Read ପ୍ରଥମ ରାଜାବଳୀ Chapter 22 Online
Read ପ୍ରଥମ ରାଜାବଳୀ Chapter 22 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ରାଜାବଳୀ and the Holy Bible online.
Choose a Chapter
ପ୍ରଥମ ରାଜାବଳୀ 22
ଅଧ୍ୟାୟ 22
1. ଅନନ୍ତର ପରବର୍ତ୍ତୀ ଦୁଇବର୍ଷ ପର୍ୟ୍ଯନ୍ତ ଇଶ୍ରାୟେଲ ଓ ଅରାମ ମଧିଅରେ ଶାନ୍ତି ବିରାଜମାନ କଲା।
2. ତତ୍ପରେ ତୃତୀୟ ବର୍ଷ ରେ ଯିହୁଦାର ରାଜା ୟିହୋଶାଫଟ, ଇଶ୍ରାୟେଲର ରାଜା ଆହାବ୍ଙ୍କୁ ସାକ୍ଷାତ କରିବାକୁ ଆସିଲେ।
3. ଏହି ସମୟରେ ଆହାବ୍ ତାଙ୍କର ଅଧିକାରୀମାନଙ୍କୁ କହିଲେ, "ରାମାେତ୍ ଗିଲିଯଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭମାନେେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭମାନେେ ନୀରବ ରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫରୋଇ ନଇେ ନାହୁଁ।"
4. ତେଣୁ ଆହାବ୍ ୟିହୋଶାଫଟଙ୍କୁ ପଚାରିଲେ, "ତୁମ୍ଭେ କ'ଣ ମାେ ସହିତ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ଯାଉଛ?"
5. କିନ୍ତୁ ମୁଁ ବିନଯ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ଯ ପଗ୍ଭରିବା।"
6. ତେଣୁ ଆହାବ୍ 400 ଭବିଷ୍ଯଦ୍ବକ୍ତାଙ୍କୁ ଡକାଇ ଏକତ୍ରୀତ କଲେ ଓ ସମାନଙ୍କେୁ ପଚାରିଲେ, "ମୁଁ ରାମାେତ୍-ଗିଲିଯଦ ବିରୁଦ୍ଧ ରେ ପ୍ରଥମେ ୟୁଦ୍ଧ କରିବାକୁ ୟିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହବୋ ଉଚିତ୍?"
7. କିନ୍ତୁ ଯିହାଶାଫେଟ୍ କହିଲେ, "ତୁମ୍ଭମାନଙ୍କ ବ୍ଯତୀତ ଆଉ କହେି ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି କି? ଯଦି ସଠାେରେ ଅଛନ୍ତି, ଆମ୍ଭେ ସମାନଙ୍କେୁ ପରମେଶ୍ବରଙ୍କର ବାକ୍ଯ ପଗ୍ଭରନ୍ତୁ।"
8. ତହୁଁ ଆହାବ୍ କହିଲେ, "ଅନ୍ୟ ଜଣେ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ବିଷଯ ରେ ପଗ୍ଭରି ପାରୁ। ସେ ଇମ୍ଲର ପୁତ୍ର ମୀଖାଯ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମାେ ବିରୁଦ୍ଧ ରେ ଭବିଷ୍ଯତବାଣୀ କ ହେ। ସେ କବେେ ମାରେ ମଙ୍ଗଳ କଥା କ ହେ ନାହିଁ।"
