ଯିରିମିୟ Chapter 48

For English

Read ଯିରିମିୟ Chapter 48 Online

Read ଯିରିମିୟ Chapter 48 online from the Holy Bible. This chapter is part of the Book of ଯିରିମିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟ and the Holy Bible online.

Choose a Chapter

ଯିରିମିୟ 48

ଅଧ୍ୟାୟ 48

1. ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ମାୟୋବ ବିଷଯ ରେ ଏହା କହନ୍ତି, "ନବୋ ଧ୍ବଂସ ହବେ, କିରିଯାଥଯିମ ଲଜ୍ଜିତ ହବେ। ତାହା କବଳିତ ହବେ ଏବଂ ପର୍ବତଗଡ଼ ଲଜ୍ଜିତ ଓ ଭଗ୍ନ ହବେ।

2. ମାୟୋବ ପୁନର୍ବାର ପ୍ରଶଂସିତ ହବେ ନାହିଁ। ହିଶବୋନ ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ। 'ଆସ, ଆମ୍ଭମାନେେ ଏହାକୁ ଧ୍ବଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦବୋ।' ହେ ମଦମନୋ ! ତୁମ୍ଭେ ମଧ୍ଯ ନୀରବ ହବେ, କାରଣ ଖଡ୍ଗ ତୁମ୍ଭର ପଶ୍ଚାତଗାମୀ ହବେ।

3. ହୋରୋନଯିମଠାରୁ କ୍ରନ୍ଦନର ଓ ମହାବିନାଶର ଶବ୍ଦ ଶୁଣ।

4. ମାୟୋବ ଧ୍ବଂସ ପାଇବ ଓ ତାହାର େଛାଟ ପିଲାମାନେ ସାହାୟ୍ଯ ପାଇଁ କ୍ରନ୍ଦନ କରିବେ।

5. କାରଣ ଲୁହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରି ଉପରକୁ ଉଠିବେ। ଯେ ହତେୁ ହୋରୋନଯିମର ଗଡ଼ାଣି ପଥରେ ସମାନେେ ବିନାଶ ହତେୁ ସଙ୍କଟସୂଚକ କ୍ରନ୍ଦନ ଶୁଣିଅଛନ୍ତି।

6. ପଳାଯନ କର। ପଳାଇ ୟାଇ ଆପଣା ଆପଣା ପ୍ରାଣ ରକ୍ଷା କର। ଆଉ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ଯ ଉଡ଼ିୟାଅ।

7. "ତୁମ୍ଭମାନେେ ନିଜ କର୍ମ ରେ ଓ ଧନ ସତ୍ତି ରେ ନିର୍ଭର କରିଅଛ। ଏଣୁ ତୁମ୍ଭମାନେେ ଧରାୟିବ। ଆଉ କମାେଶ ତା'ର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହାଇୟିବେ।

8. ପ୍ରେତ୍ୟକକ ନଗର ଉପ ରେ ବିନାଶକ ଆସିବ। କୌଣସି ଗୋଟିଏ ନଗର ରକ୍ଷା ପାଇବ ନାହିଁ। ତଳଭୂମି ବିନଷ୍ଟ ହବେ ଓ ଉଚ୍ଚଭୂମି ଧ୍ବଂସ ପାଇବ। ସଦାପ୍ରଭୁ କହନ୍ତି ଏହା ଘଟିବ।

9. ମାୟୋବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ, ତାହାର ସମସ୍ତ ନଗର ଧ୍ବଂସ ପାଇବ ଓ ତା' ମଧିଅରେ କହେି ବାସ କରିବେ ନାହିଁ।

10. ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କଲେ ଓ ଯଦି ସେ ସହେି ଲୋକମାନଙ୍କୁ ରକ୍ତପାତ କରିବାକୁ ଖଡ୍ଗ ବ୍ଯବହାର ନ କରେ ତବେେ ସେ ଶାପଗ୍ରସ୍ତ ହେଉ।

11. "ମାଯାେବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ। ମାଯାେବ ଏକ ପାତ୍ରସ୍ଥ ମଦ ତୁଲ୍ଯ ସୁସ୍ଥିର ଅଛି। ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢ଼ଳା ୟାଇ ନାହିଁ। କିଅବା ସେ ବନ୍ଦୀ ହାଇେ ୟାଇ ନାହିଁ, ଏଣୁ ତା'ର ସ୍ବାଦ ତା' ମଧିଅରେ ଅଛି। ତାହାର ସୁବାସ ବିକୃତ ହାଇେ ନାହିଁ।"

