Read ପ୍ରଥମ ରାଜାବଳୀ Chapter 1 Online
Read ପ୍ରଥମ ରାଜାବଳୀ Chapter 1 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ରାଜାବଳୀ and the Holy Bible online.
Choose a Chapter
ପ୍ରଥମ ରାଜାବଳୀ 1
ଅଧ୍ୟାୟ 1
1. ରାଜା ଦାଉଦ ଅତ୍ଯନ୍ତ ବୃଦ୍ଧ ହେଲ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ର ରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ।
2. ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, "ଆମ୍ଭମାନେେ ଆପଣଙ୍କ ସବୋ ନିମନ୍ତେ ଏକ ୟୁବତୀ କନ୍ଯା ଖାଜେି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦବୋକୁ ଆପଣଙ୍କ କୋଳ ରେ ଶଯନ କରିବ।"
3. ଏଣୁ ରାଜାଙ୍କର ଦାସମାନେ ଇଶ୍ରାୟେଲର ସମସ୍ତ ଅଞ୍ଚଳ ରେ ସୁନ୍ଦରୀ କନ୍ଯାର ଅନ୍ବଷେଣ କରିବା ଆରମ୍ଭ କରି ଦେଲେ। ଶଷେ ରେ ସେ ଶୁନମେୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ୟୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘନେି ଆସିଲେ।
4. ସହେି ୟୁବତୀ ଅତି ସୁନ୍ଦରୀ ଥିଲା। ସେ ରାଜାଙ୍କର ସବୋ ଓ ପରିଚର୍ୟ୍ଯା କଲା।ମାତ୍ର ରାଜା ଦାଉଦ ତା' ସହିତ ୟୌନ ସମ୍ପର୍କ ରଖିଲେ ନାହିଁ।
5. ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିଯ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ଯନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହବୋକୁ ସ୍ଥିର କଲେ। ସେ ଗୋଟିଏ ରଥ, ଅଶ୍ବାରୋହୀଗଣ ଓ ସମ୍ମୁଖ ରେ ଦୌଡିବା ପାଇଁ ପଗ୍ଭଶ ଜଣ ଲୋକ ପାଇଲେ। ମାତ୍ର ରାଜା ଦାଉଦ କବେେ ଅଦୋନିଯଙ୍କୁ ଠିକ୍ କରିବାକୁ ଚେଷ୍ଟା କରି ନ ଥିଲେ। "ଏପରିକି ସେ ତାଙ୍କୁ ପଚାରିଲେ ନାହିଁ ଯେ କାହିଁକି ସେ ଏହିସବୁ କରୁଥିଲେ?"
7. ପୁଣି ସେ ସରୁଯାର ପୁତ୍ର ଯୋୟାବ ଓ ଅବିଯାଥର ଯାଜକ ସହିତ ପରାମର୍ଶ କଲେ। ସମାନେେ ଅଦୋନିଯର ଅନୁଗତ ହାଇେ ତାଙ୍କୁ ରାଜା କରିବାକୁ ସାହାୟ୍ଯ କଲେ।
8. ମାତ୍ର ସାଦୋକ ଯାଜକ, ଯିହାୟୋଦାରଦାର ପୁତ୍ର ବନାଯ, ନାଥନ ଭବିଷ୍ଯଦ୍ବକ୍ତା, ଶିମିଯି, ରଯେି ଓ ଦାଉଦଙ୍କର ସ୍ବତନ୍ତ୍ର ପ୍ରହପୀଗଣ ଅଦୋନିଯଙ୍କୁ ସମର୍ଥନ କରି ନ ଥିଲେ। ସମାନେେ ଦାଉଦଙ୍କର ବିଶ୍ବସ୍ତ ଥିଲେ।
9. ଥରେ ଅଦୋନିଯ ଐନ ରୋଗଲରେ ପାଶର୍ବସ୍ଥ ସୋ ହେଲତ ପଥର ନିକଟରେ ମଷେ, ବୃକ୍ଷ ଓ ପୁଷ୍ଟ ବାଛୁରୀ ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ।
10. ମାତ୍ର ସେ ନାଥନ ଭବିଷ୍ଯଦ୍ବକ୍ତାଙ୍କୁ, ବନାଯଙ୍କୁ, ପିତାଙ୍କର ସ୍ବତନ୍ତ୍ର ବୀରମାନଙ୍କୁ ଓ ନିଜର ଭାଇ ଶଲୋମନଙ୍କୁ ନିମନ୍ତ୍ରଣ କଲେ ନାହିଁ।
11. ଏଥି ରେ ନାଥନ ଶଲୋମନଙ୍କର ମାତା ବତ୍ଶବୋଙ୍କୁ କହିଲେ, "ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାର ରେ ହଗୀତଙ୍କର ପୁତ୍ର ଅଦୋନିଯ ନିଜକୁ ରାଜା କରିଅଛନ୍ତି। ଏହା କ'ଣ ତୁମ୍ଭେ ଶୁଣି ନାହିଁ?
