Read ପ୍ରେରିତ Chapter 26 Online
Read ପ୍ରେରିତ Chapter 26 online from the Holy Bible. This chapter is part of the Book of ପ୍ରେରିତ in the New Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରେରିତ and the Holy Bible online.
Choose a Chapter
ପ୍ରେରିତ 26
ଅଧ୍ୟାୟ 26
1. ଆଗ୍ରିପ୍ପା ପାଉଲଙ୍କୁ କହିଲେ, "ତୁମ୍ଭକୁ ନିଜ ସପକ୍ଷ ରେ କହିବା ପାଇଁ ଅନୁମତି ଦିଆଗଲା।"
2. ହେ ରାଜା ଆଗ୍ରିପ୍ପା, "ମୁଁ ନିଜକୁ ଭାଗ୍ଯବାନ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖ ରେ ୟିହୁଦୀମାନଙ୍କ ଦ୍ବାରା ଅଭିଯୋଗ ବିରୁଦ୍ଧ ରେ ମାେ ପକ୍ଷ ରେ ଉତ୍ତର ଦବୋ ପାଇଁ ସମର୍ଥ ହାଇପୋରିଛି।
3. ଏକଥା ସତ୍ଯ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସମାନେେ ୟୁକ୍ତି କରୁଥିବା ବିଷୟ ରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମାରେ କଥା ର୍ଧୈୟ୍ଯ ସହକା ରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁ ରୋଧ କରୁଛି।
4. "ସମସ୍ତ ଯିହୂଦୀୟମାନେ ମାରେ ସମ୍ପୂର୍ଣ୍ଣ ଜୀବନ ବିଷୟ ରେ ଜାଣନ୍ତି। ମୁଁ ପିଲାଦିନରୁ ନିଜ ଦେଶ ରେ ଓ ପରେ ୟିରୂଶାଲମ ରେ କିପରି ବାସ କରିଥିଲି, ତାହା ସମାନେେ ଜାଣନ୍ତି।
5. ସମାନେେ ମାେତେ ବହୁତ ଦିନରୁ ଜାଣନ୍ତି। ସମାନେେ ଯଦି ଚ଼ାହାଁନ୍ତି ତବେେ ସାକ୍ଷ୍ଯ ଦଇେ ପାରନ୍ତି ଯେ, ମୁଁ ଜଣେ ଉତ୍ତମ ଫାରୁଶୀ ଥିଲି। ଯିହୂଦୀୟ ଧର୍ମ ବ୍ଯବସ୍ଥାକୁ ଫାରୁଶୀମାନେ ଅନ୍ୟ କୌଣସି ଯିହୂଦୀୟ ଦଳର ଲୋକଙ୍କ ଅପେକ୍ଷା ଅଧିକ ଦୃଢ଼ ଭାବରେ ମାନନ୍ତି।
6. ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ନିକଟରେ ପରମେଶ୍ବର ଯେଉଁ ପ୍ରତିଜ୍ଞା କରିଥିଲେ, ସହେି ପ୍ରତିଜ୍ଞା ଉପରେ ନିର୍ଭର କରିଥିବାରୁ ମାରେଆଜି ବିଚ଼ାର ହେଉଛି।
7. ଯେଉଁ ପ୍ରତିଜ୍ଞାକୁ ଇଶ୍ରାୟେଲର ବାରୋଟି ଗୋଷ୍ଠୀ ମଧ୍ଯ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ବରଙ୍କୁ ପୂଜା କରନ୍ତି, ମୁଁ ମଧ୍ଯ ସହେି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସହେି ପ୍ରତିଜ୍ଞା ଉପରେ ମାରେ ଆଶା ଓ ବିଶ୍ବାସ ଥିବାରୁ ଯିହୂଦୀମାନେ ମାେ ବିରୁଦ୍ଧ ରେ ଅଭିଯୋଗ କରୁଛନ୍ତି।
8. ପରମେଶ୍ବର ଯେ ଲୋକମାନଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରି ପାରିବେ, ଏକଥା ଆପଣମାନେ କାହିଁକି ଅସମ୍ଭବ ବୋଲି ଭାବୁଛନ୍ତି?
