Read ଦାନିଏଲ Chapter 5 Online
Read ଦାନିଏଲ Chapter 5 online from the Holy Bible. This chapter is part of the Book of ଦାନିଏଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦାନିଏଲ and the Holy Bible online.
Choose a Chapter
ଦାନିଏଲ 5
ଅଧ୍ୟାୟ 5
1. ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ଯବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧିଅରେ ରାଜା ଦ୍ରାକ୍ଷାରସ ପାନ କଲେ।
2. ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ୟିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପା ରେ ପାତ୍ରଗୁଡିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥି ରେ ସେ, ତାଙ୍କର ଅମାତ୍ଯଗଣ, ତାଙ୍କର ପତ୍ନିଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।
3. ତାଙ୍କର ଲୋକମାନେ ୟିରୁଶାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ବରଙ୍କ ମନ୍ଦିରରୁ ଯେଉଁସବୁ ସୁବର୍ଣ୍ଣ ପାତ୍ର ଅପହୃତ ହାଇେଥିଲା, ତାହା ଲୋକମାନେ ଆଣିଲେ। ପୁଣି ରାଜା ତାଙ୍କର ଅମାତ୍ଯ ଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ସହେି ପାତ୍ର ରେ ପାନ କଲେ।
4. ସମାନେେ ଦ୍ରାକ୍ଷାରସ ପାନ କରୁଥିଲା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦବଗେଣର ପ୍ରଶଂସା କଲେ।
5. ସହେି ସମୟରେ ହଠାତ୍ ମନୁଷ୍ଯର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲପନେ ଉପ ରେ ଅଙ୍ଗୁଳି ରେ ଲେଖିଲା। ସହେି ହସ୍ତ ଦୀପରୂଖା ନିକଟସ୍ଥ ରାଜପ୍ରାସାଦ କାନ୍ଥ ରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ବହସ୍ତର ଅଂଶ ଦେଖୁଥିଲେ।
6. ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ ଏତେ ଦୁର୍ବଳ ହେଲା ଯେ ସେ ଛିଡା ହାଇେ ପାରିଲେ ନାହିଁ।
7. ଗଣକ, କଲଦୀଯ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲୋନୀଯ ବିଦ୍ବାନମାନଙ୍କୁ କହିଲେ, " ଯେ କହେି ଏହି ଲଖାେ ପଢିପାରିବ ଓ ତାହାର ଅର୍ଥ ବାହାର କରିପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦବେି ଓ ତାଙ୍କ କଣ୍ଠ ରେ ସୁବର୍ଣ୍ଣର ହାର ପିନ୍ଧାଇ ଦବେି। ଆଉ ସେ ରାଜ୍ଯର ତୃତୀୟ ସର୍ବୋଚ୍ଚ ଶାସନ କର୍ତ୍ତା ହବେ।"
8. ତେଣୁ ରାଜାଙ୍କର ସମସ୍ତ ବିଦ୍ବାନ ଲୋକ ଭିତରକୁ ଯଦିଓ ଆସିଲେ, ସମାନେେ ଲଖାେ ପଢି ପାରିଲେ ନାହିଁ କି ତାହାର ଅର୍ଥ ବୁଝିଲେ ନାହିଁ।
9. ରାଜା ବେଲ୍ଶତ୍ସରଙ୍କ ଅମାତ୍ଯଗଣ ଦ୍ବନ୍ଦ ରେ ପଡିଲେ। ଆଉ ରାଜା ଅଧିକ ଉଦ୍ବିଗ୍ନ ହେଲେ ଓ ତାଙ୍କର ମୁଖ ବିବର୍ଣ୍ଣ ହେଲା।
10. ତା'ପ ରେ ରାଣୀ ଭୋଜନଗାରକୁ ଆସିଲେ। ସେ ରାଜା ଓ ତାଙ୍କର ଅଧିକାରୀଗଣଙ୍କ କଥା ଶୁଣିଥିଲେ। ସେ କହିଲେ, " ହେ ରାଜୀ, ଦୀର୍ଘଜୀବି ହୁଅ, ତୁମ୍ଭର ଭାବନା ତୁମ୍ଭକୁ ଉଦ୍ବିଗ୍ନ ନକରୁ କି ତୁମ୍ଭର ମୁଖମଣ୍ତଳ ବିବର୍ଣ୍ଣ ନ ହେଉ।