12. ଏଣୁ ତୁମ୍ଭର ଓ ତୁମ୍ଭ ପୁତ୍ର ଶଲୋମନର ଜୀବନ ବିପଦପୂର୍ଣ। ତୁମ୍ଭେ ନିଜର ଓ ନିଜ ପୁତ୍ର ଶଲୋମନର ଜୀବନ କିପରି ରକ୍ଷା କରିପାରିବ, ମୁଁ ତୁମ୍ଭକୁ ମନ୍ତ୍ରଣା ଦବେି।
13. ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ୟାଇ କୁହ, ' ହେ ମାରେ ମହାଶୟ ମହାରାଜ, ଆପଣ କ'ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲେ, ମାେ ଉତ୍ତା ରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ଯ ଶାସନ କରିବ ଓ ସେ ମାେ ସିଂହାସନ ରେ ବସିବ? ତବେେ ଅଦୋନିଯ କିପରି ରାଜ୍ଯ କରୁଅଛି?'
14. ଆମ୍ଭେ ଯେତବେେଳେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବ, ମୁଁ ସଠାେରେ ପହଞ୍ଚିବି ଏବଂ ତୁମ୍ଭେ ସେ ସ୍ଥାନ ଛାଡିଲା ପରେ ମୁଁ ତୁମ୍ଭର କଥାଗୁଡିକ ନିଶ୍ଚିତ କରିବି।"
15. ଏଥି ରେ ବତ୍ଶବୋ ଶଯନାଗାର ଭିତରକୁ ୟାଇ ରାଜାଙ୍କୁ ଦେଖିଲେ। ସେତବେେଳେ ରାଜା ଅତ୍ଯନ୍ତ ବୃଦ୍ଧ ଥିଲେ। ଶୁନମେୀୟା ୟୁବତୀ ଅବୀଶଗ ରାଜାଙ୍କର ପରିଚର୍ୟ୍ଯା କରୁଥିଲା।
16. ବତ୍ଶବୋ ମୁଣ୍ତ ନୁଆଁଇ ରାଜାଙ୍କୁ ପ୍ରମାଣ କଲେ। ତା'ପରେ ରାଜା ପଚାରିଲେ, "ତୁମ୍ଭେ କ'ଣ ଇଚ୍ଛା କରୁଛ?"