9. ତେଣୁ ରାଜା ଆହାବ୍ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, "ଇମ୍ଲର ପୁତ୍ର ମୀଖାଯଙ୍କୁ ଶିଘ୍ର ଆଣ।"
10. ସହେି ସମୟରେ ଇଶ୍ରାୟେଲର ରାଜା ଆହାବ୍ ଓ ଯିହୁଦାର ରାଜା ୟିହୋଶାଫଟ୍ ନିଜ ନିଜର ରାଜ ପୋଷାକ ପରିଧାନ କରି ଶମରିଯାର ପ୍ରବେଶଦ୍ବାର ନିକଟବର୍ତ୍ତୀ ମଲୋ ରେ ନିଜ ନିଜ ସିଂହାସନ ରେ ବସିଥିଲେ ଓ ସମାନଙ୍କେ ସମ୍ମୁଖ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯଦ୍ବାଣୀ ପ୍ରଗ୍ଭର କରୁଥିଲେ।
11. କନାନାର ପୁତ୍ର ସିଦିକିଯ ଜଣେ ଭବିଷ୍ଯଦ୍ବକ୍ତା ଲୌହମଯ ଶିଙ୍ଗମାନ ନିର୍ମାଣ କରି ଆହାବ୍ଙ୍କୁ କହିଲା, "ସଦାପ୍ରଭୁ କହନ୍ତି, 'ତୁମ୍ଭେ ଏହି ଲୌହମଯ ଶିଙ୍ଗ ୟୁଦ୍ଧ ରେ ବ୍ଯବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ଯମାନଙ୍କୁ ସଂହାର କରିବ ଏବଂ ଜଯଲାଭ କରିବ।"'
12. ଅନ୍ୟ ସମସ୍ତ ଭବିଷ୍ଯଦ୍ବକ୍ତା ତାଙ୍କ ସହିତ ଏକମତ ହାଇେ କହିଲେ, "ରାମାେତ୍-ଗିଲିଯଦ୍କୁ ୟାଅ ଓ ଅରାମୀଯ ସୈନ୍ଯବାହୀନି ବିରୁଦ୍ଧ ରେ ୟୁଦ୍ଧ ରେ ଜଯଲାଭ କର। କାରଣ ସଦାପ୍ରଭୁ ତୁମ୍ଭ ହସ୍ତ ରେ ସମାନଙ୍କେୁ ପରାସ୍ତ କରାଇବେ।"
13. ଏହି ସମୟରେ ଆହାବ୍ଙ୍କ ଅଧିକାରୀ ମୀଖାଯଙ୍କ ନିକଟକୁ ୟାଇ କହିଲା, "ସମସ୍ତ ଭବିଷ୍ଯଦ୍ବକ୍ତା ଏକ ମୁଖ ରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଛନ୍ତି। ତେଣୁ ମୁଁ ବିନଯ କରୁଛି ତୁମ୍ଭେ ସମାନଙ୍କେ ପରି ମଙ୍ଗଳ ବାକ୍ଯ ରାଜାଙ୍କ ସପକ୍ଷ ରେ କୁହ।"
14. ତହୁଁ ମୀଖାଯ କହିଲେ, " ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।"
15. ତା'ପରେ ମୀଖାଯ ରାଜାଙ୍କ ସମ୍ମୁଖ ରେ ଛିଡା ହେଲେ ଓ ରାଜା ଆହାବ୍ ତାଙ୍କୁ ପଚାରିଲେ, "ମୀଖାଯ, ଆମ୍ଭମାନେେ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ୟିବା ଉଚିତ୍ କି କ୍ଷାନ୍ତ ହବୋ ଉଚିତ୍?"