11. ତୁମ୍ଭ ରାଜ୍ଯ ରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତର ରେ ପବିତ୍ର ଦବଗେଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦବଗେଣର ଜ୍ଞାନତୁଲ୍ଯ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠା ରେ ପ୍ରକାଶିତ ହାଇେଥିଲା। ଆଉ ତୁମ୍ଭର ପିତା ରାଜା ନବୂଖଦ୍ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ କଲଦୀଯ ଓ ଶୁଭାଶୁଭବାଦୀମାନଙ୍କ ଉପ ରେ ପ୍ରଧାନ କରି ନିୟୁକ୍ତ କରିଥିଲେ।
12. ମୁଁ ଯେଉଁ ବ୍ଯକ୍ତି ବିଷଯ ରେ କହୁଛି, ସେ ଦାନିୟେଲ। ରାଜା ତାଙ୍କୁ ବେଲ୍ଟଶତ୍ସର ନାମ ଦଇେଥିଲେ। ସହେି ବେଲ୍ଟଶତ୍ସର ମହାନ ଥିଲେ। ସେ ଜ୍ଞାନୀ, ବୁଦ୍ଧିମାନ ଓ ସ୍ବପ୍ନଦ୍ରଷ୍ଟା ଅଟନ୍ତି ଓ ସେ ନିଗୂଢ ତଥ୍ଯ ପ୍ରକାଶ କରିପାରନ୍ତି। ତାଙ୍କୁ ଡକାଅ। ସେ କବଳେ ଏ ଲଖାରେ ଅର୍ଥ ବୁଝାଇ ଦବେେ।"
13. ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦିନିଯଲଙ୍କେୁ କହିଲା, " ମାରେ ପିତା ମହାରାଜ ୟୁହୁଦା ଦେଶରୁ ଯେଉଁ ନିର୍ବାସିତ ୟିହୁଦୀମାନଙ୍କୁ ଆଣିଥିଲେ ସମାନଙ୍କେ ମଧିଅରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି?
14. ମୁଁ ତୁମ୍ଭ ବିଷଯ ରେ ଶୁଣୁଅଛି ଯେ ତୁମ୍ଭ ଅନ୍ତର ରେ ଦବଗେଣର ଆତ୍ମା ଅଛନ୍ତି ଓ ଜ୍ଞାନ, ଦୀପ୍ତି, ବୁଦ୍ଧି ଓ ଶ୍ ରେଷ୍ଠ ମହିମା ତୁମ୍ଭଠା ରେ ଦଖାୟୋଏ।
15. ମାରେ ରାଜ୍ଯର ଜ୍ଞାନୀ ଲୋକମାନେ ମାେ ପାଖକୁ ଆସିଥିଲେ। କିନ୍ତୁ ସମାନେେ କାନ୍ଥ ରେ ଲଖାେ ହାଇେଥିବା ଅର୍ଥ ପ୍ରକାଶ କରି ପାରିଲେ ନାହିଁ।
16. ମୁଁ ତୁମ୍ଭ ବିଷଯ ରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦହେ ଭଞ୍ଜନ କରିପାର। ଏତେ ତୁମ୍ଭେ ଯଦି ଏହି ଲଖାେ ପାଠ କରି ତହିଁର ଅର୍ଥ ମାେତେ ଜଣାଇ ପାର, ତବେେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦବେି ଓ ତୁମ୍ଭ କଣ୍ଠ ରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମାେ ରାଜ୍ଯ ରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହବେ।"
17. ତା'ପ ରେ ଦାନିୟେଲ ରାଜାଙ୍କୁ ଉତ୍ତର କରି କହିଲେ, " ହେ ରାଜା ବେଲ୍ଟଶତ୍ସର, ଆପଣଙ୍କର ଦାନ ଆପଣଙ୍କ ପାଖ ରେ ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦିଅନ୍ତୁ। ମାତ୍ର ମୁଁ ମହାରାଜାଙ୍କ ଛାମୁ ରେ ଏହି ଲଖାେ ପଢିବି ଓ ଏହାର ଅର୍ଥ ଆପଣଙ୍କୁ ଜଣାଇବି।
18. " ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।
19. ପରମେଶ୍ବର ତାଙ୍କୁ ଏପରି ମହିମାନ୍ବିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀଯ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁ ରେ କମ୍ପିତ ହାଇେ ଭୟ କଲେ। ସେ ଯାହାକୁ ମାରିବାକୁ ଚାହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଚାହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସା ରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସା ରେ ଜଣେ ଅବନତ ହେଲା।