17. ବତ୍ଶବୋ କହିଲେ, " ହେ ମାରେ ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, 'ମାେ ଉତ୍ତା ରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚଯ ରାଜା ହବେ ଓ ସେ ମାେ ସିଂହାସନ ରେ ବସିବ'।
18. ମାତ୍ର ବର୍ତ୍ତମାନ ଆପଣଙ୍କ ଅଜ୍ଞାତ ରେ ଅଦୋନିଯ ରାଜ୍ଯ କରୁଅଛି। ଅଥଚ ଆପଣ ଜାଣନ୍ତି ନାହିଁ।
19. ଆଉ ସେ ଅନକେ ମଷେ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିଯାଥର ଯାଜକଙ୍କୁ ଓ ଯୋୟାବ ସନୋପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ବସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ।
20. ହେ ମାରେ ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇଶ୍ରାୟେଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସମାନେେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନ ରେ ବସାଇ ରାଜା କରିବେ।
21. ତେଣୁ ଆପଣ ମୃତ୍ଯୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା'ପରେ ନ ହେଲ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲାପରେ ମୁଁ ଓ ମାରେ ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହବେୁ।"
22. ବତ୍ଶବୋ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଭବିଷ୍ଯଦ୍ବକ୍ତା ନାଥନ ସଠାେରେ ଉପସ୍ଥିତ ହେଲ।
23. ରାଜାଙ୍କର ଦାସମାନେ ରାଜାଙ୍କୁ କହିଲେ, "ଭବିଷ୍ଯଦ୍ବକ୍ତା ନାଥନ ଏଠା ରେ ଉପସ୍ଥିତ।" ତା'ପରେ ନାଥନ ରାଜାଙ୍କ ସମ୍ମୁଖକୁ ୟାଇ ତାଙ୍କୁ ନତମସ୍ତକ ହାଇେ ପ୍ରଣାମ କଲେ।
24. ନାଥନ କହିଲେ, ହେ" ମାରେ ମହାରାଜ, ଆପଣ କ'ଣ ଘାଷେଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିଯ ରାଜ୍ଯ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ?"
25. କାରଣ ସେ ଆଜି ୟାଇ ଉପତ୍ୟକା ରେ ଅନକେ ମଷେ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସନୋପତିମାନଙ୍କୁ ଏବଂ ଅବିଯାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସମାନେେ ଏକତ୍ରୀତ ହାଇେ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, 'ରାଜା ଅଦୋନିଯ ଚିରଜୀବି ହୁଅନ୍ତୁ।'
26. କିନ୍ତୁ ସେ ମାେତେ, ସାଦୋକ ଯାଜକଙ୍କୁ, ଯିହାୟୋଦାରଦାର ପୁତ୍ର ବନାଯକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାଁନ୍ତି।
27. ମାରେ ମହାରାଜ, ଆପଣ ଆମ୍ଭମାନଙ୍କୁ ନ ଜଣାଇ ଏହି କାର୍ୟ୍ଯ କରିଛନ୍ତି କି? ଦୟାକରି କୁହନ୍ତୁ କିଏ ଆପଣଙ୍କ ଅନ୍ତେ ସିଂହାସନ ରେ ବସିବ?"
28. ତା'ପରେ ରାଜା ଦାଉଦ କହିଲେ, "ବତ୍ଶବୋକୁ ମାେ ପାଖକୁ ଡାକ!" ତେଣୁ ସେ ରାଜାଙ୍କୁ ନିକଟକୁ ୟାଇ ତାଙ୍କ ସମ୍ମୁଖ ରେ ଛିଡା ହେେଲ।
29. ତା'ପରେ ରାଜା ଶପଥ କଲେ, " ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଜୀବିତ ଅଛନ୍ତି ପରମେଶ୍ବର ମାେତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। ମୁଁ ଏହି ପ୍ରତିଜ୍ଞା କରୁଛି।
30. ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ଯ ଶାସନ କରିବ ଓ ମାେ ଅନ୍ତେ ମାେ ପଦ ରେ ସିଂହାସନ ରେ ବସିବ। ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ନାମ ରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମାରେ ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।"
31. ତା'ପରେ ବତ୍ଶବୋ ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, "ମାେ ମହାରାଜ ଦାଉଦ, ଦୀର୍ଘଜୀବି ହୁଅନ୍ତୁ!"