16. ଆହାବ୍ ପୁଣି ମୀଖାଯକୁ କହିଲେ, "ତୁମ୍ଭେ ତୁମ୍ଭର ନିଜର ବାକ୍ଯ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମାେତେ ତୁମ୍ଭକୁ ଏହା କହିବାକୁ ପଡିବ? ସଦାପ୍ରଭୁଙ୍କଠାରୁ ସତ କୁହ।"
17. ମୀଖାଯ ଉତ୍ତର କଲେ, "ମୁଁ ସମଗ୍ର ଇଶ୍ରାୟେଲକୁ ମାଲିକହୀନ ମଷେପଲ ସଦୃଶ ଏଣେ ତଣେେ ପର୍ବତମାନଙ୍କ ରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ' ସମାନଙ୍କେର ମୂଖ୍ଯ ନାହିଁନ୍ତି, ସମାନେେ ୟୁଦ୍ଧ ନ କରି କୁଶଳ ରେ ନିଜ ନିଜ ଗୃହକୁ ଫରେି ୟାଆନ୍ତୁ।"'
18. ଆହାବ୍ ଯିହାଶାଫେଟ୍ଙ୍କୁ କହିଲେ, " ଦେଖ, ମୁଁ କଣ କହି ନଥିଲି, ମୀଖାଯ କବେେ ଅମଙ୍ଗଳ ବିନା ମଙ୍ଗଳକର ଭବିଷ୍ଯଦ୍ବାଣୀ ମାେ ବିଷଯ ରେ କରିବ ନାହିଁ।"
19. ପୁଣି ମୀଖାଯ କହିଲେ, "ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, "ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନ ରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତ ରେ ତାହାଙ୍କ ନିକଟରେ ସ୍ବର୍ଗୀଯ ଦୂତମାନେ ଉଭା ହାଇେଛନ୍ତି।
20. ସଦାପ୍ରଭୁ କହିଲେ, 'ତୁମ୍ଭମାନଙ୍କ ମଧ୍ଯରୁ କିଏ ରାଜା ଆହାବ୍କୁ କୁମନ୍ତ୍ରଣା ଦବୋକୁ ୟିବ, ସେ ଯେପରି ରାମାେତ୍-ଗିଲିଯଦ୍କୁ ୟାଇ ଅରାମୀଯ ବିରୁଦ୍ଧ ରେ ୟୁଦ୍ଧ କରି ମୃତ୍ଯୁବରଣ କରିବ।' ଏଥି ରେ କହେି ସ୍ବର୍ଗଦୂତଗଣ ଏକମତ ହେଲେ ନାହିଁ, ସମାନଙ୍କେର କଣ କରିବା ଉଚିତ୍।
21. ତା'ପରେ ଜଣେ ସ୍ବର୍ଗଦୂତ ସଦାପ୍ରଭୁଙ୍କ ନିକଟକୁ ୟାଇ କହିଲା, 'ମୁଁ ତା' ପ୍ରତି ପ୍ରତାରଣା କରିବି।'
22. ସଦାପ୍ରଭୁ କହିଲେ, 'ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?' ସ୍ବର୍ଗଦୂତ ଉତ୍ତର ଦଲୋ, 'ମୁଁ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଦ୍ବନ୍ଦ ରେ ପକାଇବି। ମୁଁ ସମାନଙ୍କେୁ ରାଜାଙ୍କ ନିକଟରେ ମିଛ କୁହାଇବି।' ସଦାପ୍ରଭୁ କହିଲେ, 'ଉତ୍ତମ, ୟାଅ, ତାକୁ କୌଶଳ ରେ ଠକିବାକୁ ଚେଷ୍ଟା କର। ଏଥି ରେ ତୁମ୍ଭେ କୃତକାର୍ୟ୍ଯ ହବେ।"'
23. ମୀଖାଯ ଶଷେ ରେ କହିଲେ, " ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ମିଥ୍ଯା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।"
24. ତହିଁରେ କନାନାର ପୁତ୍ର ସିଦିକିଯ ମୀଖାଯର ଗାଲ ରେ ଏକ ଗ୍ଭପୁଡା ମାରି କହିଲା, "ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମାେତେ ଛାଡି ଦଇେଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ଯମ ରେ କହୁଛନ୍ତି। ତୁମ୍ଭକୁ କିପରି କହିଲେ?"