9. "ମୁଁ ଯେତବେେଳେ ଫାରୂଶୀ ଥିଲି, ସେତବେେଳେ ମୁଁ ମଧ୍ଯ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧ ରେ ଅନକେ କାର୍ୟ୍ଯ କରିବି ବୋଲି ଭାବୁଥିଲି।
10. ଏ ଭଳି କରୁଥିବା ବେଳେ ମୁଁ ୟିରୂଶାଲମ ରେ ପରମେଶ୍ବରଙ୍କର ଅନକେ ଲୋକଙ୍କୁ ବନ୍ଦୀ କରି କାରାଗାର ରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତବେେଳେ ମୃତ୍ଯୁଦଣ୍ଡ ଦିଆଯାଉଥିଲା, ସେତବେେଳେ ମୁଁ ମଧ୍ଯ ଏହା ଠିକ୍ ବୋଲି ଭାବି ସେଥି ରେ ପୂର୍ଣ୍ଣ ସମ୍ମତ ହାଇେଥିଲି। ମୁଁ ପରମେଶ୍ବରଙ୍କର ଅନକେ ଲୋକମାନଙ୍କୁ ଧରି ଆଣି କାରାଗାର ରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାୟାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସମାନଙ୍କେୁ ସମାଜ ଗୃହ ସବୁ ରେ ଦଣ୍ତ ଦଇେଥିଲି।
11. ମୁଁ ସମାନଙ୍କେୁ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ କହିବା ପାଇଁ ବାଧ୍ଯ କରିଥିଲି। ମୁଁ ସମାନଙ୍କେ ବିରୁଦ୍ଧ ରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସମାନଙ୍କେୁ ଅତ୍ଯାଚ଼ାର କରିବା ପାଇଁ ବିଦେଶୀ ନଗରଗୁଡ଼ିକୁ ମଧ୍ଯ ଯାଇଥିଲି।
12. "ଥରେ ମୁଖ୍ଯ ଯାଜକମାନେ ମାେତେ ଦମ୍ମସକେ ନଗରକୁ ୟିବା ପାଇଁ ଅନୁମତି ଓ କ୍ଷମତା ଦେଲେ।
13. ମୁଁ ଦମ୍ମସକେକୁ ଯାଉଥିଲି। ସେତବେେଳେ ଖରାବଳେ ହାଇେଥିଲା। ହଠାତ୍ ମୁଁ ଆକାଶ ରେ ଗୋଟିଏ ଆଲୋକ ଦେଖିଲି। ସହେି ଆଲୋକ ସୂର୍ୟ୍ଯଙ୍କଠାରୁ ମଧ୍ଯ ଆହୁରି ଉଜ୍ଜ୍ବଳ ଥିଲା। ତାହା ମାରେ ଓ ମାେ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା।
14. ଆମେ ସମସ୍ତେ ତଳେ ପଡ଼ିଗଲୁ। ସେତବେେଳେ ମୁଁ ଏବ୍ରୀ ଭାଷା ରେ ଗୋଟିଏ ସ୍ବର ମାେତେ କହୁଥିବାର ଶୁଣିଲି, 'ଶାଉଲ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନ ରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ।' ଯୀଶୁଙ୍କୁ ଦେଖିଥିବା ବିଷୟ ରେ ପାଉଲଙ୍କ ବର୍ଣ୍ଣନା
15. ମୁଁ ପଚ଼ାରିଲି, 'ପ୍ରଭୁ, ଆପଣ କିଏ?' ସେ କହିଲେ, 'ମୁଁ ସହେି ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।'
16. ତୁମ୍ଭେ ଏବେ ଠିଆହୁଅ। ମୁଁ ତୁମ୍ଭକୁ ଜଣେ ସବେକରୂପେ ନିୟୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦଖାେ ଦଇେଅଛି। ତୁମ୍ଭେ ମାେ ବିଷୟ ରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦଖାଇବେି, ତୁମ୍ଭେ ତା'ର ସାକ୍ଷୀ ହବେ।
