Read ଯୋହନ Chapter 9 Online
Read ଯୋହନ Chapter 9 online from the Holy Bible. This chapter is part of the Book of ଯୋହନ in the New Testament. Browse every verse with easy chapter navigation, continue to the next chapter, or explore the complete Book of ଯୋହନ and the Holy Bible online.
Choose a Chapter
ଯୋହନ 9
ଅଧ୍ୟାୟ 9
1. ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା।
2. ଯୀଶୁଙ୍କର ଶିଷ୍ଯମାନେ ତାହାଙ୍କୁ ପଚାରିଲେ, "ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହତେୁ ଅନ୍ଧ ହାଇେ ଜନ୍ମ ହେଲା? ଏହା ତା' ନିଜର ପାପ ନା ତା ପିତାମାତାଙ୍କର?"
3. ଯୀଶୁ ଉତ୍ତର ଦେଲେ, "ଏହା ତାର ପାପ କି ତା' ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହାଇେ ଜନ୍ମ ହାଇେଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲା ବେଳେ ଲୋକମାନଙ୍କ ଆଗ ରେ ପରମେଶ୍ବରଙ୍କ ଶକ୍ତି ପ୍ରଦର୍ଶିତ ହାଇପୋରିବ।
4. ଦିନ ଥାଉଁ ଥାଉଁ ମାରେ ପ୍ ରରଣୋକର୍ତ୍ତାଙ୍କ କାର୍ୟ୍ଯ ଆମ୍ଭେ ଅବିରତ କରିବା ଉଚିତ୍। ରାତି ଆସୁଅଛି। ରାତି ରେ କହେି କାର୍ୟ୍ଯ କରିପାରିବେ ନାହିଁ।
5. ମୁଁ ଜଗତ ରେ ଥିବା ପର୍ୟ୍ଯନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।"
6. ଯୀଶୁ ଏକଥା କହିଲା ପରେ ଭୂଇଁ ରେ ଛପେ ପକାଇ କାଦୁଅ କରି, ସହେି କାଦୁଅକୁ ନଇେ ସେ ସହେି ଜନ୍ମାନ୍ଧ ଲୋକଟିର ଆଖି ରେ ଲଗଇେ ଦେଲେ।
7. ଯୀଶୁ ତାହାଙ୍କୁ କହିଲେ, "ଯାଅ, ଶିଲୋହ ପୋଖରୀ ରେ ଧୋଇ ଦିଅ।" (ଶିଲୋହ ପଦର ଅର୍ଥ 'ପ୍ ରରେିତ ା') ତା'ପରେ ସେ ଅନ୍ଧ ଲୋକଟି ପୋଖରୀ ରେ ଧୋଇ ହାଇେ ଆସିଲା। ସେ ବର୍ତ୍ତମାନ ଦେଖିପାରୁଥିଲା।
8. କେତକେ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସହେି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, " ଦେଖ, ୟିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସହେି ନୁହେଁ କି?"
9. କେତକେ କହିଲେ, "ହଁ, ଏ ସହେି ଲୋକ।" କିନ୍ତୁ ଅନ୍ୟ ଲୋକମାନେ କହିଲେ, "ନାଁ, ଏ ସହେି ଲୋକ ନୁହେଁ। ଏ ଲୋକଟି ତା'ରି ଭଳି ଦଖାଯାେଉଛି।"
10. ଲୋକମାନେ ତାକୁ ପଚାରିଲେ, "କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?"
11. ସେ ଲୋକଟି ଉତ୍ତର ଦଲୋ "ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛପେ ଦ୍ବାରା ମାଟିକୁ କାଦୁଅ କରି ମାେ ଆଖି ରେ ବୋଳି ଦେଲେ। ତା'ପରେ ସେ ମାେତେ ଶିଲୋହ ପୋଖରୀ ରେ ଧୋଇ ହବୋ ପାଇଁ କହିଲେ। ତା'ପରେ ମୁଁ ସହେି ପୋଖରୀ ରେ ଧୋଇ ହବୋ ପରେ ଦେଖିପାରିଲି।"
12. ଲୋକମାନେ ତାହାକୁ ପଚାରିଲେ, " ସେ ଲୋକ କେଉଁଠି ଅଛନ୍ତି?" ଲୋକଟି କହିଲା, "ମୁଁ ଜାଣେ ନାହିଁ।"
13. ଏହା ପରେ ଲୋକମାନେ ସେ ଲୋକଟିକୁ ଫାରୂଶୀମାନଙ୍କ ପାଖକୁ ନଇଗେଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା,
14. ଯୀଶୁ କାଦୁଅ କରିଥିଲେ ଓ ତା' ଆଖି ସୁସ୍ଥ କରିଥିଲେ। ସେ ଏ କାର୍ୟ୍ଯ ବିଶ୍ରାମବାର ଦିନ କରିଥିଲେ।
15. ତେଣୁ ଫାରୂଶୀମାନେ ମଧ୍ଯ ସେ ଲୋକକୁ ପଚାରିଲେ. "ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?"