12. ଆଉ ସଦାପ୍ରଭୁ କହନ୍ତି, " ଦେଖ, ଆମ୍ଭେ ଲୋକ ପଠାଇ ତାକୁ ଢ଼ାଳି ପକାଇବା। ସମାନେେ ସହେି ପାତ୍ରକୁ ଢ଼ାଳି ଦବେେ ଓ ପାତ୍ରଗୁଡ଼ିକୁ ଶୂନ୍ଯ କରି କୁାସବୁ ଭାଙ୍ଗି ପକାଇବେ। ଏପରି ସମୟ ଆସୁଅଛି।"

13. ଯେପରି ଇଶ୍ରାୟେଲ ବଂଶ ଆପଣା ବିଶ୍ବାସ ଭୂମି ବୈଥଲେ ବିଷଯ ରେ ଲଜ୍ଜିତ ହାଇେଥିଲେ, ସହେିପରି ମାଯାେବ କମାେଶ ବିଷଯ ରେ ଲଜ୍ଜିତ ହବେ।

14. "ତୁମ୍ଭମାନେେ କହିପାରିବ ନାହିଁ 'ଆମ୍ଭମାନେେ ବୀର ଓ ୟୁଦ୍ଧ ରେ ସାହସୀ।'

15. ଶତ୍ରୁସୈନ୍ଯ ମାୟୋବକୁ ଆକ୍ରମଣ କରି ତାହାକୁ ଧ୍ବଂସ କରିବେ। ତାହା ବଳବାନ୍ ସୈନ୍ଯମାନଙ୍କୁ ବାଧ୍ଯ ସ୍ଥାନ ରେ ବଧ କରିବ।" ଏହା ସୈନ୍ଯାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି।

16. "ମାଯାେବର ଶଷେ ଅବସ୍ଥା ଉପସ୍ଥିତ। ଆଉ ସେ ଖୁବ୍ ଶୀଘ୍ର ଧ୍ବଂସ ଲାଭ କରିବ।

17. ମାୟୋବର ଚତୁର୍ଦ୍ଦିଗସ୍ଥ ଲୋକମାନେ ଓ ଯେଉଁମାନେ ତାହା ପ୍ରସିଦ୍ଧ ଦେଶ ବୋଲି ଜାଣିଥିଲେ, ତାହା ପାଇଁ ବିଳାପ କର। ଆଉ କୁହ, "ଏହି ଦୃଢ଼ ଦଣ୍ଡ ଓ ସୁନ୍ଦର ସୃଷ୍ଟି କିପରି ଭଗ୍ନ ହାଇେଅଛି।'

18. " ହେ ଦୀବୋନ ନିବାସୀଗଣ, ତୁମ୍ଭମାନେେ ନିଶ୍ଚିତ ରେ ତୁମ୍ଭମାନଙ୍କ ଶାେଭାରୁ ଓହ୍ଲାଇ ଅସି ଧୂଳି ରେ ବସ। କାରଣ ମାଯାେବର ବିନାଶକ ତୁମ୍ଭ ବିରୁଦ୍ଧ ରେ ଉଠିଅଛି। ସେ ତୁମ୍ଭର ଦୃଢ଼ ନଗରଗୁଡ଼ିକୁ ବିନଷ୍ଟ କରିଅଛି।

19. " ହେ ଆରୋୟର ନିବାସୀଗଣ ; ତୁମ୍ଭମାନେେ ପଥପାଶର୍‌ବ ରେ ଦଣ୍ଡାଯମାନ ହାଇେ ନିରୀକ୍ଷଣ କର। ପଳାତକ ପୁରୁଷ ଓ ସ୍ତ୍ରୀମାନଙ୍କୁ ପଚାର କ'ଣ ଘଟିଅଛି ?