17. ମୁଁ ତୁମ୍ଭକୁ ତୁମ୍ଭ ନିଜ ଓ ଅନ୍ୟ ଦେଶର ଲୋକମାନଙ୍କଠାରୁ ରକ୍ଷା କରିବି। ସମାନଙ୍କେର ଆଖି ଖାଲିେ ଦବୋପାଇଁ ମୁଁ ତୁମ୍ଭକୁ ପଠାଉଛି।
18. ତୁମ୍ଭେ ସହେି ଲୋକମାନଙ୍କୁ ସତ୍ଯ ପଥ ଦଖାଇବେ ଓ ସମାନଙ୍କେୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସମାନଙ୍କେୁ ଶୟତାନର ଶକ୍ତି ନିକଟରୁ ଦୂ ରଇେ ନଇେ ପରମେଶ୍ବରଙ୍କ ପାଖକୁ ଆଣିବ। ତବେେ ସମାନଙ୍କେର ପାପକୁ କ୍ଷମା କରାୟିବ। ଯେଉଁମାନେ ମାେତେ ବିଶ୍ବାସ କରି ପବିତ୍ର ହାଇେଛନ୍ତି ସମାନଙ୍କେ ମଧିଅରେ ସମାନେେ ସ୍ଥାନ ପାଇବେ।"'
19. ପାଉଲ କହିଲେ, " ହେ ମହାରାଜା ଅଗ୍ରିପ୍ପା, ମୁଁ ସହେି ସ୍ବର୍ଗୀୟ ଦର୍ଶନର ବାଧ୍ଯ ହଲିେ।
20. ମୁଁ ପ୍ରଥମେ ଦମ୍ମସକେ ନଗର ରେ, ପରେ ୟିରୂଶାଲମ ରେ ସମଗ୍ର ୟିହୂଦା ଓ ଅଣଯିହୂଦୀ ଦେଶମାନଙ୍କ ରେ ମଧ୍ଯ ପ୍ରଚ଼ାର କଲି। ମୁଁ ସମାନଙ୍କେୁ ଅନୁତାପ କରି ପରମେଶ୍ବରଙ୍କ ପାଖକୁ ଫରେିବା ପାଇଁ କହିଲି। ସମାନଙ୍କେ ହୃଦୟ ପରିବର୍ତ୍ତନ ପାଇଁ ଉଚ଼ିତ କାର୍ୟ୍ଯ କରିବା ପାଇଁ ମଧ୍ଯ କହିଲି।
21. ଏଥିପାଇଁ ମନ୍ଦିର ରେ ଥିବା ସମୟରେ ଯିହୂଦୀମାନେ ମାେତେ ବନ୍ଦୀ କଲେ, ଓ ମାରିବାକୁ ଚେ଼ଷ୍ଟା କଲେ।
22. କିନ୍ତୁ ମାେତେ ପରମେଶ୍ବର ସାହାୟ୍ଯ କଲେ। ସେ ଆଜି ପର୍ୟ୍ଯନ୍ତ ମାେତେ ସାହାୟ୍ଯ କରିଆସୁଛନ୍ତି। ପରମେଶ୍ବରଙ୍କ ସାହାୟ୍ଯ ପାଇ ମୁଁ ଏଠା ରେ ଠିଆ ହାଇେଛି। ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି। ମୁଁ କିଛି ନୂଆ କଥା କହୁନାହିଁ। ମାଶାେ ଓ ଭାବବାଦୀମାନେ ଯାହା ସବୁ ଘଟିବ ବୋଲି କହିଛନ୍ତି, ମୁଁ ସହେି କଥା କହୁଛି।
23. ସମାନେେ କହିଛନ୍ତି, ଖ୍ରୀଷ୍ଟ ମୃତ୍ଯୁବରଣ କରିବେ ଓ ମୃତ୍ଯୁରୁ ପୁନରୁତ୍ଥିତ ହେଉଥିବା ପ୍ରଥମ ବ୍ଯକ୍ତି ହବେେ। ମାଶାେ ଓ ଭାବବାଦୀମାନେ କହିଛନ୍ତି, କବଳେ ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଆଲୋକ ଦଖାଇବେେ।"
24. ପାଉଲ ଆତ୍ମରକ୍ଷା ପାଇଁ ଏହି ସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜାରେ ରେ କହିଲେ, "ପାଉଲ, ତୁମ୍ଭେ ପାଗଳା ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହାଇଯୋଇଛ।"
25. ପାଉଲ ଏହା ଶୁଣି ଉତ୍ତର ଦେଲେ, " ହେ ମହମାନ୍ଯ ଫେଷ୍ଟ, ମୁଁ ପାଗଳ ନୁହେଁ। ମାରେ ସବୁ କଥା ସତ୍ଯ ଓ ୟୁକ୍ତିୟୁକ୍ତ।
26. ରାଜା ଆଗ୍ରିପ୍ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇନାହିଁ, ଯେ ହତେୁ ଏହିସବୁ କୌଣସି ଗୁପ୍ତ ସ୍ଥାନ ରେ କରାଯାଇ ନାହିଁ।
27. ହେ ରାଜା ଆଗ୍ରିପ୍ପା, ଆପଣ କ'ଣ ଭାବବାଦୀମାନଙ୍କ ଲଖାେ ରେ ବିଶ୍ବାସ କରନ୍ତି କି? ମୁଁ ଜାଣେ, ଆପଣ ବିଶ୍ବାସ କରନ୍ତି।"
