ପ୍ରେରିତ Chapter 10

For English

Read ପ୍ରେରିତ Chapter 10 Online

Read ପ୍ରେରିତ Chapter 10 online from the Holy Bible. This chapter is part of the Book of ପ୍ରେରିତ in the New Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରେରିତ and the Holy Bible online.

Choose a Chapter

ପ୍ରେରିତ 10

ଅଧ୍ୟାୟ 10

1. କାଇସରୀଆ ନଗର ରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ଯବାହିନୀର ଏକ ବିଭାଗ ରେ ପଦାଧିକାରୀ ଥିଲେ।

2. ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହ ରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ଯ ପରମେଶ୍ବରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

3. ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, "କର୍ଣ୍ଣୀଲିୟ।"

4. କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଚାହିଁଲେ ଏବଂ ଭୟ ରେ କହିଲେ, "ମହାଶୟ, ଆପଣ କ'ଣ ଚ଼ାହାଁନ୍ତି?"

5. ବର୍ତ୍ତମାନ ଯାଫୋ ନଗରକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ପଠାଇ ଶିମାନେ ନାମକ ଗୋଟିଏ ଲୋକଙ୍କୁ ସଠାରୁେ ଆଣ। ସହେି ଶିମାନେ, ପିତର ନାମ ରେ ମଧ୍ଯ ପରିଚ଼ିତ।

6. ପିତର ସମୁଦ୍ରକୂଳ ପାଖ ରେ ରହୁଥିବା ଶିମାନେ ନାମକ ଜଣେ ଚ଼ମାର ସଂଗେ ରହୁଛନ୍ତି।"

7. ଏହା କହି ସ୍ବର୍ଗଦୂତ ଚ଼ାଲିଗଲେ। ଏହାପରେ କର୍ଣ୍ଣୀଲିୟ ନିଜର ବ୍ଯକ୍ତିଗତ ସହକାରୀ ମଧ୍ଯରୁ ତାହାଙ୍କର ଦୁଇଜଣ ସବେକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ।

8. ସେ ସମାନଙ୍କେୁ ସମସ୍ତ ଘଟଣା କହି ଯାଫୋକୁ ପଠାଇଲେ।

9. ତହିଁ ଆରଦିନ ସମାନେେ ଯାଫୋ ନଗର ନିକଟରେ ପହନ୍ଚିଲେ, ସେତବେେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବାପାଇଁ ଯାଇଥିଲେ। ତାହାପ୍ରାୟ ଦ୍ବିପହର ସମୟ ଥିଲା।

10. ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଛା କରୁଥିଲେ। ସମାନେେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ବପ୍ନ ଦେଖିଲେ।

11. ସେ ଦେଖିଲେ ଯେ, ସ୍ବର୍ଗ ଖାଲିଗେଲା ଓ ତା' ଭିତରୁ ଗୋଟିଏ ଚ଼ାରି କୋଣ ଧରା ବଡ଼ ଚ଼ାଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି।

12. ତା'ଭିତ ରେ ପୃଥିବୀର ବିଭିନ୍ନ ପ୍ରକାରର ପଶୁପକ୍ଷୀ ଓ ସରୀସୃପ ପ୍ରାଣୀମାନ ଥିଲେ।

13. ତା'ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, "ପିତର, ଉଠ, ଏହି ପଶୁମାନଙ୍କ ମଧ୍ଯରୁ ଯେକୌଣସିଟିକୁ ମାର ଓ ଖାଅ।"

14. ପିତର କହିଲେ, "ନା ପ୍ରଭୁ। ମୁଁ କବେେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।"

15. ମାତ୍ର ସହେି ସ୍ବର ତାଙ୍କୁ ପୁଣି କହିଲେ, "ପରମେଶ୍ବର ଯେଉଁ ବିଷୟକୁ ପବିତ୍ର କରିଛନ୍ତି, ତୁମ୍ଭେ ତାକୁ ଅପବିତ୍ର କୁହନାହିଁ।"

16. ଏହିପରି ତିନିଥର ହବୋପରେ ସେ ଜିନିଷଟି ହଠାତ୍ ସ୍ବର୍ଗକୁ ଉଠି ଚ଼ାଲିଗଲା।

17. ପିତର ଯେଉଁ ଦୃଶ୍ଯ ଦେଖିଥିଲେ, ତା'ର ଅର୍ଥ ବିଷୟ ରେ ଚ଼ିନ୍ତା କରି ହତବୁଦ୍ଧି ହାଇେ ପଡ଼ିଲେ। ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମାନଙ୍କେର ଘର ଖାଜେୁଥିଲେ, ସମାନେେ ଆସି ଫାଟକ ନିକଟରେ ଠିଆ ହାଇେଥିଲେ।