25. ତହିଁରେ ମୀଖାଯ କହିଲା, "ଖୁବ୍ ଶୀଘ୍ର ସଂକଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ େଛାଟ କଠାେରୀକୁ ୟିବ। ସେତବେେଳେ ତୁମ୍ଭେ ଆମ୍ଭ କଥା ସତ୍ଯତା ଜାଣିବ।"
26. ଆହାବ୍, "ମୀଖାଯକୁ ବନ୍ଦୀ କରିବାକୁ ଜଣେ ଅଧ୍ଯକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମାନରେ ନଗରାଧ୍ଯକ୍ଷ ଓ ୟୁବରାଜ ଯୋୟାଶର ନକଟକୁ ନଇେ ୟିବାକୁ କହିଲେ।
27. ସମାନଙ୍କେୁ କହିବ ମୁଁ ୟୁଦ୍ଧରୁ ନିରାପଦ ରେ ଫରେିବା ପର୍ୟ୍ଯନ୍ତ ମୀଖାଯକୁ କାରାଗାର ରେ ରଖିବେ ଓ କିଛି ନଦଇେ ରୋଟୀ ଓ ପାଣି ଦବେ।"
28. ତହିଁରେ ମୀଖାଯ ଉଚ୍ଚସ୍ବର ରେ କହିଲେ, "ତୁମ୍ଭମାନେେ ସମସ୍ତେ ଶୁଣ, ଯଦି ରାଜା ଆହାବ୍ କୁଶଳ ରେ ୟୁଦ୍ଧ କ୍ଷେତ୍ରରୁ ଫରେି ଆ ସେ, ତବେେ ସଦାପ୍ରଭୁ ମାେତେ ବାର୍ତ୍ତା ଦଇେ ନାହାଁନ୍ତି ବୋଲି ଜାଣିବ।"
29. ଅନନ୍ତର ଇଶ୍ରାୟେଲର ରାଜା ଆହାବ୍ ଓ ଯିହୁଦାର ରାଜା ୟିହୋଶାଫଟ୍ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦ୍କୁ ଗଲେ।
30. ଇଶ୍ରାୟେଲର ରାଜା ୟିହୋଶାଫଟ୍କୁ କହିଲେ, "ମୁଁ ଛଦ୍ମ ବେଶ ରେ ୟୁଦ୍ଧ କରିବାକୁ ୟିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ।" ତେଣୁ ଇଶ୍ରାୟେଲର ରାଜା ଛଦ୍ମ ବେଶ ରେ ୟୁଦ୍ଧକୁ ଗଲେ।
31. ମାତ୍ର ଅରାମର ରାଜା ତାଙ୍କର ବତିଶ ରଥାଧ୍ଯକ୍ଷଙ୍କୁ ଆଦେଶ ଦେଲେ, "ତୁମ୍ଭମାନେେ ଇଶ୍ରାୟେଲର ରାଜା ବ୍ଯତୀତ ଅନ୍ୟ କାହା ସଙ୍ଗେ ୟୁଦ୍ଧ କରନାହିଁ। ତୁମ୍ଭେ ନିଶ୍ଚଯ ତାକୁ ହତ୍ଯା କରିବ।
32. ୟୁଦ୍ଧ ରେ ସହେି ରଥାଧ୍ଯକ୍ଷମାନେ ୟିହୋଶାଫଟଙ୍କୁ ଇଶ୍ରାୟେଲର ରାଜା ଭାବି ଯେତବେେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ।
33. ରଥାଧ୍ଯକ୍ଷମାନେ ଜାଣିଲେ ଯେ ସେ ଇଶ୍ରାୟେଲର ରାଜା ନିହଁନ୍ତି, ତେଣୁ ସମାନେେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ।
34. ସହେି ସମୟରେ ଏକ ଶର ଜଣେ ସୈନ୍ଯ ଦ୍ବାରା ବିଦ୍ଧ ହାଇେ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ବାରା ଆଚ୍ଛାଦିତ ହାଇନେଥିବା ଦହରେ ଅଂଶକୁ ଭଦେ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, " ମାେତେ ଏ ସ୍ଥାନରୁ ନଇୟୋଅ, କାରଣ ମୁଁ ଗୋଟିଏ ଶରଦ୍ବାରା ଅତିଶଯ ଆଘାତ ପାଇଲି।"
35. ସଦେିନ ସୈନ୍ଯମାନେ ପ୍ରବଳ ୟୁଦ୍ଧ ଚଳାଇଲେ, ରାଜା ଆହାବ୍ ତାଙ୍କ ରଥରେ ରହିଲେ। ସେ ଅରାମୀଯ ସୈନ୍ଯମାନଙ୍କୁ ଦେଖି ରଥର ପାଶର୍ବ ରେ ଆଉଜି ହାଇେ ରହିଲେ। ତାଙ୍କର ରକ୍ତ ରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ଯାବଳକେୁ ସେ ମୃତ୍ଯୁ ବରଣ କଲେ।
