Read ଦାନିଏଲ Chapter 7 Online
Read ଦାନିଏଲ Chapter 7 online from the Holy Bible. This chapter is part of the Book of ଦାନିଏଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦାନିଏଲ and the Holy Bible online.
Choose a Chapter
ଦାନିଏଲ 7
ଅଧ୍ୟାୟ 7
1. ବାବିଲର ରାଜା ବେଲ୍ଟଶତ୍ସରଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ଦାନିୟେଲ ଆପଣା ଶୟ୍ଯା ଉପ ରେ ସ୍ବପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସହେି ସ୍ବପ୍ନ ରେ ସାରକଥା ଲେଖି ରଖିଲେ।
2. ଦାନିୟେଲ କହିଲେ, "ମୁଁ ରାତ୍ରିକାଳ ରେ ମାରେ ଦର୍ଶନ ପାଇଲି ଯେ ମହାସମୁଦ୍ର ଉପ ରେ ଆକାଶର ଚତୁର୍ଦ୍ଦିଗରୁ ବାଯୁ ପ୍ରଚଣ୍ତ ବଗେ ରେ ବହିଲା ସହେି ବାଯୁ ସମୁଦ୍ରକୁ ଅଶାନ୍ତ କଲା।
3. ପୁଣି ମୁଁ ଦେଖିଲି, ଗ୍ଭରି ଭିନ୍ନ ପ୍ରକାରର ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ।
4. ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଷ ପକ୍ଷୀର ଡଣୋପରି ତା'ର ଡଣୋ ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡଣୋ ଉପୁଡାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ଯପରି ଦୁଇ ପାଦ ରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ଯର ଅନ୍ତଃକରଣ ଦିଆଗଲା।
5. ଆଉ ତତ୍ପ ରେ ମାେ ସମ୍ମୁଖ ରେ ଦ୍ବିତୀୟ ପଶୁକୁ ଦେଖିଲି ଯେ କି ଏକ ଭଲ୍ଲୁକ ସଦୃଶ ଥିଲା। ସେ ଏକ ପାଶର୍ବ ରେ ଉଠାଗଲା ଓ ତାହାର ସୁଖ ରେ ଦନ୍ତ ମଧିଅରେ ତିନିଖଣ୍ତ ପଞ୍ଜରା ଥିଲା। ତାହାକୁ ଏହି କଥା କୁହାଗଲା, 'ଉଠ, ଇଚ୍ଛା ଅନୁସାରେ ମାଂସ ଭକ୍ଷଣ କର।'
6. ଏହାପ ରେ ମୁଁ ତୃତୀୟ ପଶୁକୁ ଦେଖିଲି, ସେ ଚିତାବାଘ ସଦୃଶ ଥିଲା। ତା'ର ପୃଷ୍ଠ ଭାଗ ରେ ପକ୍ଷୀର ଗ୍ଭରିଡଣୋ ଥିଲା। ଆଉ ମଧ୍ଯ ତାହାର ଗ୍ଭରି ମସ୍ତକ ଥିଲା ଓ ତାକୁ ଶାସନ କରିବାକୁ ଅଧିକାର ଦିଆଗଲା।
7. ଏହାପ ରେ ମୁଁ ରାତ୍ରିକାଳର ଦର୍ଶନ ରେ ଦେଖିଲି, ମାରେ ସମ୍ମୁଖ ରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶଯ ବଳବାନ୍ ଥିଲା ଓ ତାହାର ବଡ ବଡ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶଟି ଶିଙ୍ଗ ଥିଲା।
8. " ସହେି ଶିଙ୍ଗଗୁଡିକ ବିଷଯ ରେ ଚିନ୍ତା କରୁଥିବା ବେଳେ, ମୁଁ ଅନ୍ୟ ଏକ ଶିଙ୍ଗ ଉଠିବାର ଦେଖିଲି। ତାହା କ୍ଷୁଦ୍ର ଥିଲା ଓ ଏହା ସମ୍ମୁଖ ରେ ପ୍ରଥମ ଶିଙ୍ଗମାନଙ୍କ ମଧ୍ଯରୁ ତିନି ଗୋଟି ଶିଙ୍ଗକୁ ସମୂଳେ ଉତ୍ପାଟିତ କଲା। ଏହାର ମନୁଷ୍ଯର ଚକ୍ଷୁତୁଲ୍ଯ ଚକ୍ଷୁ ଥିଲା ଓ କ୍ଷୁଦ୍ର ଶିଙ୍ଗ ରେ ଏକ ପାଟି ଥିଲା। ସହେି ପାଟିଟି ଅହଂକାରପୂର୍ଣ୍ଣ କଥା କହୁଥିଲା।
9. ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।