16. କେତକେ ଫାରୂଶୀମାନେ କହିଲେ, "ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।"
17. ଯିହୂଦୀମାନେ ସହେି ଲୋକକୁ ଆଉଥରେ ପଚାରିଲେ, "ଏହି ଲୋକ (ଯୀଶୁ) ତୁମକୁ ସୁସ୍ଥ କଲା ଓ ତୁମେ ଦେଖି ପାରିଲ। ତୁମ୍ଭେ ତା' ବିଷୟ ରେ କ'ଣ କହୁଛ?"
18. ଯିହୂଦୀମାନେ ତଥାପି ତାହାର ସୁସ୍ଥ ହବୋ ବିଷୟ ବିଶ୍ବାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ୟ୍ଯନ୍ତ ସମାନେେ ମାଟେେ ବିଶ୍ବାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି।
19. ଯିହୂଦୀମାନେ ତା'ର ପିତାମାତାଙ୍କୁ ପଚାରିଲେ, "ଇଏ କ'ଣ ତୁମ୍ଭ ପୁଅ? ତୁମ୍ଭେ କହୁଛ ଯେ, ସେ ଜନ୍ମଠାରୁ ଅନ୍ଧ, ତବେେ ସେ ବର୍ତ୍ତମାନ କିପରି ଦେଖି ପାରୁଛି?"
20. ପିତାମାତା ଉତ୍ତର ଦେଲେ, "ଆମ୍ଭେ ଜାଣୁ ଯେ ଇଏ ଆମ ପୁଅ ଓ ସେ ଜନ୍ମରୁ ଅନ୍ଧ ଥିଲା।
21. କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତାର ଦୃଷ୍ଟିଶକ୍ତି ଦଲୋ। ତାହା ଆମ୍ଭେ ଜାଣିନାହୁଁ। ତାକୁ ପଚାର। ନିଜ କଥା ନିଜେ କହିବା ପାଇଁ ତାର ବୟସ ହେଲାଣି।"
22. ଯିହୂଦୀ ନେତାମାନଙ୍କୁ ଭୟ କରି ତା'ର ପିତାମାନା ଏପରି କହିଲେ। ସମାନେେ ସେତବେେଳକେୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ଯକ୍ତି ଯୀଶୁଙ୍କୁ ମଶୀହ ବଲେି ସ୍ବୀକାର କରିବେ, ସମାନେେ ତାକୁ ଦଣ୍ଡ ଦବେେ ଓ ସହେି ଲୋକମାନଙ୍କୁ ସମାଜଗୃହରୁ ବାହାର କରି ଦବେେ।
23. ତେଣୁ ତାର ପିତାମାତା କହିଲେ, "ତା'ର ୟଥେଷ୍ଟ ବୟସ ହାଇେଛି। ତାକୁ ପଚାର।"
24. ତେଣୁ ଯିହୂଦୀ ନେତାମାନେ ସହେି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସମାନେେ କହିଲେ, "ତୁମ୍ଭେ ସତ୍ଯ କହି ପରମେଶ୍ବରଙ୍କୁ ଗୌରବ ଦବୋ ଉଚିତ। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।"
25. ଲୋକଟି ଉତ୍ତର ଦଲୋ, " ସେ ପାପୀ କି ନୁହେଁ, ମୁଁ ଜାଣିନାହିଁ। କିନ୍ତୁ ମୁଁ ଅନ୍ଧ ଥିଲି ଓ ବର୍ତ୍ତମାନ ଦେଖିପାରୁଛି।"
26. ଯିହୂଦୀ ନେତାମାନେ ପଚାରିଲେ, " ସେ ତୁମକୁ କ'ଣ କଲା? ସେ ତୁମ ଆଖିକୁ କିପରି ଭଲ କରି ଦଲୋ?"
27. ସେ ଲୋକ କହିଲା, "ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମାେ କଥା ଶୁଣୁନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଚାହୁଁଛ? ତୁମ୍ଭେ ମଧ୍ଯ କ'ଣ ତାହାଙ୍କର ଶିଷ୍ଯ ହବୋ ପାଇଁ ଚାହୁଁଛ?"
28. ୟିହୁଦୀନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତା'ପରେ ସମାନେେ କହିଲେ, "ତୁମ୍ଭେ ସହେି ଲୋକର ଶିଷ୍ଯ। କିନ୍ତୁ ଆମ୍ଭେ ମାଶାଙ୍କେର ଶିଷ୍ଯ।
29. ଆମ୍ଭେ ଜାଣୁ, ପରମେଶ୍ବର ମାଶାଙ୍କେୁ କଥା କହିଛନ୍ତି। କିଏ ଏ ଲୋକ କେଉଁଠାରୁ ଆସିଛି, ଆମ୍ଭେ ତାହା ସୁଦ୍ଧା ଜାଣିନାହୁଁ।"
30. ଲୋକଟି ଉତ୍ତର ଦଲୋ, "ଏହା ବଡ ଆଶ୍ଚର୍ୟ୍ଯ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣିନାହଁ। କିନ୍ତୁ ସେ ମାେ ଆଖି ଭଲ କରି ଦଇେଛନ୍ତି।
31. ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ବର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ବରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ବର ତା'ର କଥା ଶୁଣନ୍ତି।
32. ଆଜି ପର୍ୟ୍ଯନ୍ତ କହେି କବେେ ଜଣେ ଜନ୍ମ ଅନ୍ଧର ଆଖି ଖାଲିେ ପାରି ନଥିଲେ।
33. ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ବରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ୟ୍ଯ କରି ପାରି ନଥାନ୍ତା।"
34. ଯିହୂଦୀମାନେ ଉତ୍ତର ଦେଲେ, "ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହାଇେଛ। ତୁମ୍ଭେ କ'ଣ ଆମ୍ଭକୁ ଶିକ୍ଷା ଦବୋ ପାଇଁ ଚେଷ୍ଟା କରୁଛ?" ଏହା କହି ସମାନେେ ତାକୁ ଜବରଦସ୍ତ ତଡି ଦେଲେ।
35. ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡି ଦଇେଛନ୍ତି। ଯୀଶୁ ସେ ଲୋକକୁ ଖାଜେି ପାଇଲେ। ଏବଂ ସେ ତାହାକୁ ପଚାରିଲେ, "ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ବିଶ୍ବାସ କର?"
36. ସେ ଲୋକଟି ପଚାରିଲା, "ଗୁରୁ, ମନୁଷ୍ଯ ପୁତ୍ର କିଏ? ମାେତେ କୁହନ୍ତୁ ଯେପରି ମୁଁ ତାହାଙ୍କଠା ରେ ବିଶ୍ବାସ କରି ପା ରେ।"
37. ଯୀଶୁ ତାହାକୁ କହିଲେ, "ତୁମ୍ଭେ ତାହାଙ୍କୁ ଦେଖି ସାରିଛ। ତୁମ୍ଭ ସହିତ ବର୍ତ୍ତମାନ ୟିଏ କଥା ହେଉଛନ୍ତି, ସେ ସହେି ମନୁଷ୍ଯପୁତ୍ର।"
38. ସେ ଲୋକଟି ଉତ୍ତର ଦଲୋ, "ହଁ, ପ୍ରଭୁ ମୁଁ ବିଶ୍ବାସ କରେ।" ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।
39. ଯୀଶୁ କହିଲେ, "ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଚାରିତ ହବେ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସମାନେେ ଅନ୍ଧ ହବେେ।"
40. ଯୀଶୁଙ୍କ ପାଖ ରେ କେତକେ ଫାରୂଶୀ ଥିଲେ। ସମାନେେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସମାନେେ ପଚାରିଲେ, "କ'ଣ? ତା ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ଯ ଅନ୍ଧ?"
41. ଯୀଶୁ କହିଲେ, "ତୁମ୍ଭେ ଯଦି ପ୍ରକୃତ ରେ ଅନ୍ଧ ହାଇେଥାନ୍ତ, ତବେେ ଦୋଷୀ ବିବଚେିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।"
About ଯୋହନ Chapter 9
Read ଯୋହନ Chapter 9 online from the Holy Bible. This chapter is part of the Book of ଯୋହନ in the New Testament. Continue reading with the chapter navigation above or explore the complete book.
Book Information
Book: ଯୋହନ
Chapter: 9
Testament: New Testament
How to Read this Chapter
Use the Previous and Next Chapter buttons to continue reading ଯୋହନ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯୋହନ Chapter 9 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯୋହନ Chapter 9?
ଯୋହନ Chapter 9 is part of the Book of ଯୋହନ in the Holy Bible.
Can I read this chapter online?
Yes. You can read the complete ଯୋହନ Chapter 9 online for free with easy chapter navigation.
More Chapters from ନୂତନ ନିୟମ
- ମାର୍କ Chapter 13
- ମାର୍କ Chapter 12
- ମାର୍କ Chapter 4
- 1 ତୀମଥି Chapter 3
- ଯୋହନ Chapter 21
- ଯୋହନ Chapter 1
- 2 କରିନ୍ଥୀୟ Chapter 2
Explore More from ଯୋହନ
- ଯୋହନ Chapter 14
- ଯୋହନ Chapter 7
- ଯୋହନ Chapter 17
- ଯୋହନ Chapter 21
- ଯୋହନ Chapter 15
- ଯୋହନ Chapter 4
- ଯୋହନ Chapter 12