20. "ମାଯାେବ ଧ୍ବଂସପ୍ରାପ୍ତ ହାଇେ ଲଜ୍ଜିତ ହାଇେଅଛି। ତେଣୁ ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ମାୟୋବ ଧ୍ବଂସ ହାଇେଅଛି ବୋଲି ଅର୍ନୋନ ରେ ପ୍ରଚାର କର।

21. ମାୟୋବ ସମସ୍ତ ଉଚ୍ଚ ଭୂମିମାନଙ୍କ ରେ ଓ ନିକଟବର୍ତ୍ତୀ ନଗର ଯଥା : ହଲୋନ, ୟହସ ଓ ମଫୋତ ରେ ପ୍ରଚାର କର।

22. ଦୀବୋନ, ନବୋ ଓ ବୈଥ-ଦିବ୍ଲାଥୟିମ,

23. କିରିଯାଥିମ, ବୈଥଗାମୁର, ଓ ବୈଥମିଯୋନ୍

24. କିରିଯୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପ ରେ ବିଚାର ଦଣ୍ଡ ଉପସ୍ଥିତ ହାଇେଅଛି।

25. ସଦାପ୍ରଭୁ କହନ୍ତି ମାୟୋବର ଶୃଙ୍ଗ କଟା ୟାଇଅଛି ଓ ତାହାର ବାହୁ ଭଗ୍ନ ହାଇେଅଛି।"

26. "ମାଯାେବକୁ ତୁମ୍ଭମାନେେ ମତ୍ତ କରାଅ, କାରଣ ସେ ନିଜକୁ ସଦାପ୍ରଭୁଙ୍କଠାରୁ ବଡ଼ ବନେ କରିଅଛି। ତେଣୁ ସେ ନିଜ ବାନ୍ତି ରେ ଗଡ଼ିବ ଓ ସବୁ ଲୋକଙ୍କ ଦ୍ବାରା ହାସ୍ଯାସ୍ପଦ ହବେ।

27. " ହେ ମାୟୋବ, ଇଶ୍ରାୟେଲ ତୁମ୍ଭ ଦୃଷ୍ଟି ରେ ପରିହାସର ପାତ୍ର ହାଇେଥିଲା। ସତେ ଯମେିତି ସେ ଚୋରମାନଙ୍କ ମଧିଅରେ ଧରାୟାଇଥିଲା, ତୁମ୍ଭେ ସପରେି ବ୍ଯବହାର କଲ। ତୁମ୍ଭେ ହତାଶ ରେ ମୁଣ୍ଡ ହଲାଇଲ ଯେଉଁ କ୍ଷଣେ ତୁମ୍ଭେ ତା' ବିଷଯ ରେ କୁହ।"

28. ହେ ମାୟୋବ ନିବାସୀଗଣ, ତୁମ୍ଭମାନେେ ତୁମ୍ଭମାନଙ୍କ ନଗରସବୁ ତ୍ଯାଗ କରି ଶୈଳମାନଙ୍କ ରେ ବାସ କର। ଏବଂ ଏକ କପୋତ ପରି ହୁଅ ୟିଏକି ତା'ର ବସା ଗିରିପଥର ମୁହଁ ପାଶର୍‌ବ ରେ ତିଆରି କରେ।"

29. "ମାଯାେବ ବଡ଼ ଅହଙ୍କାରୀ, ଆମ୍ଭମାନେେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।"

30. ସଦାପ୍ରଭୁ କହନ୍ତି, "ଆମ୍ଭେ ତାହାର କୋରଧ ଜାଣୁ, ମାତ୍ର ତାହା କିଛି ନୁହେଁ ଓ ସମାନଙ୍କେର ଗର୍ବସବୁର କିଛି ମାନେ ନାହିଁ। ଏହା ଭିତ୍ତିହୀନ ବୋଲି ପ୍ରମାଣ ହବେ।

31. ତେଣୁ ଆମ୍ଭେ ମାୟୋବ ପାଇଁ ଓ ତା'ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀ ହରେସର ଲୋକମାନଙ୍କ ପାଇଁ ମଧ୍ଯ ଆମ୍ଭେ ଶୋକ କରିବା।

32. ହେ ସିବ୍ଲାର ଦ୍ରାକ୍ଷାଲତେ, ୟା ସରେ ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶାେକ କରିବା। ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା ଓ ସେସବୁ ୟା ସରେ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଥିଲା। ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନଇଗେଲା।