10. ତାଙ୍କ ସମ୍ମୁଖରୁ ଅଗ୍ନିଷୋର୍ତ ନିର୍ଗତ ହାଇେ ବହିଲା ଓ ସହସ୍ର ସହସ୍ର ଲୋକ ତାଙ୍କର ଗ୍ଭରିପଟେ ଛିଡା ହେଲେ। ବିଗ୍ଭର ସଭା ବସିଲା ଓ ପୁସ୍ତକମାନ ଖାେଲାଗଲା।
11. "ମୁଁ ଦେଖିବା ରେ ଲାଗିଲି, ସହେି େଛାଟ ଶିଙ୍ଗର କଣ ହବେ। ଯେଉଁଟାକି ବହୁତ ଅହଂକାର କରୁଥିଲା। ଚତୁର୍ଥ ପଶୁଟି ମଲା ପର୍ୟ୍ଯନ୍ତ ଏବଂ ତାହାର ଶରୀର ଧ୍ବଂସ କରି ଅଗ୍ନି ମଧ୍ଯକୁ ଫିଙ୍ଗି ପାଉଁଶ କରି ଦିଆଗଲା।
12. ପୁଣି ଅନ୍ୟ ପଶୁମାନଙ୍କଠାରୁ ଅଧିକାର ଓ କତ୍ତୁର୍ତ୍ବ କାଢି ନିଆଗଲା। ମାତ୍ର କିଛି କାଳ ଏକ ନିର୍ଦ୍ଦିଷ୍ଟ ସମୟ ବଞ୍ଚି ରହିବାକୁ ସମାନଙ୍କେୁ ଅନୁମତି ଦିଆଗଲା।
13. "ଆଉ ମୁଁ ରାତ୍ରି ରେ ଦର୍ଶନ ରେ ଦେଖିଲି, ମନୁଷ୍ଯ ସଦୃଶ କହେି ଆକାଶ ରେ ମେଘ ରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପ ରେ ସହେି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସମାନେେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।
14. "ତାହାଙ୍କୁ କତ୍ତୁର୍ତ୍ବ, ମହିମା ଓ ରାଜ୍ଯ ପ୍ରଦତ୍ତ ହେଲା। ତେଣୁ ସମୁଦାଯ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହବେନାହିଁ। ଆଉ ତାଙ୍କର ରାଜ୍ଯ ଅବିନାଶୀ ହବେ।
15. ମୁଁ ଦାନିୟେଲ ଦ୍ବନ୍ଦ ରେ ପଡିଲି ଓ ବ୍ଯସ୍ତ ହାଇଗଲିେ। ଆଉ ମାରେ ମାନସିକ ଦର୍ଶନ ମାେତେ ଉଦ୍ବିଗ୍ନ କଲା।
16. ସଠାେ ରେ ଛିଡା ହାଇେଥିବା ଲୋକମାନଙ୍କ ମଧ୍ଯରୁ ଜଣକ ନିକଟକୁ ୟାଇ ଏସବୁ ତଥ୍ଯ ପଗ୍ଭରିଲି। ତେଣୁ ସେ ମାେତେ ସେ ସବୁର ଅର୍ଥ ବୁଝାଇ କହିଲେ।
17. ' ସହେି ଗ୍ଭରି ବୃହତ ପଶୁ ଗ୍ଭରି ରାଜା ଅଟନ୍ତି। ଆଉ ସମାନେେ ଏହି ପୃଥିବୀରୁ ଉତ୍ପନ୍ନ ହବେେ।
18. ମାତ୍ର ପରମେଶ୍ବରଙ୍କ ପବିତ୍ର ଲୋକମାନେ ରାଜ୍ଯ ପ୍ରାପ୍ତ ହବେେ ଓ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଭୋଗ କରିବେ।'
19. "ତା'ପ ରେ ମୁଁ ଚତୁର୍ଥ ପଶୁ ସମ୍ମନ୍ଧ ରେ ସମସ୍ତ ତଥ୍ଯ ଜାଣିବାକୁ ଇଚ୍ଛା କଲି। ଏହା ଅତି ଭୟଙ୍କର ଥିଲା ଓ ଏହାର ଲୁହାର ଦାନ୍ତ ଓ ପିତ୍ତଳ ନଖସବୁ ଥିଲା। ସେ ସବୁକିଛି ଭାଙ୍ଗି ଚୂର୍ଣ୍ଣ କଲା ଓ ଗ୍ରାସ କଲା ଓ ଅବଶିଷ୍ଟ ସବୁ ପାଦ ରେ ଦଳି ଦଲୋ।
20. ସହେି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତ ରେ ଦଶଶିଙ୍ଗ ମଧ୍ଯରୁ ତିନିଶିଙ୍ଗ ପଡିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ଯବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ଯ ଜାଣିବାକୁ ମୁଁ ଇଚ୍ଛା କଲି।
21. ଆଉ ମୁଁ ଦେଖିଲି ସହେି ଶିଙ୍ଗ ପରମେଶ୍ବରଙ୍କ ପବିତ୍ର ଲୋକଙ୍କୁ ଆକ୍ରମଣ କଲା ଓ ସମାନଙ୍କେୁ ବଧ କଲା।
22. ତା'ପ ରେ ସହେି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷ ରେ ଓ ଶିଙ୍ଗ ବିପକ୍ଷ ରେ ନ୍ଯାଯ ହେଲା। ଆଉ ପରମେଶ୍ବର ସହେି ପବିତ୍ର ଲୋକମାନଙ୍କର ରାଜତ୍ବ କରିବାର ସମୟ ଉପସ୍ଥିତ ହେଲା।