32. ତା'ପରେ ରାଜା ଦାଉଦ କହିଲେ, "ସାଦୋକ ଯାଜକକୁ, ନାଥନ ଭବିଷ୍ଯଦ୍ବକ୍ତାଙ୍କୁ ଓ ଯିହାୟୋଦାରଦାର ପୁତ୍ର ବନାଯକୁ ମାେ ନିକଟକୁ ଡାକ।" ଏଣୁ ସେ ତିନିଜଣ ରାଜାଙ୍କ ସମ୍ମୁଖକୁ ଆସିଲେ।
33. ତା'ପରେ ରାଜା ସମାନଙ୍କେୁ କହିଲେ, " ମାରେସମସ୍ତ ଦାସମାନଙ୍କୁ ତୁମ୍ଭମାନଙ୍କ ସଙ୍ଗ ରେ ନଇେ ଓ ମାରେ ପୁତ୍ର ଶଲୋମନକୁ ମାେ ନିଜ ଖଚର ରେ ବସାଇ ଗୀହୋନ ଝରଣା ନିକଟକୁ ଆଣ।
34. ଆଉ ସଠାେରେ ଯାଜକ ସାଦୋକ ଓ ଭବିଷ୍ଯଦ୍ବକ୍ତା ନାଥନ ଶଲୋମନକୁ ଇଶ୍ରାୟେଲର ନୂତନ ରାଜା ରୂପେ ନିଶ୍ଚିଯ ଅଭିଷିକ୍ତ କରିବେ। ପୁଣି ତୁମ୍ଭମାନେେ ତୂରୀ ବଜାଇ କୁହ, 'ରାଜା ଶଲୋମନ ଦୀର୍ଘଜୀବି ହୁଅନ୍ତୁ।'
35. ତହିଁ ଉତ୍ତା ରେ ତୁମ୍ଭମାନେେ ତା' ସହିତ ଫରେିଆସ। ଶଲୋମନ ମାରେ ସିଂହାସନ ରେ ବସୁ ଓ ମାେ ସ୍ଥାନ ରେ ସେ ନୂଆ ରାଜା ହେଉ। ମୁଁ ଇଶ୍ରାୟେଲ ଓ ଯିହୁଦାର ନୂତନ ଶାସକ ରୂପେ ତାକୁ ମନୋନୀତ କରିଅଛି।"
36. ଏଥି ରେ ଯିହାୟୋଦାରଦାର ପୁତ୍ର ବନାଯ ରାଜାଙ୍କୁ ଉତ୍ତର କରି କହିଲା, "ଏମନ୍ତ ହେଉ, ମାେ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ବର ମଧ୍ଯ ଏପରି କୁହନ୍ତୁ।
37. ସଦାପ୍ରଭୁ ଯେପରି ମାରେ ମହାରାଜାଙ୍କର ସହବର୍ତ୍ତା ହାଇେଅଛନ୍ତି, ସହେିପରି ସଦାପ୍ରଭୁ ଶ ଲୋମନଙ୍କର ମଧ୍ଯ ସହବର୍ତ୍ତୀ ହୁଅନ୍ତୁ। ରାଜା ଶ ଲୋମନଙ୍କର ରାଜ୍ଯ ମାରେ ମହାରାଜଙ୍କର ରାଜ୍ଯଠାରୁ ଅଧିକ ବଡ ଓ ଅଧିକ ଶକ୍ତିଶାଳୀ ହେଉ।"
38. ତେଣୁ ଯାଜକ ସାଦୋକ, ଭବିଷ୍ଯଦ୍ବକ୍ତା ନାଥନ ଓ ଯିହାୟୋଦାରଦାର ପୁତ୍ର ବନାଯ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀଯ ଆଦେଶ ପାଳନ କଲେ। ସମାନେେ ରାଜ ଶଲୋମନଙ୍କୁ ଦାଉଦଙ୍କର ଗଧ ଉପରେ ବସାଇ ଗୀହାନେ ଝରଣା ନିକଟକୁ ନଇଗେଲେ।
39. ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ଯରୁ ଶିଙ୍ଗାଏ ପବିତ୍ର ତୈଳ ନଇେ ଶଲୋମନଙ୍କୁ ଅଭିଷକେ କଲେ। ତା'ପରେ ସମାନେେ ଉଚ୍ଚ ସ୍ବର ରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ବର ରେ କହିଲେ, "ରାଜା ଶଲୋମନ ଚିରଜୀବି ହୁଅନ୍ତୁ।"
40. ତତ୍ପରେ ସମସ୍ତ ଲୋକ ଶଲୋମନଙ୍କ ପେଛ ପେଛ ନଗରକୁ ଗଲେ। ସମାନେେ ବହୁତ ଖୁସି ଥିଲେ ଓ ବଂଶୀ ବାଦନ କରି ଏପରି ମହାହର୍ଷନାଦ କଲେ ଯେ ପୃଥିବୀ ପ୍ରକମ୍ପିତ ହେଲା।
41. ଏହି ସମୟରେ ଅଦୋନିଯ ଓ ତାହାର ସମସ୍ତ ନିମନ୍ତ୍ରିତ ଅତୀଥି ଭୋଜନ ସମାପ୍ତ କରିବା ସମୟରେ ସମାନେେ ତୂରୀ ଶଦ୍ଦ ଶୁଣିଲେ। ଯୋୟାବ ପଚାରିଲେ, "ନଗର ରେ ଏହି କୋଳାହଳ ଶଦ୍ଦ କାହିଁକି ହେଉଅଛି?"
42. ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିଯାଥର ପୁତ୍ର ଯୋନାଥନ ସଠାେରେ ପହଞ୍ଚିଲା। ଅଦୋନିଯ, "ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ଯ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।"
43. ମାତ୍ର ଯୋନାଥନ ଉତ୍ତର କଲେ, "ଏହା ତୁମ୍ଭପାଇଁ ସୁସମାଗ୍ଭର ନୁହେଁ। ରାଜା ଦାଉଦ ଶଲୋମନଙ୍କୁ ନୂଆ ରାଜା କରିଛନ୍ତି।
44. ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ଯଦ୍ବକ୍ତା ନାଥନଙ୍କୁ, ଯିହାୟୋଦାରଦାର ପୁତ୍ର ବନାଯକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସମାନେେ ତାଙ୍କୁ ରାଜାଙ୍କ ନିଜ ଖଚର ରେ ଆରୋହଣ କରାଇଲେ।
45. ତା'ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ଯଦ୍ବକ୍ତା ଶଲୋମନଙ୍କୁ ଗୀହାନେ ଝରଣା ନିକଟରେ ଅଭିଷକେ କରାଇଲେ। ତା'ପରେ ସମାନେେ ନଗର ରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚାଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସହେି ଆନନ୍ଦଧ୍ବନି ତୁମ୍ଭେ ଶୁଣୁଥିଲ।
46. ଶଲୋମନ ସିଂହାସନ ଉପରେ ବସିଛନ୍ତି, ଏପରିକି ରାଜକର୍ମଗ୍ଭରୀଗଣ ରାଜା ଦାଉଦଙ୍କୁ ଅଭିବାଦନ ଜଣାଉଛନ୍ତି। ସମାନେେ କହୁଛନ୍ତି, 'ରାଜା ଦାଉଦ, ତୁମ୍ଭେ ଜଣେ ମହାନ୍ ରାଜା। ଆମ୍ଭମାନେେ ତୁମ୍ଭର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛୁ, ଶଲୋମନକୁ ତୁମ୍ଭ ଅପେକ୍ଷା କରନ୍ତୁ। ମହାନରାଜା ତୁମ୍ଭର ପରମେଶ୍ବର ତୁମ୍ଭଠାରୁ ତାଙ୍କୁ ଅଧିକ ଖ୍ଯାତ କରନ୍ତୁ ଓ ତାଙ୍କର ସାମ୍ରାଜ୍ଯ ତୁମ୍ଭ ଅପେକ୍ଷା ଅଧିକ ବଡ ଓ ଶକ୍ତିଶାଳୀ ହେଉ।'
48. ରାଜା କହିଲେ, "ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ପ୍ରଶଂସା କର, ସେ ଆଜି ମାରେ ସିଂହାସନ ରେ ମାରେ ପୁତ୍ରମାନଙ୍କ ମଧ୍ଯରୁ ଜଣଙ୍କୁ ବସାଇଲେ, ଏହା ଦେଖିବା ପାଇଁ ସେ ମାେତେ ଜୀବିତ ରଖିଲେ।"
49. ଏଥି ରେ ଅଦୋନିଯର ନିମନ୍ତ୍ରିତ ଲୋକମାନେ ଭୟଭୀତ ହେଲେ ଓ ପ୍ରେତ୍ୟକକ ଶିଘ୍ର ଗ୍ଭଲିଗଲେ।
50. ଅଦୋନିଯ ମଧ୍ଯ ଭୟ କଲା। କାରଣ ସେ ଶଲୋମନଙ୍କୁ ଭୟ କରୁଥିଲା। ତେଣୁ ସେ ଉଠିୟାଇ ୟଜ୍ଞବଦେୀର ଶିଙ୍ଗକୁ ଅବଲମ୍ବନ କଲା