33. ମାୟୋବର ବିଶାଳ ଦ୍ରାକ୍ଷାକ୍ଷେତ୍ରରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହାଇେଅଛି। ପୁଣି ମୁଁ ଦ୍ରାକ୍ଷାକୁଣ୍ଡଗୁଡ଼ିକୁ ଦ୍ରାକ୍ଷାରସ ଶୂନ୍ଯ କରିଅଛି। ଆଉ ଆଗକୁ କହେି ଆନନ୍ଦ ଉଲ୍ଲାସ ରେ ଦ୍ରାକ୍ଷା ମର୍ଦ୍ଦନ କରିବ ନାହିଁ। ଆନନ୍ଦଧ୍ବନି ଲୋପ କାଇବ।

34. "ହିଶବୋନ ଓ ଇଲିଯାଲୀର କ୍ରନ୍ଦନ ୟାହସ ପର୍ୟ୍ଯନ୍ତ ଶୁଣା ୟାଇଅଛି। ଆଉ ମଧ୍ଯ ସହେି କ୍ରନ୍ଦନ ସୋଯରଠାରୁ ହୋରୋନଯିମ ଓ ଇଗ୍ଲଥ୍ ଗଲୀଶୀଯା ପର୍ୟ୍ଯନ୍ତ ଶ୍ରୁତିଗୋଚର ହାଇେଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହାଇେଅଛି।

35. ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ମାଯାେବର ଉଚ୍ଚସ୍ଥଳୀ ରେ ବଳିଦାନକାରୀଙ୍କୁ ଓ ଆପଣା ଦବଗେଣ ଉଦ୍ଦେଶ୍ଯ ରେ ଧୂପଦାନକାରୀଙ୍କୁ ଲୋପ କରିବା।"

36. "ଆମ୍ଭର ହୃଦଯ ମାୟୋବ ପାଇଁ ଦୁଃଖିତ ଓ ତା' ପାଇଁ ଆମ୍ଭ ହୃଦଯ ମୃତ୍ଯୁକାଳୀନ ବଂଶୀବାଦନ ପରି ବାଜୁ ଅଛି। ଆଉ ମଧ୍ଯ କୀର୍ହ ରେସର ଲୋକମାନଙ୍କ ପାଇଁ ଆମ୍ଭର ହୃଦଯ ବଂଶୀପରି ବାଜୁ ଅଛି। କାରଣ ସମାନଙ୍କେର ଧନ ସଦସବୁ ଅପହରଣ କରାୟାଇଅଛି।

37. ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହାଇେଛନ୍ତି। ପ୍ରେତ୍ୟକକଙ୍କର ହାତ କାଟି ରକ୍ତାକ୍ତ ହାଇେଅଛି ଓ ପ୍ରେତ୍ୟକକ କଟୀଦେଶ ରେ ଚଟବସ୍ତ୍ର ପରିଧାନ କରିଛନ୍ତି।

38. ମାଯାେବର ସମସ୍ତ ଗୃହର ଛାତ ଉପ ରେ ଓ ତାହାର ସମସ୍ତ ଜନ ପଥରେ ମୃତ୍ଯୁର ଶାେକ ବ୍ଯାପି ୟାଇଛି। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମାୟୋବକୁ ଏକ କଣା ତୁମ୍ଭ ସଦୃଶ ଭଗ୍ନ କରିଅଛୁ।"

39. "ମାଯାେବ ଭଗ୍ନ ହାଇେଅଛି, ତା'ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମାଯାେବ ଲଜ୍ଜିତ ହାଇେଅଛି ଓ ଲୋକମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି।"

40. ସଦାପ୍ରଭୁ ମଧ୍ଯ କହନ୍ତି, " ଦେଖ, ଏକ ଉତ୍କ୍ରୋଶ ପକ୍ଷୀ ପରି ତୀବ୍ର ଗତି ରେ ତଳକୁ ଖସିବ ଏବଂ ମାୟୋବ ବିରୁଦ୍ଧ ରେ ତା'ର ପକ୍ଷ ବିସ୍ତାର କରିବ।

41. ମାୟୋବ ଅଧିକୃତ ହବେ, ତା'ର ଦୃଢ଼ ଦୁର୍ଗସବୁ ହସ୍ତଗତ ହବେ। ଆଉ ସେତବେେଳେ ମାୟୋବର ବୀର ସୈନିକମାନଙ୍କର ଅନ୍ତଃକରଣ ପ୍ରସବ ବଦନୋଗ୍ରସ୍ତ ସ୍ତ୍ରୀମାନଙ୍କ ଅନ୍ତଃକରଣ ସଦୃଶ ହବେ।