18. ସମାନେେ ତାହାଙ୍କୁ ଡାକିଲେ ଓ ପିତର ନାମ ରେ ପରିଚ଼ିତ ଶିମାନେ ସଠାେରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଚ଼ାରିଲେ।

19. ସପେର୍ୟ୍ଯନ୍ତ ପିତର ସହେି ଦର୍ଶନ ବିଷୟ ରେ ଚି଼ନ୍ତା କରୁଥିଲେ। ସହେି ସମୟରେ ପବିତ୍ର ଆତ୍ମା ତାହାଙ୍କୁ କହିଲେ, "ଶୁଣ, ତିନିଜଣ ଲୋକ ତୁମ୍ଭକୁ ଖାଜେୁଛନ୍ତି।

20. ତେଣୁ ଉଠ ଓ ତଳକୁ ଯାଅ। ସହେି ଲୋକମାନଙ୍କ ସହିତ ଯାଅ ଓ ସମାନଙ୍କେୁ କିଛି ପଚ଼ାର ନାହିଁ। କାରଣ ମୁଁ ସମାନଙ୍କେୁ ପଠାଇଛି।"

21. ପିତର ତଳକୁ ଗଲେ ଓ ସମାନଙ୍କେୁ କହିଲେ, "ତୁମ୍ଭମାନେେ ଯାହାକୁ ଖାଜେୁଛ ମୁଁ ସହେି ଲୋକ। ତୁମ୍ଭମାନେେ ଏଠାକୁ କାହିଁକି ଆସିଛ?"

22. ସମାନେେ ତାହାଙ୍କୁ କହିଲେ, "ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।"

23. ତେଣୁ ପିତର ସମାନଙ୍କେୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।

24. ତହିଁ ଆରଦିନ ସେ କାଇସରୀଆ ନଗର ରେ ପହନ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଠ ବନ୍ଧୁମାନଙ୍କୁ ଡ଼କଇେ ସମାନଙ୍କେ ଅପେକ୍ଷା ରେ ଥିଲେ।

25. ପିତର ଘ ରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।

26. ପିତର ତାହାଙ୍କୁ ଉେଠଇ ଦଇେ କହିଲେ, "ଉଠ, ମୁଁ ତୁମ୍ଭପରି କବଳେ ଜଣେ ମଣିଷ।"

27. ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସଠାେରେ ସେ ବହୁତ ଲୋକମାନଙ୍କୁ ଏକତ୍ରୀତ ହବୋର ଦେଖିଲେ।

28. ସେ ସମାନଙ୍କେୁ କହିଲେ, "ତୁମ୍ଭମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ୟିବା ଯିହୂଦୀ ବ୍ଯବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ 'ଅପବିତ୍ର' ଓ 'ଅପରିଚ୍ଛନ୍ନ' ନ କହିବା ପାଇଁ ପରମେଶ୍ବର ମାେତେ ଦଖାଇେଛନ୍ତି।

29. ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତି ରେ ଏଠାକୁ ଚାଲିଆସିଲି। ମାେତେ ବର୍ତ୍ତମାନ କୁହ, ତୁମ୍ଭମାନେେ ମାେତେ କାହିଁକି ଡ଼କଇେଥିଲ?"

30. କର୍ଣ୍ଣୀଲିୟ କହିଲେ, "ମୁଁ ଠିକ୍ ଚ଼ାରିଦିନ ଆଗରୁ ମାେ ଘ ରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥାନା କରୁଥିଲି। ସେତବେେଳେ ହଠାତ୍ ଜଣେ ସ୍ବର୍ଗଦୂତ, ଉଜ୍ଜ୍ବଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମାେ ସାମନା ରେ ଠିଆ ହାଇଗେଲେ।

31. ସେ କହିଲେ, 'କର୍ଣ୍ଣୀଲିୟ, ପରମେଶ୍ବର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦଇେଥିବା ଦାନ ମନେ ରଖିଛନ୍ତି।

32. ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମ ରେ ପରିଚ଼ିତ ଶିମାନଙ୍କେୁ ଏଠାକୁ ଡ଼କାଅ। ସେ ସମୁଦ୍ର କୂଳ ରେ ଚ଼ମାର ଶିମାନଙ୍କେ ଘ ରେ ରହୁଛନ୍ତି।'

33. ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡ଼କଇେ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦଇେଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠା ରେ ପ୍ରଭୁଙ୍କ ସମ୍ମୁଖ ରେ ଅପେକ୍ଷା କରି ରହିଛୁ।"

34. ପିତର କହିବା ଆରମ୍ଭ କଲେ, "ମୁଁ ବର୍ତ୍ତମାନ ପ୍ରକୃତ ରେ ବୁଝିପାରୁଛି, ପରମେଶ୍ବରଙ୍କ ଦୃଷ୍ଟି ରେ ପ୍ରେତ୍ୟକକ ଲୋକ ସମାନ। ତାହାଙ୍କ ପାଖ ରେ କୌଣସି ଭଦଭୋବ ନାହିଁ।

35. କିନ୍ତୁ ପରମେଶ୍ବର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି।

36. ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଚ଼ାର ପଠାଇଥିଲେ। ସେ ମଧ୍ଯ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କର ଶାନ୍ତି ସୁସମାଚ଼ାର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।

37. ଯୋହନଙ୍କ ଦ୍ବାରା ବାପ୍ତିସ୍ମ ସମ୍ପର୍କ ରେ ପ୍ରଚ଼ାର ହବୋପରେ ଗାଲିଲୀଠାରୁ ଆରମ୍ଭ କରି ସାରା ୟିହୂଦା ରେ ଯାହାସବୁ ଘଟିଲା, ତାହା ତୁମ୍ଭମାନେେ ଜାଣିଛ।

38. ତୁମ୍ଭମାନେେ ନାଜରିତୀୟ ଯୀଶୁଙ୍କ ବିଷୟ ରେ ମଧ୍ଯ ଜାଣିଛ। ପରମେଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତି ରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ଯାଚ଼ାର ଅଧୀନ ରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ବାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ବର ତାହାଙ୍କ ସହିତ ଥିଲେ।

39. ଯୀଶୁ ୟିହୂଦା ଦେଶ ରେ ଓ ୟିରୂଶାଲମ ରେ ଯାହାସବୁ କରିଥିଲେ ସହେିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସମାନେେ ତାହାଙ୍କୁ ବଧକଲେ। କାଠ ନିର୍ମିତ କୃଶ ରେ ସମାନେେ ତାହାଙ୍କୁ ଚ଼ଢ଼ାଇ ହତ୍ଯା କଲେ।

40. କିନ୍ତୁ ତାହାଙ୍କ ମୃତ୍ଯୁର ତିନିଦିନ ପରେ ପରମେଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ଯରୁ ପୁନର୍ଜିବୀତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦଖାଇେଲେ।

41. ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦଖାଗେଲେ ନାହିଁ। ପରମେଶ୍ବର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସହେିମାନେ କବଳେ ତାହାଙ୍କୁ ଦେଖିପାରିଲେ। ଆମ୍ଭମାନେେ ସହେି ସାକ୍ଷୀ ଅଟୁ। ଯୀଶୁ ମୃତ୍ଯୁରୁ ଉଠିଲାପରେ ଆମ୍ଭମାନେେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।

42. ଯୀଶୁ ଆମ୍ଭମାନଙ୍କୁ ଲୋକମାନଙ୍କ ପାଖ ରେ ସୁସମାଚ଼ାର ପ୍ରଚ଼ାର କରିବାପାଇଁ ଆଦେଶ ଦେଲେ। ପୁଣି ଜୀବିତ ଓ ମୃତମାନଙ୍କର ବିଚ଼ାରକ ହବୋ ନିମନ୍ତେ କବଳେ ଏକମାତ୍ର ସେ ଯେ ନିୟୁକ୍ତି ପାଇଛନ୍ତି, ଏହାର ସାକ୍ଷ୍ଯ ଦବୋପାଇଁ ମଧ୍ଯ କହିଲେ।