51. ତା'ପରେ କହେି ଜଣେ ଶ ଲୋମନକୁ ସମ୍ବାଦ ଦଲୋ, "ଅଦୋନୀଯ ତୁମ୍ଭକୁ ଭୟ କରୁଛି। ତେଣୁ ସେ ୟଜ୍ଞବଦେୀର ଶିଙ୍ଗକୁ ଅବଲମ୍ବନ କରିଅଛି। ସେ ଛାଡିବା ପାଇଁ ମନା କରି କହୁଛିନ୍ତି, 'ଶଲୋମନ ରାଜା ଆପଣା ଦାସ ଅଦୋନିଯକୁ ହତ୍ଯା କରିବେ ନାହିଁ ବୋଲି ପ୍ରତିଜ୍ଞା କୁହନ୍ତୁ।"'
52. ତହିଁରେ ଶଲୋମନ ଉତ୍ତର କଲେ, "ଯଦି ଅଦୋନିଯ ନିଜକୁ ଜଣେ ଉତ୍ତମ ଲୋକ ବୋଲି ପ୍ରମାଣ କରିବ ତବେେ ମୁଁ ପ୍ରତିଜ୍ଞା କରୁଛି ତା'ର କେଶ ମଧ୍ଯ କହେି ସ୍ପର୍ଶ କରିବେ ନାହିଁ। କିନ୍ତୁ ଯଦି ସେ କୁକର୍ମ କାର୍ୟ୍ଯ କରେ ସେ ନିଶ୍ଚିତ ବଧ ହବେ।"
53. ତା'ପରେ ରାଜା ଶଲୋମନ କେତକେ ଲୋକଙ୍କୁ ଅଦୋନିଯ ନିକଟକୁ ପଠାଇଲେ। ସମାନେେ ଅଦୋନିଯକୁ ଶ ଲୋମନ ନିକଟକୁ ଆଣିଲେ। ଅଦୋନିଯ ରାଜା ଶଲୋମନଙ୍କୁ ପ୍ରମାଣ କଲା। ଶଲୋମନ ତାହାକୁ କହିଲେ, "ନିଜ ଘରକୁ ୟାଅ।"
About ପ୍ରଥମ ରାଜାବଳୀ Chapter 1
Read ପ୍ରଥମ ରାଜାବଳୀ Chapter 1 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ପ୍ରଥମ ରାଜାବଳୀ
Chapter: 1
Testament: Old Testament
How to Read this Chapter
Use the Previous and Next Chapter buttons to continue reading ପ୍ରଥମ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରଥମ ରାଜାବଳୀ Chapter 1 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରଥମ ରାଜାବଳୀ Chapter 1?
ପ୍ରଥମ ରାଜାବଳୀ Chapter 1 is part of the Book of ପ୍ରଥମ ରାଜାବଳୀ in the Holy Bible.
Can I read this chapter online?
Yes. You can read the complete ପ୍ରଥମ ରାଜାବଳୀ Chapter 1 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 3
Explore More from ପ୍ରଥମ ରାଜାବଳୀ
- ପ୍ରଥମ ରାଜାବଳୀ Chapter 6
- ପ୍ରଥମ ରାଜାବଳୀ Chapter 17
- ପ୍ରଥମ ରାଜାବଳୀ Chapter 10
- ପ୍ରଥମ ରାଜାବଳୀ Chapter 12
- ପ୍ରଥମ ରାଜାବଳୀ Chapter 16
- ପ୍ରଥମ ରାଜାବଳୀ Chapter 21
- ପ୍ରଥମ ରାଜାବଳୀ Chapter 15