36. ପୁଣି ସୂର୍ୟ୍ଯାସ୍ତ ବଳକେୁ ପ୍ରେତ୍ୟକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫରେିୟିବାକୁ ଆଦେଶ ଦିଆଗଲା।
37. ଏହିପରି ଭାବରେ ରାଜା ଆହାବ୍ ମୃତ୍ଯୁ ବରଣ କଲେ ଓ ତାଙ୍କର ଲୋକ ଶମରିଯାକୁ ବୋହି ଆଣି ତାଙ୍କୁ କବର ଦେଲେ।
38. ଆଉ ସମାନେେ ଶମରିଯାର ପୋଖରୀଠା ରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠା ରେ ବେଶ୍ଯାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବ୍ର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।
39. ଆହାବ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ୟ୍ଯକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ ନଗର ବିଷଯ ରେ ଇଶ୍ରାୟେଲର ରାଜବଂଶ ଇତିହାସ ରେ ଲିଖିତ ହାଇେଅଛି।
40. ଆହାବ୍ଙ୍କ ମୃତ୍ଯୁପରେ ସେ ତାଙ୍କର ପୂର୍ବ ପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିଯ ତାଙ୍କ ପଦ ରେ ରାଜ୍ଯ କଲେ।
41. ଇଶ୍ରାୟେଲର ରାଜା ଆହାବ୍ଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ଆସାଙ୍କର ପୁତ୍ର ଯିହାଶାଫେଟ୍ ଯିହୁଦାର ରାଜା ହେଲେ।
42. ଯିହାଶାଫେଟ୍ ପଞ୍ଚତିରିଶ ବର୍ଷ ବଯସ ରେ ରାଜା ହେଲେ ଓ ସେ ପଚିଶ ବର୍ଷ ୟିରୁଶାଲମ ରେ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ଯା।
43. ୟିହୋଶାଫଟ୍ ଅତି ଉତ୍ତମ ଥିଲେ। ସେ ତାଙ୍କର ପିତା ଆସାଙ୍କର ପଥ ଅନୁସରଣ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ଯଥାର୍ଥ ତାହାହିଁ କଲେ। କିନ୍ତୁ ସେ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କଲେ ନାହିଁ। ସେ ସମୟରେ ଲୋକମାନେ ସହେି ଉଚ୍ଚସ୍ଥଳୀ ରେ ବଳିଦାନ ଉତ୍ସର୍ଗ କଲେ ଓ ଧୂପ ଜଳାଇଲେ।
44. ପୁଣି ଯିହାଶାଫେଟ୍ ଇଶ୍ରାୟେଲ ରାଜାଙ୍କ ସହିତ ଶାନ୍ତି ଚୁକ୍ତି କଲେ।
45. ଯିହାଶାଫେଟ୍ ଅତି ସାହସୀ ଥିଲେ ଓ ସେ ବହୁ ୟୁଦ୍ଧ କରିଥିଲେ। ତାଙ୍କର ସମସ୍ତ କାର୍ୟ୍ଯ ଯିହୁଦାର ରାଜଗଣଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।
46. ୟିହୋଶାଫଟ୍ ତାଙ୍କ ପିତା ଆସାଙ୍କ ସମୟରେ ଯେଉଁ ପୁରୁଷ ବେଶ୍ଯାମାନେ ଥିଲେ ସମାନଙ୍କେୁ ସେ ଦେଶରୁ ତଡି ଦେଲେ।
47. ସହେି ସମୟରେ ଇଦୋମର କହେି ରାଜା ନଥିଲେ। ଯିହୁଦାର ରାଜାଙ୍କ ଦ୍ବାରା ନିୟୁକ୍ତି ଜଣେ ପ୍ରତିନିଧି ତା'ର ଶାସନ ଚଳାଇଲେ।
48. ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।
49. ଇଶ୍ରାୟେଲର ରାଜା ଆହାବ୍ଙ୍କ ପୁତ୍ର ଅହସିଯ ୟିହୋଶାଫଟଙ୍କୁ କହିଲେ, ମାରେ ନାବିକମାନେ ତୁମ୍ଭର ନାବିକମାନଙ୍କ ସହିତ ଜାହାଜ ରେ ଯିବେ, ମାତ୍ର ଯିହାଶାଫେଟ୍ ଏଥି ରେ ରାଜି ହେଲେ ନାହିଁ।
50. ଯିହାଶାଫେଟ୍ଙ୍କ ମୃତ୍ଯୁ ପରେ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ରେ ସମାହିତ ହେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯିହାରୋମ୍ ରାଜା ହେଲେ।
51. ଯିହୁଦାର ରାଜା ୟିହୋଶାଫଟ୍ଙ୍କ ରାଜତ୍ବର ସପ୍ତଦଶ ବର୍ଷ ରେ ଆହାବ୍ଙ୍କ ପୁତ୍ର ଅହସିଯ ଇଶ୍ରାୟେଲର ରାଜା ହେଲେ। ସେ ଶମରିଯା ରେ ଦୁଇବର୍ଷ ଶାସନ କଲେ।
52. ଅହସିଯ ଆପଣା ପିତା ଆହାବ୍, ମାତା ଇଷବଲେ ଓ ନବାଟଙ୍କ ପୁତ୍ର ୟାରବିଯାମ ପରି ପାପକର୍ମ କଲେ। ଏହିସବୁ ଶାସକ ଇଶ୍ରାୟେଲ ଲୋକଙ୍କୁ ପାପ କରାଇଲେ।
53. ପୁଣି ସେ ଆପଣା ପିତାଙ୍କର ସମସ୍ତ କ୍ରିଯାନୁସା ରେ ବାଲର ଉପାସନା ଓ ସବୋ କଲେ ଓ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ବିରକ୍ତ କଲେ। ସଦାପ୍ରଭୁ ତା' ଉପରେ କୋରଧ କଲେ, ଯେପରି ତା'ର ପିତାଙ୍କ ଉପରେ କରିଥିଲେ।
About ପ୍ରଥମ ରାଜାବଳୀ Chapter 22
Read ପ୍ରଥମ ରାଜାବଳୀ Chapter 22 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ପ୍ରଥମ ରାଜାବଳୀ
Chapter: 22
Testament: Old Testament
How to Read this Chapter
Use the Previous and Next Chapter buttons to continue reading ପ୍ରଥମ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରଥମ ରାଜାବଳୀ Chapter 22 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରଥମ ରାଜାବଳୀ Chapter 22?
ପ୍ରଥମ ରାଜାବଳୀ Chapter 22 is part of the Book of ପ୍ରଥମ ରାଜାବଳୀ in the Holy Bible.
Can I read this chapter online?
Yes. You can read the complete ପ୍ରଥମ ରାଜାବଳୀ Chapter 22 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 21
Explore More from ପ୍ରଥମ ରାଜାବଳୀ
- ପ୍ରଥମ ରାଜାବଳୀ Chapter 10
- ପ୍ରଥମ ରାଜାବଳୀ Chapter 15
- ପ୍ରଥମ ରାଜାବଳୀ Chapter 13
- ପ୍ରଥମ ରାଜାବଳୀ Chapter 12
- ପ୍ରଥମ ରାଜାବଳୀ Chapter 18
- ପ୍ରଥମ ରାଜାବଳୀ Chapter 17
- ପ୍ରଥମ ରାଜାବଳୀ Chapter 5