28. ଆଗ୍ରିପ୍ପା ପାଉଲଙ୍କୁ କହିଲେ, "ତୁମ୍ଭେ କ'ଣ ଏତେ ସହଜ ରେ ମାେତେ ଖ୍ରୀଷ୍ଟିଯାନ କରିଦବେ ବୋଲି ଭାବୁଛ?"
29. ପାଉଲ ଉତ୍ତର ଦେଲେ, "ପରମେଶ୍ବର କରନ୍ତୁ, ଶୀଘ୍ର ବା ବିଳମ୍ବ ରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମାେ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମାେ ପରି ହୁଅନ୍ତୁ।"
30. ତା'ପରେ ରାଜା, ରାଜ୍ଯପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ।
31. ସମାନେେ ବିଚ଼ାର ଗୃହ ଛାଡ଼ିଲା ବେଳେ ପରସ୍ପର ସହିତ କଥାବାର୍ତ୍ତା ହେଲେ। ସମାନେେ କହିଲେ, "ଏହି ଲୋକକୁ ହତ୍ଯା କରିବା କି ବନ୍ଦୀ କରିବା ଉଚିତ ନୁହେଁ। ସେ ପ୍ରକୃତ ରେ କିଛି ଖରାପ କାର୍ୟ୍ଯ କରିନାହିଁ।"
32. ଅଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, "ଆମ୍ଭେ ଏହି ଲୋକକୁ ମୁକ୍ତି ଦଇପୋରିଥାନ୍ତୁ, କିନ୍ତୁ ସେ ଯଦି କାଇସରଙ୍କୁ ଆବଦନେ କରି ନଥାଆନ୍ତା।"
About ପ୍ରେରିତ Chapter 26
Read ପ୍ରେରିତ Chapter 26 online from the Holy Bible. This chapter is part of the Book of ପ୍ରେରିତ in the New Testament. Continue reading with the chapter navigation above or explore the complete book.
Book Information
Book: ପ୍ରେରିତ
Chapter: 26
Testament: New Testament
How to Read this Chapter
Use the Previous and Next Chapter buttons to continue reading ପ୍ରେରିତ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରେରିତ Chapter 26 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରେରିତ Chapter 26?
ପ୍ରେରିତ Chapter 26 is part of the Book of ପ୍ରେରିତ in the Holy Bible.
Can I read this chapter online?
Yes. You can read the complete ପ୍ରେରିତ Chapter 26 online for free with easy chapter navigation.
More Chapters from ନୂତନ ନିୟମ
- ମାର୍କ Chapter 13
- ମାର୍କ Chapter 12
- ମାର୍କ Chapter 4
- 1 ତୀମଥି Chapter 3
- 2 କରିନ୍ଥୀୟ Chapter 2
- ଲୂକ Chapter 12
- ମାର୍କ Chapter 7
Explore More from ପ୍ରେରିତ
- ପ୍ରେରିତ Chapter 1
- ପ୍ରେରିତ Chapter 13
- ପ୍ରେରିତ Chapter 2
- ପ୍ରେରିତ Chapter 10
- ପ୍ରେରିତ Chapter 18
- ପ୍ରେରିତ Chapter 6
- ପ୍ରେରିତ Chapter 5