42. ମାୟୋବ ଲୁପ୍ତ ହବେ ଓ ସେ ଏକ ଗୋଷ୍ଠୀ ହାଇେ ରହିବ ନାହିଁ। କାରଣ ସେ ସଦାପ୍ରଭୁଙ୍କଠାରୁ ନିଜକୁ ବଡ଼ ମନେ କରେ।"

43. ତେଣୁ ସଦାପ୍ରଭୁ କହନ୍ତି, " ହେ ମାୟୋବ ନିବାସୀଗଣ ତୁମ୍ଭମାନଙ୍କ ପାଇଁ ଡ୍ରାସ, ଖାତ ଓ ଫାନ୍ଦ ଅଛି।

44. ଯେତବେେଳେ ଲୋକମାନେ ଭୟ ରେ ଦୌଡ଼ିବେ, ସମାନେେ ଖାତ ଭିତ ରେ ପଡ଼ିବେ ଏବଂ ଯେତବେେଳେ ସମାନେେ ଖାତରୁ ବାହାରକୁ ପଡ଼ିବେ, ସମାନେେ ଧରାଯିବେ। ସଦାପ୍ରଭୁ କହନ୍ତି, ଏହା ଘଟିବ କାରଣ ମୁଁ ମାୟୋବ ଉପ ରେ ଶାସ୍ତିର ବର୍ଷ ଆଣିବି।"

45. " ଯେଉଁମାନେ ପଳାଇୟାଇ ଶକ୍ତିଶାଳୀ ହିଶ୍ବୋନ ରେ ଆଶ୍ରଯ ନବେେ ସମାନେେ ମଧ୍ଯ ରକ୍ଷା ପାଇବେ ନାହିଁ। କାରଣ ହିଶବୋନରୁ ଓ ସୀହାନରେୁ ଅଗ୍ନି ନିର୍ଗତ ହାଇେ ମାୟୋବର ଅଧିପତି ଓ ଅହଙ୍କାରୀମାନଙ୍କୁ ଗ୍ରାସ କରିବ।

46. ହେ ମାୟୋବ, ତୁମ୍ଭକୁ ଧିକ୍, କମାେଶର ଲୋକମାନେ ବିନଷ୍ଟ ହେଲେ। କାରଣ ତୁମ୍ଭର ପୁତ୍ରକନ୍ଯାମାନେ ବନ୍ଦୀ ହାଇେ ବନ୍ଦୀତ୍ବ ସ୍ଥାନକୁ ନୀତ ହେଲେ।

47. "ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶଷେକାଳ ରେ ପୁନର୍ବାର ମାୟୋବକୁ ବନ୍ଦୀତ୍ବ ସ୍ଥାନରୁ ଫରୋଇ ଆଣିବା।"

About ଯିରିମିୟ Chapter 48

Read ଯିରିମିୟ Chapter 48 online from the Holy Bible. This chapter is part of the Book of ଯିରିମିୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିରିମିୟ
Chapter: 48
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିରିମିୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିରିମିୟ Chapter 48 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିରିମିୟ Chapter 48?

ଯିରିମିୟ Chapter 48 is part of the Book of ଯିରିମିୟ in the Holy Bible.

Can I read this chapter online?

Yes. You can read the complete ଯିରିମିୟ Chapter 48 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ଯିରିମିୟ

  1. ଯିରିମିୟ Chapter 19
  2. ଯିରିମିୟ Chapter 47
  3. ଯିରିମିୟ Chapter 45
  4. ଯିରିମିୟ Chapter 24
  5. ଯିରିମିୟ Chapter 20
  6. ଯିରିମିୟ Chapter 15
  7. ଯିରିମିୟ Chapter 30

Related Chapters & Readings

  1. ରୋମୀୟ Chapter 10
  2. 2 କରିନ୍ଥୀୟ Chapter 8
  3. ଆୟୁବ Chapter 9
  4. ମଲାଖି Chapter 2
  5. ଯିରିମିୟ Chapter 42
  6. ଗୀତସଂହିତା Chapter 118
  7. ଯିଶାଇୟ Chapter 65
Share Your Love

Leave a Reply

Your email address will not be published. Required fields are marked *