20. "କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ଯ ତାଙ୍କଠାରୁ ନିଆଗଲା। ତା'ପ ରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡି ନିଆଗଲା।
21. ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।
22. "କିନ୍ତୁ ବଲେଟ୍ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ଯ ଆପଣଙ୍କ ଅନ୍ତଃକରଣକୁ ନମ୍ର କରିନାହାଁନ୍ତି।
23. ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।
24. ତେଣୁ ସହେି କାରଣରୁ ପରମେଶ୍ବରଙ୍କର ହସ୍ତ ପ୍ ରରେିତ ଲିଖିତ ହେଲା ଓ ଏହି ଲଖାେ ଲିଖିତ ହେଲା।
25. କାନ୍ଥ ରେ ଲିଖିତ ହାଇେଥିବା ଶଦ୍ଦଗୁଡିକ ହେଲା ଏହି: ମିନେ, ମିନେ, ତକେଲ୍, ଉପାରସୀନ।
26. "ମିନେ ର ଅର୍ଥ ହେଉଛି, ପରମେଶ୍ବର ଆପଣଙ୍କ ରାଜ୍ଯର ଗଣନା କରି ଅଛନ୍ତି ଓ ତାହା ଶଷେ କରି ଅଛନ୍ତି।
27. ତକଲରେ ଅର୍ଥ, ଆପଣ ନିକିତି ରେ ତୌଲା ୟାଇ ଅଛନ୍ତି ଓ ଊଣା ଦଖାେ ୟାଇଅଛନ୍ତି।
28. ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ଯ ବିଭକ୍ତ ହାଇେଅଛି ଆଉ ମାଦୀଯ ଓ ପାରସିକମାନଙ୍କୁ ଦତ୍ତ ହାଇେଅଛି।"
29. ବଲେଶତ୍ସର ଆଜ୍ଞା ରେ ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ବସ୍ତ୍ର ପିନ୍ଧାଇଲେ ଓ ତାଙ୍କ କଣ୍ଠ ରେ ସୁବର୍ଣ୍ଣର ହାର ଦେଲେ। ଆଉ ସେ ରାଜ୍ଯର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହବେେ ବୋଲି ଘାଷେଣା କଲେ।
30. ସହେି ରାତ୍ରି ରେ କଲଦୀଯମାନଙ୍କର ରାଜା ବଲେଶତ୍ସରଙ୍କୁ ବଧ କରାଗଲା।
31. ପୁଣି ମାଦୀଯ ଦାରିଯାବସ ରାଜ୍ଯ ପ୍ରାପ୍ତ ହେଲା। ସେ ସମୟରେ ତାହାର ବଯସ ବାଷଠି ବର୍ଷ ହାଇେଥିଲା।
About ଦାନିଏଲ Chapter 5
Read ଦାନିଏଲ Chapter 5 online from the Holy Bible. This chapter is part of the Book of ଦାନିଏଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଦାନିଏଲ
Chapter: 5
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦାନିଏଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦାନିଏଲ Chapter 5 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦାନିଏଲ Chapter 5?
ଦାନିଏଲ Chapter 5 is part of the Book of ଦାନିଏଲ in the Holy Bible.
Can I read this chapter online?
Yes. You can read the complete ଦାନିଏଲ Chapter 5 online for free with easy chapter navigation.
More Chapters from ଦାନିଏଲ
- ଦାନିଏଲ Chapter 6
- ଦାନିଏଲ Chapter 8
- ଦାନିଏଲ Chapter 10
- ଦାନିଏଲ Chapter 7
- ଦାନିଏଲ Chapter 3
- ଦାନିଏଲ Chapter 2
- ଦାନିଏଲ Chapter 11
Explore More from ପୁରାତନ ନିୟମ
- ଏଷ୍ଟର Chapter 6
- ଦିତୀୟ ଶାମୁୟେଲ Chapter 17
- ଗଣନା ପୁସ୍ତକ Chapter 3
- ଯିରିମିୟ Chapter 30
- ଆଦି ପୁସ୍ତକ Chapter 39
- ଯିଶାଇୟ Chapter 30
- ଯିହିଜିକଲ Chapter 47