43. ଯେ କହେି ଯୀଶୁଙ୍କଠା ରେ ବିଶ୍ବାସ କରିବ, ସେ ପାପକ୍ଷମା ପାଇବ। ପରମେଶ୍ବର ଯୀଶୁଙ୍କ ନାମ ରେ ସହେି ବ୍ଯକ୍ତିର ସମସ୍ତ ପାପ କ୍ଷମା କରି ଦବେେ। ସମସ୍ତ ଭାବବାଦୀଙ୍କ ଦ୍ବାରା କଥିତ ଏହି ବାକ୍ଯ ନିରାଟ ସତ୍ଯ ଅଟେ।"

44. ପିତର ଏହିକଥା କହିବା ସମୟରେ ସୁସମାଚ଼ାର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ।

45. ଯେଉଁ ଯିହୂଦୀ ବିଶ୍ବାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ଯ ପବିତ୍ର ଆତ୍ମା ଦିଆଗଲା।

46. ସମାନଙ୍କେ ଭିନ୍ନଭିନ୍ନ ଭାଷା ରେ କଥା ହବୋ ଓ ପରମେଶ୍ବରଙ୍କୁ ପ୍ରଶଂସା କରିବାର ମଧ୍ଯ ଶୁଣିଲେ।

47. ତା'ପରେ ପିତର କହିଲେ, "ଏହି ଲୋକମାନଙ୍କୁ ବାପ୍ତିଜିତ ହବୋ ନିମନ୍ତେ କହେି କ'ଣ କବେେ ଜଳ ଯୋଗଇ ଦବୋପାଇଁ ମନା କରିପାରିବ? ସମାନେେ ମଧ୍ଯ ଆମ୍ଭପରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଛନ୍ତି!"

48. ତେଣୁ ପିତର ଯୀଶୁଖ୍ରୀଷ୍ଟଙ୍କ ନାମ ରେ ବାପ୍ତିଜିତ ହବୋ ପାଇଁ କର୍ଣ୍ଣୀଲିୟ ତାହାଙ୍କର ଆତ୍ମୀୟସ୍ବଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ. ତା'ପରେ ଲୋକମାନେ ପିତରଙ୍କୁ ସମାନଙ୍କେ ସହିତ ଆଉ କିଛି ଦିନ ରହିବାପାଇଁ ଅନୁରୋଧ କଲେ।

About ପ୍ରେରିତ Chapter 10

Read ପ୍ରେରିତ Chapter 10 online from the Holy Bible. This chapter is part of the Book of ପ୍ରେରିତ in the New Testament. Continue reading with the chapter navigation above or explore the complete book.

Book Information

Book: ପ୍ରେରିତ
Chapter: 10
Testament: New Testament

How to Read this Chapter

Use the Previous and Next Chapter buttons to continue reading ପ୍ରେରିତ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରେରିତ Chapter 10 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରେରିତ Chapter 10?

ପ୍ରେରିତ Chapter 10 is part of the Book of ପ୍ରେରିତ in the Holy Bible.

Can I read this chapter online?

Yes. You can read the complete ପ୍ରେରିତ Chapter 10 online for free with easy chapter navigation.

More Chapters from ନୂତନ ନିୟମ

  1. ମାର୍କ Chapter 13
  2. ମାର୍କ Chapter 12
  3. ମାର୍କ Chapter 4
  4. 1 ତୀମଥି Chapter 3
  5. ମାର୍କ Chapter 7
  6. 2 କରିନ୍ଥୀୟ Chapter 2
  7. ପ୍ରେରିତ Chapter 16

Explore More from ପ୍ରେରିତ

  1. ପ୍ରେରିତ Chapter 16
  2. ପ୍ରେରିତ Chapter 23
  3. ପ୍ରେରିତ Chapter 7
  4. ପ୍ରେରିତ Chapter 21
  5. ପ୍ରେରିତ Chapter 6
  6. ପ୍ରେରିତ Chapter 8
  7. ପ୍ରେରିତ Chapter 12

Related Chapters & Readings

  1. ଆୟୁବ Chapter 6
  2. ଗୀତସଂହିତା Chapter 131
  3. ଦିତୀୟ ଶାମୁୟେଲ Chapter 24
  4. ଯିଶାଇୟ Chapter 57
  5. 1 ଥେସଲନୀକୀୟ Chapter 2
  6. ଯାତ୍ରା ପୁସ୍ତକ Chapter 11
  7. ପ୍ରକାଶିତ ବାକ୍ୟ Chapter 3
Share Your Love

Leave a Reply

Your email address will not be published. Required fields are marked *