକୁ ନ ଆଣିବେ, ତବେେ ସେ ଲୋକ ମାେ ପାଖକୁ ଆସି ପାରିବ ନାହିଁ।

45. ଭାବବାଣୀ ରେ ଏହିପରି ଲଖାେ ଅଛି: 'ପରମେଶ୍ବର ଲୋକମାନଙ୍କୁ ଶିକ୍ଷା ଦବେେ।' ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା'ପରେ ମାେ ପାଖକୁ ସେ ଲୋକମାନେ ଆସନ୍ତି।

46. ମୁଁ କହିବା ଅର୍ଥ ନୁହେଁ ଯେ, କୌଣସି ବ୍ଯକ୍ତି ପରମପିତାଙ୍କୁ ଦେଖିଛି। ପରମପିତାଙ୍କୁ କବଳେ ସହେି ଜଣେ ଦେଖିଛନ୍ତି, ୟିଏକି ପରମେଶ୍ବରଙ୍କଠାରୁ ଆସିଛନ୍ତି। ସହେି ଲୋକ ପରମପିତାଙ୍କୁ ଦେଖିଛନ୍ତି।

47. ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କୌଣସି ବ୍ଯକ୍ତି ବିଶ୍ବାସ କରେ ତବେେ ସେ ଅନନ୍ତ ଜୀବନ ଲାଭ କରେ।

48. ମୁଁ ନିଜେ ସହେି ଜୀବନଦାୟକ ଖାଦ୍ୟ।

49. ତୁମ୍ଭର ପିତୃପୁରୁଷମାନେ ପ୍ରାନ୍ତର ରେ ପରମେଶ୍ବର ଦଇେଥିବା ମାନ୍ନା (ଖାଦ୍ୟ) ଖାଇଥିଲେ। କିନ୍ତୁ ସମାନେେ ଅନ୍ୟ ଲୋକଙ୍କ ପରି ମରିସାରିଲଣେି।

50. ମୁଁ ସ୍ବର୍ଗରୁ ଓହ୍ଲାଇଥିବା ସହେି ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ ତବେେ ସେ କଦାପି ମରିବ ନାହିଁ।

51. ମୁଁ ସ୍ବର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ଯା ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତବେେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମାରେ ଶରୀର। ମୁଁ ମାରେଶରୀର ଦଇେ ଦବେି, ତଦ୍ବାରା ଜଗତର ଲୋକମାନେ ଜୀବନ ପାଇପାରିବେ।"

52. ତା'ପରେ ଯିହୂଦୀମାନେ ପରସ୍ପର ଭିତ ରେ ୟୁକ୍ତିତର୍କ କରିବାକୁ ଲାଗିଲେ। ସମାନେେ କହିଲେ, "ଏ ଲୋକ କିପରି ଆମ୍ଭମାନଙ୍କୁ ତା'ର ଶରୀର ଖାଇବା ପାଇଁ ଦଇେ ପାରିବ?"

53. ଯୀଶୁ କହିଲେ, "ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭେ ନିଶ୍ଚୟ ମନଷ୍ଯପୁତ୍ରଙ୍କ ମାଂସ ଖାଇବ। ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନକରିବ, ତବେେ ତୁମ୍ଭ ଭିତ ରେ ପ୍ରକୃତ ଜୀବନ ନାହିଁ।

54. ଯେଉଁ ବ୍ଯକ୍ତି ମାେ ମାଂସ ଖାଏ ଓ ମାେ ରକ୍ତ ପିଏ, ସେ ଅନନ୍ତଜୀବନ ପାଏ। ମୁଁ ସହେି ଲୋକକୁ ଶଷେ ଦିନ ରେ ମୃତ୍ଯୁ ରୁ ଉେଠଇବି।

55. ମାରେ ମାଂସ ପ୍ରକୃତ ଆହାର। ମାରେ ରକ୍ତ ପ୍ରକୃତ ପାନୀୟ।

56. ଯଦି କୌଣସି ବ୍ଯକ୍ତି ମାେ ମାଂସ ଖାଏ ଓ ମାରେ ରକ୍ତ ପିଏ, ତବେେ ସହେି ବ୍ଯକ୍ତି ମାେ ଭିତ ରେ ରହେ ଓ ମୁଁ ତା' ଭିତ ରେ ରୁ ହେ।

57. ପରମପିତା ମାେତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହତେୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମାେତେ ଭୋଜନ କରେ ସେ ମାେ ହତେୁ ଜୀବିତ ରହିବ।

58. ମୁଁ ସହେି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସମାନେେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସମାନେେ ମୃତ୍ଯୁବରଣ କଲେ। ମୁଁ ସ୍ବର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।"

59. ଯୀଶୁ କଫର୍ନାହୂମର ସମାଜଗୃହ ରେ ଏହି ସବୁ କଥା ଉପଦେଶ ଦେଉଥିଲେ।

60. ଯୀଶୁଙ୍କର ଶିଷ୍ଯମାନେ ଏହି ସବୁ କଥା ଶୁଣିଲେ। ସମାନଙ୍କେ ଭିତରୁ ଅନକେ କହିଲେ, "ଏ ଉପଦେଶ ଗ୍ରହଣ କରିବା କଷ୍ଟକର। ଏହି ଉପଦେଶ କିଏ ଗ୍ରହଣ କରିପାରିବ?"

61. ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ଯମାନେ ଏ ବିଷୟ ରେ ଆପତ୍ତି କରୁଛନ୍ତି। ତେଣୁ ସେ କହିଲେ, "ଏ ଉପଦେଶ କ'ଣ ତୁମ୍ଭକୁ ଅସୁବିଧା ରେ ପକାଉଛି?

62. ତବେେ ମନୁଷ୍ଯପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେ ସ୍ଥାନଙ୍କୁ ଫରେିଯିବେ, ଏହା ମଧ୍ଯ କ'ଣ ତୁମ୍ଭକୁ ବ୍ଯତିବ୍ଯସ୍ତ କରୁଛି?

63. ଶରୀର ମନଷ୍ଯକୁ ଜୀବନଦାନ କରନୋହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ।

64. କିନ୍ତୁ ତୁମ୍ଭ ଭିତରୁ କେତକେ ବିଶ୍ବାସ କରୁ ନାହଁ। ଯୀଶୁ ବିଶ୍ବାସ ନକରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ୟିଏ ବିଶ୍ବାସଘତକତା କରିବ ସହେି ଲୋକକୁ ମଧ୍ଯ ସେ ଜାଣିଥିଲେ।

65. ଯୀଶୁ କହିଲେ, " ସେଥିପାଇଁ ମୁଁ କହିଥିଲି, 'ଯଦି ପରମପିତା କୌଣସି ଲୋକକୁ ମାେ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ, ତବେେ ସେ ଲୋକ ମାେ ନିକଟକୁ ଆସିପାରିବ ନାହିଁ।"'

66. ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନକେ ଶିଷ୍ଯ ତାହାଙ୍କୁ ଛାଡି ଚାଲିଗଲେ। ସମାନେେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।

67. ଯୀଶୁ ବାରଜଣ ପ୍ ରରେିତଙ୍କୁ ପଚାରିଲେ, "ତୁମ୍ଭମାନେେ ମଧ୍ଯ କ'ଣ ମାେତେ ଛାଡିୟିବା ପାଇଁ ଚାହଁ କି?"

68. ଶିମାନେ ପିତର ଉତ୍ତର ଦେଲେ, "ପ୍ରଭୁ, ଆମ୍ଭେ କାହା ପାଖକୁ ୟିବୁ? ତୁମ୍ଭ ପାଖ ରେ ଅନନ୍ତ ଜୀବନ ଅଛି।

69. ଆମ୍ଭେ ତୁମ୍ଭଠା ରେ ବିଶ୍ବାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ବରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ଯକ୍ତି।"

70. ଯୀଶୁ ଉତ୍ତର ଦେଲେ, "ମୁଁ ତୁମ୍ଭ ବାରଜଣଙ୍କୁ ମନୋନୀତ କଲି। କିନ୍ତୁ ତୁମ୍ଭ ଭିତରୁ ଜଣେ ଶୟତାନ।"

71. ଯୀଶୁ ଶିମାନେ ଈଷ୍କରିଯୋଥର ପୁତ୍ର ୟିହୂଦାକୁ ଲକ୍ଷ୍ଯ କରି ଏହା କହିଥିଲେ। ସେ ବାର ଜଣଙ୍କ ମଧ୍ଯରୁ ଜଣେ ଥିଲା। ପରେ ସହେି ୟିହୂଦା ତାହାଙ୍କ ବିରୁଦ୍ଧ ରେ ବିଶ୍ବାସଘାତକତା କରିଥିଲା।

About ଯୋହନ Chapter 6

Read ଯୋହନ Chapter 6 online from the Holy Bible. This chapter is part of the Book of ଯୋହନ in the New Testament. Continue reading with the chapter navigation above or explore the complete book.

Book Information

Book: ଯୋହନ
Chapter: 6
Testament: New Testament

How to Read this Chapter

Use the Previous and Next Chapter buttons to continue reading ଯୋହନ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯୋହନ Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯୋହନ Chapter 6?

ଯୋହନ Chapter 6 is part of the Book of ଯୋହନ in the Holy Bible.

Can I read this chapter online?

Yes. You can read the complete ଯୋହନ Chapter 6 online for free with easy chapter navigation.

More Chapters from ନୂତନ ନିୟମ

  1. ମାର୍କ Chapter 13
  2. ମାର୍କ Chapter 12
  3. ମାର୍କ Chapter 4
  4. 1 ତୀମଥି Chapter 3
  5. ଯୋହନ Chapter 1
  6. 2 କରିନ୍ଥୀୟ Chapter 2
  7. ପ୍ରେରିତ Chapter 1

Explore More from ଯୋହନ

  1. ଯୋହନ Chapter 18
  2. ଯୋହନ Chapter 14
  3. ଯୋହନ Chapter 16
  4. ଯୋହନ Chapter 11
  5. ଯୋହନ Chapter 10
  6. ଯୋହନ Chapter 9
  7. ଯୋହନ Chapter 12

Related Chapters & Readings

  1. ରୂତର ବିବରଣ Chapter 4
  2. ଲେବୀୟ ପୁସ୍ତକ Chapter 25
  3. ଦ୍ୱିତୀୟ ବିବରଣ Chapter 27
  4. ମାର୍କ Chapter 7
  5. ହିତୋପଦେଶ Chapter 14
  6. ଯୋହନ Chapter 17
  7. 1 କରିନ୍ଥୀୟ Chapter 10
Share Your Love

Leave a Reply

Your email address will not be published. Required fields are marked *