23. "ଆଉ ସେ ମାେତେ ବୁଝାଇ କହିଲେ, 'ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ଯ ହବେ, ତାହା ଅନ୍ୟ ସମସ୍ତ ରାଜ୍ଯଠାରୁ ଭିନ୍ନ ହବେ ଓ ସମୁଦାଯ ପୃଥିବୀକୁ ଗ୍ରାସ କରିବ। ଆଉ ପାଦ ରେ ଦଳି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ।
24. ପୁଣି ସହେି ଦଶ ଶିଙ୍ଗର ତାତ୍ପର୍ୟ୍ଯ ହେଉଛି ଯେ ସହେି ରାଜ୍ଯରୁ ଦଶ ରାଜା ଉତ୍ପନ୍ନ ହବେେ। ସମାନଙ୍କେ ପ ରେ ଆଉ ଜଣେ ଉତ୍ପନ୍ନ ହବେ ଓ ସେ ତାଙ୍କର ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହବେ ଓ ସେ ତିନି ରାଜାଙ୍କୁ ଦମନ କରିବ।
25. ଏବଂ ସେ ସର୍ବୋପରିସ୍ଥ ପରମେଶ୍ବରଙ୍କ ବିରୁଦ୍ଧ ରେ କଥା କହିବ ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢେ ତିନିବର୍ଷ ପାଇଁ ସମାନେେ ତା' ହସ୍ତ ରେ ସମର୍ପିତ ହବେେ।
26. "ମାତ୍ର ବିଗ୍ଭର ସଭା ବସିବ ଓ ରାଜାଙ୍କର କତ୍ତୃର୍ତ୍ବ କାଢି ନିଆୟିବ ଓ ରାଜ୍ଯ ସମ୍ପୂର୍ଣ୍ଣ ଭାବରେ ବିନାଶ ହବେ।
27. ଆଉ ରାଜତ୍ବ, କତ୍ତୃର୍ତ୍ବ ଓ ରାଜ୍ଯ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହବେ। ତାଙ୍କର ରାଜ୍ଯ ଅନନ୍ତ କାଳ ପାଇଁ ସ୍ଥାଯୀ ହବେ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସବୋ କରିବେ ଓ ତାଙ୍କର ଆଜ୍ଞାବହ ହବେେ।'
28. "ଏହିଠା ରେ ମାରେ ସ୍ବପ୍ନ ଶଷେ ହେଲା। ମୁଁ ଦାନିୟେଲ ମାରେ ଭାବନା ମାେତେ ଉଦ୍ବିଗ୍ନ କଲା ଓ ମାରେ ମୁଖ ବିବର୍ଣ୍ଣ ହେଲା। ମାତ୍ର ମୁଁ ସେ କଥା ଅନ୍ୟ ଆଗ ରେ କହି ପାରିଲି ନାହିଁ।"
About ଦାନିଏଲ Chapter 7
Read ଦାନିଏଲ Chapter 7 online from the Holy Bible. This chapter is part of the Book of ଦାନିଏଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଦାନିଏଲ
Chapter: 7
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦାନିଏଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦାନିଏଲ Chapter 7 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦାନିଏଲ Chapter 7?
ଦାନିଏଲ Chapter 7 is part of the Book of ଦାନିଏଲ in the Holy Bible.
Can I read this chapter online?
Yes. You can read the complete ଦାନିଏଲ Chapter 7 online for free with easy chapter navigation.
More Chapters from ଦାନିଏଲ
- ଦାନିଏଲ Chapter 6
- ଦାନିଏଲ Chapter 8
- ଦାନିଏଲ Chapter 10
- ଦାନିଏଲ Chapter 5
- ଦାନିଏଲ Chapter 3
- ଦାନିଏଲ Chapter 2
- ଦାନିଏଲ Chapter 11
Explore More from ପୁରାତନ ନିୟମ
- ଗଣନା ପୁସ୍ତକ Chapter 35
- ଯାତ୍ରା ପୁସ୍ତକ Chapter 40
- ହବକକୂକ Chapter 1
- ଗଣନା ପୁସ୍ତକ Chapter 13
- ଦିତୀୟ ରାଜାବଳୀ Chapter 20
- ଯିରିମିୟ Chapter 24
- ଦିତୀୟ ଶାମୁୟେଲ Chapter 1